ଅନ୍ଧାର ଘରେ ଲୁଚି ବସିଥିଲା ଏକ ଭୟଙ୍କର ଚନ୍ଦନ ବୋଡା (Russel viper) ହଠାତ କଲା ଆକ୍ରମଣ, ଦେଖନ୍ତୁ କିପରି ବଞ୍ଚିଲା ପିଲାଟିର ଜୀବନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ସବୁ ସାପ ବିଷଧର ହୋଇ ନଥାନ୍ତି । କିନ୍ତୁ କିଛି ବିଷଧର ସାପ ଏମିତି ହୋଇଥାନ୍ତି ଯାହା କାମୁଡ଼ିଲେ ସଠିକ ସମୟରେ ଚିକିତ୍ସା କରା ନଗଲେ ବ୍ୟକ୍ତି ଅଳ୍ପ ସମୟ ମଧ୍ୟରେ ପ୍ରାଣ ହରାଇ ଦିଅନ୍ତି । ଏହିପରି ଏକ ଭୟଙ୍କର ସାପ ହେଉଛି ଚନ୍ଦନ ବୋଡା । ଏହାକୁ ଏସିଆର ସବୁଠୁ ମାରାତ୍ମକ ସାପଙ୍କ ମଧ୍ୟରୁ ଗୋଟିଏ ବୋଲି ମାନାଯାଏ । ଏହି ସାପ ଭାରତରେ ମଧ୍ୟ ଦେଖିବାକୁ ମିଳନ୍ତି ।

ଏହି ସାପ କୌଣସି ବ୍ୟକ୍ତିଙ୍କୁ କାମୁଡିବାର କିଛି ସମୟ ମଧ୍ୟରେ ତାଙ୍କର ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଏ । ଶରୀରର ଅନେକ ଅଙ୍ଗ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦିଏ । ଅଜଗର ସାପ ଭଳି ଦେଖିବାକୁ ଏହି ସାପର ଶରୀରରେ କଳା ଓ ଧଳା ରଙ୍ଗର ଗୋଲ ପରି ଚିହ୍ନ ଥାଏ ଓ ଏହି ସାପର ରଙ୍ଗ ହଳଦିଆ ଏବଂ ମାଟିଆ ରଙ୍ଗର ହୋଇଥାଏ । କିନ୍ତୁ ଏହା ଅଧିକ ବଡ ହୁଏନାହିଁ ।

ଅନ୍ୟ ବିଷଧର ସାପ ମାନେ ଅନେକ ସମୟରେ କାମୁଡିବା ବେଳେ ବିଷ ଛାଡନ୍ତି ନାହିଁ । କିନ୍ତୁ ଏହି ସାପର ବିଶେଷତ୍ଵ ହେଉଛି ଏହା ଯେତେ ଥର ମଧ୍ୟ କାମୁଡି ଥାଏ ପ୍ରଚୁର ମାତ୍ରାରେ ବିଷ ଛାଡିଥାଏ । ତେବେ ବାଲେଶ୍ଵର ଜିଲ୍ଲାର ଜଣଙ୍କ ଘରେ ଛୁଆ ଟି ତଳେ ଶୋଇ ମୋବାଇଲ ଦେଖୁଥିବା ସମୟରେ ହଠାତ ଏକ ଚନ୍ଦନ ବୋଡା ଆସି ସେହି ପିଲାର ଗୋଡ଼ କୁ ଦୁଇ ଥର କାମୁଡି ଦେଇଥିଲା । ତେବେ ପରିବାର ଲୋକେ ତୁରନ୍ତ ପିଲାକୁ ଡାକ୍ତର ଖାନା ନେଇ ଯାଇଥିଲେ ଏବଂ ସାପ ଉପରେ ଜାଲ ପକାଇ କବାଟ ଦେଇ ଦେଇଥିଲେ ।

ତେବେ ପରେ ମିର୍ଜା ଏମଡ଼ି ଆରିଫ ଆସି ସେହି ପିଲାଟିର ଅବସ୍ଥା ବିଷୟରେ ଜାଣିଥିଲେ ଏବଂ ପିଲାକୁ ୧୦ ଟି ଇଂଜେକସନ ଦିଆ ହୋଇ ଯାଇଥିଲା ଏବଂ ତାକୁ କଟକ ଆସିବା ପାଇଁ ମଧ୍ୟ କୁହା ହୋଇ ଯାଇଥିଲା ତେବେ ସେ ପିଲାଟି ବର୍ତ୍ତମାନ ଖତରା ରୁ ବଂଚି ଯାଇଥିଲା । ଏହା ପରେ ଆରିଫ ସେହି ଘରକୁ ଯାଇ ସେହି ସାପ ଟି କୁ ଉଦ୍ଧାର ମଧ୍ୟ କରିଥିଲେ ତେବେ ସାପ ଟି ବହୁତ ଛୋଟ ଥିଲା କିନ୍ତୁ ତା ବିଷ ବହୁତ ଭୟଙ୍କର । ତେବେ ଆରିଫ ସାପ କୁ ନେଇ ସୁରକ୍ଷିତ ଜଂଗଲ ରେ ଛାଡି ଦେଇଥିଲେ ।

ତେବେ ସର୍ଵଦା ସାବଧାନ ରହିବା ଆବଶ୍ୟକ କାରଣ ଅଧିକ ଜଙ୍ଗଲ ନ ରହିବା ଯୋଗୁଁ ସାପ ମାନେ ଘର ଭିତରକୁ ଆସି ଯାଉଛନ୍ତି ଏବଂ ସଫା ସୁତୁରା ମଧ୍ୟ ରଖିବା ଉଚିତ କାରଣ ଅଳିଆ ଆବର୍ଜନା ରେ ସାପ ମାନେ ଲୁଚି ରହିବ ପାଇଁ ସୁବିଧା ହୋଇ ଯାଇଥାଏ ତେଣୁ ସର୍ଵଦା ଘରକୁ ସଫା ସୁତୁରା ରଖିବା ଆବଶ୍ୟକ । ତେବେ ସବୁଠାରୁ ଜରୁରୀ କଥା ଏହା କି ସାପ କାମୁଡ଼ିଲେ ତୁରନ୍ତ ହସ୍ପିଟାଲ ନେଇଯିବା ଉଚିତ ଏହା ହିଁ ବୁଦ୍ଧିମାନ ର କାମ ଅଟେ । ଗୁଣି ଗାରେଡି ଭିତରେ ବିଲ୍କୁଲ ସମୟ ନଷ୍ଟ କରିବା ଉଚିତ ନୁହେଁ ।

ତେବେ ଏହି ସାପ ଏତେ ଭୟଙ୍କର ହୋଇଥାଏ ଯେ ଆପଣଙ୍କୁ ଆଂଶିକ ଭାବେ ସାରା ଜୀବନ ପାଇଁ ପଙ୍ଗୁ ମଧ୍ୟ କରି ଦେଇପାରେ । ତେଣୁ ସମୟ କୁ ନଷ୍ଟ ନ କରି କିମ୍ବା କୌଣସି ଗୁଣି ଗାରେଡି ନ କରି ହସ୍ପିଟାଲ ନେଇଯିବା ଉଚିତ ଏବ ଏହା ସହ ପୀଡିତ କୁ କେବେବି ଡରେଇବା ଉଚିତ ନୁହେଁ କିମ୍ବା ଚିନ୍ତା କରିବା ଉଚିତ ନୁହେଁ ସର୍ଵଦା ତାକୁ ସାହସ ଦେବା ଯାଦ୍ୱାରା ସେ ଦୁର୍ବଳ ହେବ ନାହିଁ । ତେବେ ଆଶା କରୁଛି ଏହି ଖବର ଟି ଆପଣଂକୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *