40 ଆପ ବିଧାୟକ ଗଲେ କୁଆଡେ ? ମିଳୁନି କୌଣସି ପତ୍ତା…

ବନ୍ଧୁଗଣ ନମସ୍କାର, ତେବେ ଦିଲ୍ଲୀ ରାଜନୀତି ରେ ହଲଚଲ । ଆପ ବିଧାୟକ ଙ୍କ ପତ୍ତା ମିଳୁନାହିଁ । ସେମାନଙ୍କ ମୋବାଇଲ ଅନରିଚେବଲ ଅଛି । ଚିନ୍ତା ରେ କେଜ୍ରିୱାଲ ସରକାର । ବିଜେପି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଲା ଦଳ । ମୁଖ୍ୟମନ୍ତ୍ରୀ ନେଲେ ଜରୁରୀ ବୈଠକ । କୁଆଡ଼େ ଗଲେ ଦିଲ୍ଲୀ ଆପ ର ବିଧାୟକ । ଦଳର କହିବାନୁଯାୟୀ ୪୦ ବିଧାୟକ ଙ୍କ ସହିତ ଏବେ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ । ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇପାରୁ ନାହିଁ ।

ସ୍ଥିତି କୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିଧାୟକ ଙ୍କ ବୈଠକ ଡକାଇଛନ୍ତି । ଦଳର ବରିଷ୍ଠ ନେତା ଙ୍କ କହିବା କଥା ବିଧାୟକ ଙ୍କୁ ଲୋଭନୀୟ ଅଫର ଦେଇଥିଲା ବିଜେପି । ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏତେ ସଂଖ୍ୟକ ବିଧାୟକ ମିସିଂ ରହିବା ପରେ ଆପ ସରକାର ଏବେ ସଙ୍କଟ ର ସମ୍ମୁଖୀନ ହେଉଛନ୍ତି ।

ଏମିତିବି ସିବିଆଇ ପଞ୍ଝା ରେ ରହିଥିଲେ ମନୀସ ସିସୋଦିୟା । ତାଙ୍କୁ ଲିକର ସ୍କାମ ରେ ବାନ୍ଧିବାକୁ ମାମଲା ରୁଜୁ କରିଛି ସିବିଆଇ । ବୁଧବାର ଆପ ର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା । ଅରବିନ୍ଦ କେଜରିୱାଲ ଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ରେ କିଛି ରାଜନୈତିକ କାର୍ଯ୍ୟକ୍ରମ ଏବଂ ପ୍ରସ୍ତାବ ମଞ୍ଜୁରୀ ପାଇଥିଲା । କିନ୍ତୁ ହଠାତ ଏହାର ପରଦିନ ବିଧାୟକ ନିଖୋଜ ଥିବା ଘଟଣା ସାରା ଦେଶରେ ଆଲୋଚନା ର ବିଷୟ ସାଜିଛି ।

ଏଠାରେ ପ୍ରଶ୍ନ ଉଠୁଛି କାହାର ଶରଣରେ ରହିଛନ୍ତି ଆପ ବିଧାୟକ । ଦଳ ରେ ସବୁକିଛି ଠିକଠାକ ଚାଲିଛି ତ?ଏଭଳି ପ୍ରଶ୍ନ ର ସମାଧାନ ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *