ପୁଣି ରାଗିଂ ପାଇଁ ଚାଲିଗଲା ଆଉ ଗୋଟେ ନିରୀହ ଝିଅର ଜୀବନ…କୋହ ସମ୍ଭାଳି ପାରୁ ନାହାନ୍ତି ବାପା, କାନ୍ଦି କାନ୍ଦି କହୁଛନ୍ତି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ମୃ-ତ ଯୁବତୀଙ୍କ ବାପା ମର୍ମାହତ ହୋଇ କହିଛନ୍ତି ଯେ, ରବିବାର ଦିନ ୭.୨୮ ରେ ସେ ତାଙ୍କ ଝିଅ ପାଖକୁ ଫୋନ କରିଥିଲେ । ପଚାରିଥିଲେ ମା’ ତୁ କ’ଣ କରୁଛୁ ? ଝିଅ କହିଥିଲା ବାପା ମୁଁ ମେସରେ ଚିକେନ ହେଇଥିଲା ମୁଁ ଆଣି ରଖିଛି, ଭାତ ଖାଇବିନି ମାମା ମୁଢି ଦେଇଥିଲା ଖାଇବି । ଏହାପରେ ବାପା ପଚାରିଲେ ତୁ ଭଲରେ ପଢୁଛୁ ନା ? ଭଲରେ ପାଠ ବଢିବୁ ମା’ ମାସକୁ ଖଟି ମେସ ବାବଦକୁ ୧୨ ହଜାର ୫୦୦ ଟଙ୍କା ଦେଉଛି ।

ଏହା ପରେ ଝିଅ କହିଥିଲେ ହଁ ବାପା ମୁଁ ମନଦେଇ ପାଠ ପଢୁଛି । କ୍ଳାସ ପରୀକ୍ଷା ହୋଇଥିଲା ଝିଅ ୫ ନମ୍ବରରେ ଅଛି ବୋଲି କହିଥିଲା ବାପାଙ୍କୁ । ଏହାପରେ ବାପା କହିଥିଲେ ଠିକଅଛି ତୁ ଭଲରେ ପଢେ । ଏତିକି କହି ବାପା ଫୋନ ରଖିଦେଲେ । କାରଣ ବାପାଙ୍କର ୮ ଟାରେ ଟିଉଟିକୁ ଯିବାର ଥିଲା ।

ଏହାପରେ ଝିଅର ମା’ ଫୋନ କରି ବାପାଙ୍କୁ କହିଲେ ଯେ ଝିଅ ସିରିଅସ, କିନ୍ତୁ ବାପା କହିଥିଲେ ଯେ ମୁଁ ଏବେ କଥା ହୋଇଥିଲି କ’ଣ ଏମିତି କହୁଛ ? ମାତ୍ର ମା’ କାନ୍ଦି କାନ୍ଦି କହିଲେ ଯେ ଝିଅ ଆମର ସିରିୟସ ଜ୍ୟୋତି ହସ୍ପିଟାଲରୁ ଡକରା ଆସିଛି । ତମେ ଆସି ତୁରନ୍ତ ପହଞ୍ଚ, ତୁମ ଝିଅ ସିରିୟସ ଏବଂ ଆୟୁସି ରେ ଅଛି । ଏହାପରେ ବାପା ଜଣକ କହିଲେ କଣ ହୋଇଗଲା ଏହି ଘଣ୍ଟେ ହେବ ମୁଁ ମୋ ଝିଅ ସାଙ୍ଗେ କଥା ହୋଇଅଛି ।

ଏହା ପରେ ଗାଡିରେ ଗଲେ ଝିଅ ପାଖକୁ କିନ୍ତୁ ୧୫ ମିନିଟ ପର୍ଯ୍ୟନ୍ତ ଝିଅ ପାଖକୁ ଦେଖା କରିବାକୁ ଛାଡିଲେନି । ମାତ୍ର ବାପା କାନ୍ଦି କାନ୍ଦି କହିଛନ୍ତି ଯେ ମୋ ଝିଅ ଭଲରେ କଥା ହୋଇଥିଲା ମୋ ସହିତ ମାତ୍ର ହଠାତ କଣ ହେଲା ମୁଁ ଜାଣିନି । ଏଭଳି କେମିତି ଘଟିଗଲା ବୋଲି ଝିଅଙ୍କ ମାତା ପିତା ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ଝିଅର ବାପା କହିଲେ ଯେ ତାଙ୍କ କଲେଜରେ ରାଗିଂ ହେଇଛି କି କ’ଣ ହେଇଛି ମୁଁ ଜାଣିନହିଁ ।

ଝିଅଙ୍କ ବାପା ଚହୁଁଛନ୍ତି ଯେ ଏ ମାମଲାରେ ପ୍ରୋପୋର ଇନଭେଷ୍ଟିକେସନ ହେଉ ଏବଂ ଝିଅଙ୍କୁ ନ୍ୟାୟ ମିଳୁ । ଝିଅର ମା’ କହିଛନ୍ତି ଯେ ସେ ୮ ସମୟରେ ସେ ରଶି ଦେଇଛି । ତେବେ ବନ୍ଧୁଗଣ ଏହି ମର୍ମାହତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *