ଚାଲିଥିଲା ଝିଅର ବାହାଘର ! କିନ୍ତୁ ବିବାହ ମଝିରେ ଘଟିଲା ଏମିତି କିଛି…କେଇ ମୁହୁର୍ତ୍ତରେ ସରିଗଲା ସବୁ, ପୁରା ଘଟଣା ଜାଣିଲେ ଛାତି ଥରି ଉଠିବ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ମାତ୍ର ଆଉ କିଛି ସମୟ ପରେ ସରିଥାନ୍ତା ବାହାଘର ଆଉ କିଛି ଘଣ୍ଟା ପରେ ଝିଅକୁ ବିଦାୟ ଦେଇଥାନ୍ତା ମା । କାନିରେ ଧରିଥିବା ଅରୁଆ ଚାଉଳ, ନଡିଆ, ଗୁଡ ଆଉ ଗୁଆକୁ ଝିଅର ଆଞ୍ଜୁଳିରେ ଦେଇ ବିଦା କରିଥାନ୍ତା ତାର ଶାଶୁ ଘରକୁ । ଘରେ କୂଣିଆଙ୍କର ଗହଳି ଲାଗିଥିଲା ବର ଆସିବାକୁ ଯାଉଥିଲା । ଗାଁ ମୁଣ୍ଡରେ ବର ବରଯାତ୍ରୀ ନେଇ ପହଞ୍ଚି ସାରିଥିଲା । ଆଉ ବାହାରେ ବ୍ରାହ୍ମଣ ବେଦିକାର୍ଯ୍ୟ ବି କରୁଥିଲେ ।

ହେଲେ ଏହି ଖୁସିରେ ହଠାତ ଯେମିତି ଆସିଗଲା କଳା ବାଦଲ । କିଛି ମୂହୁର୍ତ୍ତ ଭିତରେ ସରିଗଲା ସବୁ କିଛି । ଝିଅ ବାହା ବେଦିକୁ ଯିବା ପୂର୍ବରୁ ମାର ମୃତ୍ୟୁ ହେଲା । ବାଜା ବାଣରେ ଦୁଲୁକୁ ଥିଲା ଗାଁ ଦାଣ୍ଡ । ହେଲେ ବନ୍ଧୁଗଣ ବରଯାତ୍ରୀକୁ ନାଚିବାକୁ ବାରଣ କରିବାରୁ ଝିଅର ମାକୁ ଅତି ନିର୍ମମ ଭାବେ ହତୟଆ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମେଳଛାମୁଣ୍ଡ ଥାନା ଅନ୍ତର୍ଗତ ସାଲେପଲ୍ଲୀ ଗାଁରେ ।

ସାଲେପଲ୍ଲୀ ଗ୍ରାମର ଆଶା କର୍ମୀ କିଶୋରୀ ତାଣ୍ଡିଙ୍କ ମଝିଆ ଝିଅ ରଶ୍ମୀ ରାଜସିଂହଙ୍କ ବିବାହ ଥିଲା । ରାତି 12ଟାରେ ଝିଅ ଘରକୁ ବରଘର ନେଇ ଆସିଥିଲେ ବରଯାତ୍ରୀ । ତେବେ ରାସ୍ତା ମଝିରେ ବରଯାତ୍ରୀ ମାନେ ନିଶାସକ୍ତ ଅବସ୍ଥାରେ ଚୁର ଥିବା ବେଳେ ଝିଅ ପକ୍ଷ ଲୋକଙ୍କ ସହ କୌଣସି କାରଣ ନେଉଆ ଗଣ୍ଡୋଗଳ ହୋଇଥିଲା । ପରେ ଏହି ଗଣ୍ଡୋଗଳ ଉଗ୍ର ରୂପ ନେଇଥିଲା ।

ତେବେ ଝିଅ ଘର ପକ୍ଷରୁ ସୁମତ ନାୟକ ଜଣକ ଏକ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରଯାତ୍ରୀକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଝିଅର ମା ବାରଣ କରିଥିଲେ । ଆଉ ସୁମତଙ୍କ ଟାଙ୍ଗିଆ ଚୋଟରେ ଝିଅ ମାର ମୃତ୍ୟୁ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *