Ollywood ଦୁନିଆ ପାଇଁ ଆସିଲା ବଡ ଦୁଃଖଦ ଖବର, ଚାଲିଗଲେ ଅଭିନେତା Pintu Nanda

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସୁଧା ଏକ ବଡ ଖବର ଆସି ପହଞ୍ଚିଛି ଆଉ ନାହାନ୍ତି ପିଣ୍ଟୁ ନନ୍ଦ । ଆଜ୍ଞା ହଁ କିଛି ଦିନ ଧରି ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ସବୁଦିନ ପାଇଁ କାଲି ରାତିରେ ଆଖି ବୁଜି ଦେଇଛନ୍ତି । ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ଆରପାରିକୁ । ସମସ୍ତେ ଭଗବାନଙ୍କୁ ତାଙ୍କ ସୁସ୍ଥ କାମନା କରୁଥିବା ବେଳେ ଭଗବାନ ଶୁଣିଲେନି କାହା କଥା ଆଉ ନେଇଗଲେ ତାଙ୍କ ପାଖକୁ । ପିଣ୍ଟୁ ନନ୍ଦଙ୍କ ଭଳି କଳାକାରକୁ ହରାଇ ବର୍ତ୍ତମାନ ସାରା ସିନେଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଏନେଇ କଣ ରହିଛି ସମ୍ପୂର୍ଣ ଖବର  ଆସନ୍ତୁ ନଜର ପକାଇବା ।

ପିଣ୍ଟୁ ନନ୍ଦ ନିଜର ଜୀବନକୁ ବେସ ଆନନ୍ଦର ସହ କଟାଉଥିଲେ । ବହୁତ ଚଳଚ୍ଚିତ୍ରରେ ନିଜର ଅଭିନୟର ଜାଦୁ ଦେଖାଇ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ ପିଣ୍ଟୁ ନନ୍ଦ । କେତେବେଳେ ରାଣ୍ଡିପୁଅ ଅନନ୍ତା ହୋଇ ଅଭିନୟ କରୁଥିଲେ, ବେଲେ ବେଲେ ପଖାଳ ମାଗି ଖାଉଥିଲେ, ଆଉ କେତେବେଳେ ବାଡିରେ ପଶି କାକୁଡି ଜନ୍ହି ଚୋରୀ କରୁଥିଲେ ତ ଆଉ କେତେବେଳେ ଭିଲିୟାନ ରୂପରେ ନଜର ଆସୁଥିଲେ ସିନେମାରେ ।

ହେଲେ ସମସ୍ତଙ୍କ ମନ କିଣିଥିବା ରାଣ୍ଡିପୁଅ ଅନନ୍ତା ଆଜି ସମସ୍ତଙ୍କ ମନରେ କଷ୍ଟ ଦେଇ ଚାଲିଯାଇଛନ୍ତି ସ୍ଵର୍ଗପୁରକୁ । ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ହାଇଦ୍ରାବାଦର ଯଶୋଦା ମେଡିକାଲରେ ପରଲୋକ ଘଟିଛି । ସେ ମାତ୍ର ୪୫ ବର୍ଷ ବୟସରେ ଆଖି ବୁଜି ଦେଇଛନ୍ତି । ରାତ୍ରି ପ୍ରାୟ ୧୧ ଟା ୨୫ ମିନିଟରେ ସେ  ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଥିବାର ସୂଚନା ମିଳିଛି ।

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କ ଲିଭରଟି ସମ୍ପୂର୍ଣ ଖରାପ ହୋଇଯାଇଥିଲା । ଲିଭର ଟ୍ରାଂସପ୍ଲାନେଟ ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ତାଙ୍କ ଚିକିତ୍ସାରେ ବିଳମ୍ବ ହୋଇଥିଲା । ଆଉ ଆଜି ତାଙ୍କର ସେହି ବିଳମ୍ବ ପାଇଁ ମୃତ୍ୟୁ ଘଟିଛି ।

ପିଣ୍ଟୁ ନନ୍ଦ ନିଜ ଜୀବନକୁ ଖୁସିରେ ବଞ୍ଚୁଥିବା ବେଳେ ରୋଗରେ ପୀଡିତ ହୋଇ ଶେଷ ମୁହୁର୍ତ୍ତ୍ରେ ବହୁତ କଷ୍ଟ ପାଇଛନ୍ତି । ସେ ତାଙ୍କ ଅଭିନୟରେ ନିଜ ପାଇଁ ଖୁବ ଭଲ ପାଇବା ସାଉଁଟିଛନ୍ତି ଭଲ ପାଇବା । ଆଶା ଥିଲା ହୁଏତ ବଞ୍ଚିଯିବେ ତାଙ୍କ ଚିକିତ୍ସା ଭଲରେ ଭଲରେ ହୋଇଯିବ କିନ୍ତୁ ଭଗବାନଙ୍କ ଇଚ୍ଛାତ ଏହା ଥିଲା । ତେବେ ଭଗବାନଙ୍କ ପାଖରେ ତାଙ୍କ ଆତ୍ମାର ସଦଗତି ପାଇଁ ଆମେ ପ୍ରାଥନା କରୁଅଛୁ ।

Leave a Reply

Your email address will not be published. Required fields are marked *