ଚାକୁଣ୍ଡା ଗଛ ଠାରୁ ବି ଅଧିକ ଉଚ୍ଚର ତୁଳସୀ ଗଛ ! ଏତେ ଉଞ୍ଚା ଯେ ଆଖି ପାଉନି…ଶୁଣନ୍ତୁ ଏ ନେଇ କଣ କୁହନ୍ତି ଗ୍ରାମବାସୀ

ନମସ୍କାର ବନ୍ଧୁଗଣ, ଆପଣ ମାନେ କେବେ 60 ଫୁଟର ତୁଲସୀ ଗଛ ଦେଖିଛନ୍ତି କି ! ସମସ୍ତଙ୍କ ଘର ଅଗଣାରେ ତୁଳସୀ ଚଉରା ଥାଏ । ସେହି ତୁଳସୀ ଗଛର ଉଚ୍ଚତା ବହୁତ କମ ଏହା ତ ସମସ୍ତେ ଜାଣନ୍ତି । ତୁଲସୀ ଗଛର ପବିତ୍ରତା ଏବଂ ମାହାତ୍ମ୍ୟତା ମଧ୍ୟ ସମସ୍ତଙ୍କୁ ଜଣା । ତୁଳସୀ ପତ୍ର ବାସ୍ନା ସମସ୍ତଙ୍କୁ ବିମୋହିତ କରିଥାଏ ଏହି ପତ୍ର ପବିତ୍ର ତୁଳସୀ ପତ୍ରର ବ୍ୟବହାର ଠାକୁର ପୂଜାରେ କରାଯାଏ  ।

 ଏବେ ସାମ୍ନାକୁ ଆସିଛି ଏକ ’60 ଫୁଟ ଉଚ୍ଚତାର ତୁଳସୀ ଗଛ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇ ଦେଉଛି । ତେବେ କେଉଁଠାରେ ରହିଛି ଏବଂ କଣ ଅଟେ ଏହା ପଛର କାହାଣୀ ଆସନ୍ତୁ ଜାଣିବା । ଖବର ଅନୁଯାୟୀ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ପୂଣ୍ୟ ତୋୟା ଚିତ୍ରପଳା ପଠାର ବଲିସାହି ଗ୍ରାମରେ ଥିବା ଏକ ଅଜଣା ବୃକ୍ଷ ଦେଖିବାକୁ ବିଲକୁଲ ତୁଳସୀ ବୃକ୍ଷ ପରି ଅଟେ ।

ଯାହାର ଉଚ୍ଚତା 60 ଫୁଟ ହେବ । ଯେଉଁ ତୁଳସୀ ଗଛକୁ ଦେଖିଲେ ଭକ୍ତିର ଭାବନା ମନରେ ସୃଷ୍ଟି ହୋଇଥାଏ । ଏହି ବୃକ୍ଷର ସାଧାରଣ ତୁଳସୀ ଗଛ ପରି ନା ରୂପ ଅଛି ନା ବାସ୍ନା ଅଛି । କିନ୍ତୁ କିଛି ଜନସାଧାରଣ କୁହନ୍ତି ଏହା ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଗଛଟି ଆହୁରି ବିରାଟ ବଡ ଥିଲା । କିନ୍ତୁ 1999 ମସିହା ମହା ବାତ୍ୟାରେ ଏହି ଗଛର ଗୋଟିଏ ଅଂଶ ଭାଙ୍ଗିଗଲା ।

ଏହାର କାଠକୁ କିଛି ଲୋକ ଜାଳିବା ପାଇଁ ଆଣିଥିଲେ କିନ୍ତୁ ଦେବୀ ସ୍ଵପ୍ନାଦେଶ କରିବା ପରେ ସେହି ଲୋକ କାଠକୁ ଛାଡି ପଳାଇଲେ । ଏହି ତୁଳସୀ ଗଛ ପାଖକୁ ଅନେକ ସାଧୁ ସନ୍ଥ ମାନେ ଆସନ୍ତି । ଏହି ବୃକ୍ଷ ତଳେ ବସି ଧ୍ୟାନ ମଧ୍ୟ କରନ୍ତି । ତାଙ୍କ କହିବା ଅନୁଯାୟୀ ଏହି ଗଛର ବାସ୍ନା ପୁଣି ଠାରେ ସତ୍ୟ ଯୁଗରେ ଫେରି ଆସିବ ।

ଅନେକ ଋଷି ଆସି କୁହନ୍ତି କି ଏହା ଶ୍ଵେତ ତୁଳସୀ ଅଟେ । ଏବଂ ଗ୍ରାମର ଲୋକମାନେ କେହି ମଧ୍ୟ ସେହି ତୁଳସୀ ଗଛ ମୂଳକୁ ଯାଇନଥାନ୍ତି । କାହିଁକି ନା ସେହି ଗଛକୁ କିଛି ସାପ ଅନେକ ଦିନ ଧରି ଜଗି ରହିଛନ୍ତି । କେହି ମଧ୍ୟ ଏହି ଗଛକୁ ଛୁଇଁ ନଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।    

Leave a Reply

Your email address will not be published. Required fields are marked *