ଚାକରାଣୀର ପ୍ରେମ ଜାଲରେ ପଡି ପୁଅ ପାର କଲା ନିଜର ସବୁ ସୀମା, ପୁରା ପରିବାରକୁ ହିଁ କରିଦେଲା ଶେଷ

ଉତ୍ତର ପ୍ରଦେଶ ପ୍ରୟାଗରାଜ୍ ରେ ଗୋଟେ ପରିବାରର ଚାରି ସଦସ୍ୟଙ୍କୁ ମାରି ଦିଆଗଲା ଆଉ ଏ ହତ୍ୟା ଏହି ଘରର ପୁଅ ହିି କରିଛି । ପୋଲିସ୍ କହିବା ଅନୁସାରେ ଏହି ହତ୍ୟା ରେ ଚାରି ଜଣ ସାମିଲି ଥିଲେ । ତାଙ୍କ ମଧ୍ୟରୁ ଦୁଇ ଜଣକୁ ଗିରଫ କରାଯାଇଛି । ଆଉ ଦୁଇ ଜଣ ଦୋଷୀ ଫେରାର ଅଛନ୍ତି । ପୋଲିସ୍ କହିବା ଅନୁସାରେ ପ୍ରେମ ଜାଲରେ ଫସି ଏହି ଘରର ପୁଅ ନିଜ ବାପା, ମା, ଭଉଣୀ ଏବଂ ସ୍ତ୍ରୀଙ୍କୁ ହତ୍ୟା କରିଛି ।

ଚାକରାଣୀ କୁ ପ୍ରେମ କରୁଥିଲେ

ଏହି ଘଟଣା ପ୍ରୟାଗରାଜ୍ ର ଘୁମନଗଞ୍ଜ ଥାନା କ୍ଷେତ୍ରରେ ପ୍ରିତମ ନଗର କଲୋନୀରେ ଘଟିଥିଲା । ପୋଲିସ୍ କହିବା ଅନୁସାରେ ବେପାରୀ ତୁଳସୀ ଦାସ କେଶର୍ ବାନୀଙ୍କ ପୁଅ ଅତିଶ୍ ଓ ତା ସାଙ୍ଗ ମାନେ ମିଶିକି ପରିବାରର ଚାରି ଜଣଙ୍କ ହତ୍ୟା କରିବାର ଷଡଯନ୍ତ୍ର କରିଥିଲେ । ପୋଲିସ୍ କହିବା ଅନୁସାରେ ଗୁରୁବାର ଦିନ ଦ୍ୱିପହର ସାଢେ ତିନିଟା ବେଳେ ଅତିଶ୍ ହତ୍ୟାକାରୀଙ୍କ ଦ୍ଵାରା ନିଜ ବାପା କେଶର୍ ବାନୀ, ମା କିରଣ, ଭଉଣୀ ନିହାରିକା ଏବଂ ସ୍ତ୍ରୀ ପ୍ରିୟଙ୍କା ଙ୍କର ହତ୍ୟା କରାଇଥିଲା ।

ଏହି ଲୋକଙ୍କ ହତ୍ୟା ବିଷୟରେ ପଡୋଶୀ ମାନେ ପୋଲିସ୍ ଙ୍କୁ ଶୀଘ୍ର ଜଣାଇଦେଲେ ଯାହା ଫଳରେ ପୋଲିସ୍ ଠିକ୍ ସମୟରେ ଆସି ଶବକୁ ନିଜ ଅଧୀନରେ ନେଲେ। ପୋଲିସ୍ କହିବା ଅନୁସାରେ ପୋଲିସ୍ ଯେତେବେଳେ ଅତିଶ୍ କୁ ହତ୍ୟା ବିଷୟରେ ପ୍ରଶ୍ନ ପଚାରିଲେ ସିଏ କହିଲା ମୁଁ ବ୍ୟାଙ୍କ ଯାଇଥିଲି ଆଉ ଯେବେ ଦ୍ୱିପହରରେ ଘରେ ପହଞ୍ଚି ଦେଖିଲି କି ସମସ୍ତେ ମରି କିି ପଡିଛନ୍ତି।

ଚାକରାଣୀ ସାଙ୍ଗରେ ଥିଲା ସମ୍ପର୍କ

ପୋଲିସ୍ ଠିକ୍ ସମୟରେ ପହଞ୍ଚି ଶୀଘ୍ର କାର୍ଯ୍ୟାନୁଷ୍ଠନ ନେଲେ ଆଉ ଏହି ସମୟରେ ପୋଲିସ୍ ଅତିଶ୍ ଆଉ ଚାକରାଣୀର ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ । ଏଡିଜି ପ୍ରେମ୍ ପ୍ରକାଶଙ୍କ କହିବା ଅନୁସାରେ ପୋଲିସ୍ ପଚରଉଚରା କଲା ବେଳେ ଜାଣିବାକୁ ପାଇଲେ ଯେ ଚାକରାଣୀ ସହ ସମ୍ପର୍କ ରଖିଥିବା ଜାଣି ଘରେ କିଛି ଦିନ ପୂର୍ବରୁ ଝଗଡା ହୋଇଥିଲା ଆଉ ଏହି ଝଗଡା ପରେ ଅତିଶ୍ ନିଜ ଘର ଲୋକଙ୍କୁ ମାରିଦେଲା । ଅତିଶ୍ ସାଙ୍ଗ ଅନୁଜ ଶ୍ରୀବାସ୍ତବ ଏହି ଅପରାଧରେ ଅତିଶ୍ କୁ ସାହାଯ୍ୟ କରିଥିଲା ଆଉ ଅନୁଜ ଦ୍ଵାରା ଅତିଶ୍ କୁ ଭଡ଼ାରେ ହତ୍ୟାକାରୀ ମିଳିଥିଲେ ।

୮ ଲକ୍ଷଟଙ୍କା ଦେଇଥିଲା ସୁପାରି

ପୋଲିସ୍ କହିବା ଅନୁଯାୟୀ ଅତିଶ୍ ନିଜ ପରିବାର ସଦସ୍ୟଙ୍କୁ ମାରିବାର କିମତ୍ ଆଠ ଲକ୍ଷ ଟଙ୍କା ଲଗାଇ ଥିଲା ଆଉ ଭଡ଼ାରେ ହତ୍ୟାକାରୀଙ୍କୁ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଆଠ ଲକ୍ଷ ଟଙ୍କା ଦେଇଥିଲା । ପୋଲିସ୍ ଖୋଜା ଖୋଜି ପରେ ଜାଣିବାକୁ ପାଇଲା ଯେ ଏହି ହତ୍ୟାକାଣ୍ଡରେ ସମୁଦାୟ ଚାରି ଜଣ ସାମିଲି ଥିଲେ ଯାହା ଫଳରେ ପୋଲିସ୍ ଅତିଶ୍ ଓ ଅନୁଜକୁ ଗିରଫ କରି ନେଲା ଏବଂ ହତ୍ୟାକାଣ୍ଡକୁ ପୁରା କରିଥିବା ଆଉ ଦୁଇ ଅପରାଧୀକୁ ପୋଲିସ୍ ଖୋଜୁଥିଲେ । ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ୍ ଟିମ୍ ଛାପାମାରି କରୁଛନ୍ତି । ଏ ପର୍ଯ୍ୟନ୍ତ ପାଞ୍ଚଟି ଜାଗାରେ ଛାପାମାରି କରିସାରିଲେଣି

ଆଡଭାଂସରେ ଦେଇଥିଲା ପଇସା

ନିଜ ପରିବାରର ସଦସ୍ୟଙ୍କ ହତ୍ୟା ପାଇଁ ଅତିଶ୍ କେଶର ବାନୀ ହତ୍ୟାକାରୀଙ୍କୁ ଆଡଭାଂସ ପଇସା ଦେଇଥିଲେ ଯାହା କି ୭୫ ହଜାର ଥିଲା । ପଇସା ମିଳିଲା ପରେ ହତ୍ୟାକାରୀ ମାନେ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ପ୍ଲାନ୍ ତିଆରି କରିଥିଲେ । ହତ୍ୟା କରିବା ସମୟରେ ଅତିଶ୍ କେଶର ବାନୀ ବ୍ୟାଙ୍କର ବାହାନା କରି ଘରୁ ବାହାରି ଯାଇଥିଲେ । ଏହି ସମୟରେ ହତ୍ୟାକାରୀ ମାନେ ଘରେ ପଶି ପରିବାର ସଦସ୍ୟଙ୍କର ହତ୍ୟା କରିଦେଲେ ।

ଅତିଶ୍ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ମରି ଯାଇଥିବା ଦେଖିଲା ଆଉ ପଡେ଼ାଶୀଙ୍କୁ ଖବର ଦେଲା । ତାପରେ ପୋଲିସ୍ ଖୋଜା ଖୋଜି ଆରମ୍ଭ କଲା ଆଉ ପାଇଲା ଅତିଶ୍ ର ନିଜ ଘର ଚାକରାଣୀ ସାଙ୍ଗରେ ଚକ୍କର୍ ଚାଲିଥିଲା । ଯାହାକୁ ତା ପରିବାର ଲୋକ ଏହାର ବିରୋଧ କରିଥିଲେ ଏହି ବିରୋଧ ପାଇଁ ଅତିଶ୍ ନିଜ ଘର ଲୋକଙ୍କର ହତ୍ୟା କରିଦେଲା । ଦେଶରେ ଘଟୁଥିବା ସବୁ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *