ଚାହୁଁ ଚାହୁଁ ଝିଅଟିକୁ ନଦୀକୁ ଝାମ୍ପିନେଲା କୁମ୍ଭୀର, ଖାଲି କରିଦେଲା ମା’ ର କୋଳ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୋଟିଏ ଝିଅ କୁ ନଦୀ କୁ ଝାମ୍ପି ନେଲା କୁମ୍ଭୀର । ଚାହୁଁ ଚାହୁଁ ମା’ ର କୋଳ ଖାଲି ହୋଇଗଲା ଏବଂ ପାଣି ଭିତରକୁ ନେଇ କୁମ୍ଭୀର ଝିଅଟିକୁ ଖାଇଗଲା । ଲୋକେ ବଞ୍ଚାଇବାକୁ ଚାହିଁ ମଧ୍ୟ ବଞ୍ଚାଇ ପାରିଲେ ନାହିଁ । ଏମିତି କିଛି ଖବର କେନ୍ଦ୍ରାପଡା ଜିଲ୍ଲା ରାଜନଗର ରଙ୍ଗଣୀ ପଞ୍ଚାୟତର ଭିତର କନିକା କୁ ସଂଯୋଗ କରୁଥିବା ଭେଟ୍ଟା କେନାଲରେ ଦେଖିବାକୁ ମିଳିଛି ।

ଯଦି ଦେଖିବା ତେବେ କେନ୍ଦ୍ରାପଡା ରେ କୁମ୍ଭୀର କୁ ନେଇ ଉପଦ୍ରବ ବଢିବାକୁ ଲାଗିଛି । ଯେଉଁଥି ପାଇଁ ନଦୀ କୂଳିଆ ଲୋକେ ଭୟରେ ଭୟରେ ଦିନ କାଟୁଛନ୍ତି । ନଦୀ ଉପରେ ନିର୍ଭର କରୁଥିବା ଲୋକେ ନିଜ ଜୀବନକୁ ବାଜି ଲଗାଇ ଦୈନନ୍ଦିନ ନିତ୍ୟକର୍ମ ପାଇଁ ନଦୀ କୁ ଯାଉଛନ୍ତି ଆଉ କେହି କେହି ଘରୁ ବାହାରି ଜାଆନ୍ତି ହେଲେ ଆଉ ଘରକୁ ଫେରନ୍ତି ନାହିଁ ।

କାରଣ ସେମାନଙ୍କୁ ନଦୀ କୁ ଟାଣିନେଇଥାଏ କୁମ୍ଭୀର । ଗତକାଲି ଦ୍ବିପ୍ରହରେ ଗୋଟିଏ ଝିଅ କୁ କୁମ୍ଭୀର ଟାଣି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଭେଟ୍ଟା କେନାଲ ପାଖକୁ ଛେଳି ଚରାଇବାକୁ ଯାଇଥିବା ୧୭ ବର୍ଷ ର ଝିଅ ଶିଲା ଦଳାଇ କୁ କୁମ୍ଭୀର ପାଣି ଭିତରକୁ ଟାଣିନେବା ସୂଚନା ମିଳିଥିଲା ।

କୁରୁମା ଶାହି ଗାଁ ର ମଥୁଲି ଦଳାଇ ଙ୍କ ଝିଅ ସିଲା ଛେଳି ଚରାଇବା ପାଇଁ ଭେଟ୍ଟା କେନାଲ ପାଖକୁ ଯାଇଥିଲେ ଦିନ ୨.୩୦ ମିନିଟ ରେ ସିଲା ସେହି ଛେଳି ମାନଙ୍କୁ ଆଣିବାକୁ ଯାଇଥିଲେ ମାତ୍ର ଆଉ ଘରକୁ ଫେରି ନଥିଲେ । ଏଥି ନିମନ୍ତେ ଗାଁ ଲୋକ ଅଭିଯୋଗ କରିଛନ୍ତି ଯେ ସିଲା ଙ୍କୁ କୁମ୍ଭୀର ଗିଳି ଦେଇଛି ବୋଲି । ସବୁଠାରୁ ଦୁଃଖ ର ବିଷୟ ହେଉଛି ଯେ ଏପର୍ଯ୍ୟନ୍ତ ସିଲାର ପରିବାର ଲୋକଙ୍କ ପାଖକୁ ବନ ବିଭାଗ ପହଞ୍ଚିନାହିଁ କି ସିଲା ଙ୍କୁ ଖୋଜିବା ପାଇଁ ଚେଷ୍ଟା ମଧ୍ୟ କରି ନାହିଁ ।

ଖବର ପାଇବା ପର ଠାରୁ ବହୁତ ଦୁଃଖିତ ଅଛନ୍ତି । ଏବଂ ସେମାନେ ସିଲା ଙ୍କୁ ଖୋଜି ବାହାର କରିବା ନିମନ୍ତେ ବନ ବିଭାଗ ଟିମ କୁ ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *