“ଚାବି ମାଗିବାରୁ ପାଟିତୁଣ୍ଡ ହେଲା…ସେ କହିଲେ ଯଦି ବଞ୍ଚିବାକୁ ଚାହୁଁଛୁ ଏଠୁ ପଳା, ନହେଲେ ତତେ…” ସେଦିନ ରାତିର ସବୁ ଘଟଣା ବଖାଣିଲେ ଅଭିଯୁକ୍ତଙ୍କ ପତ୍ନୀ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ରକ୍ତ ସମ୍ପର୍କ । ନିଜ ସାନ ଭାଇ ଶୈତାନ ସାଜିଛି । ବଡ ଭାଇର ପରିବାରକୁ ପୁରା ନିପାତ କରିଦେଇଛି । ୫ ଜଣଙ୍କୁ କଟୁରିରେ ହାଣି ହତୟଆ କରିଛି ସାନ ଭାଇ । ବନ୍ଧୁଗଣ କଟକ ମାହାଙ୍ଗାରେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏହି କାଣ୍ଡ କରିବା ପରେ ଅଭିଯୁକ୍ତ ନିଜେ ଭିଡିଓ କରି ଭାଇରାଲ କରିଛି ।

ଭିଡିଓରେ ଅଭିଯୁକ୍ତ ନିଜ ଭୁଲ ସ୍ଵୀକାର କରିଛି । ଅଭିଯୁକ୍ତ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ ମଧ୍ୟ କରିଛି ।ତେବେ ବନ୍ଧୁଗଣ ହତୟଆକାରୀଙ୍କ ନାମ ହେଉଛି ଶିବ ସାହୁ । ଏହି ଘଟଣାଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ହତୟଆକାରୀ ଶିବ ସାହୁଙ୍କ ପତ୍ନୀ ଗଣମାଧ୍ୟମ ସାମ୍ନାକୁ ଆସି ହତୟଆ ପଛର କାହାଣୀ ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ଶିବ ସାହୁଙ୍କ ପତ୍ନୀ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।

ଶିବ ସାହୁଙ୍କ ପତ୍ନୀଙ୍କ ମତରେ-‘ସେ ସବୁବେଳେ ଗେଟ ତାଲା ପକାଇ ଦିଅନ୍ତି । ଆମେ ଯଦି ଭିତରେ ଥିବୁ ସେ ବାହାର ପଟୁ ଗେଟ ତାଲା ଦେଇଦେବେ ଆଉ ଯଦି ଆମେ ବାହାରେ ଥିବୁ ସେ ଭିତର ପଟୁ ଗେଟ ତାଲା ଦେଇ ଦିଅନ୍ତି । ଦେଢଶୁର ଯାହା ତାଙ୍କ ପିଲା ମାନେ ସବୁ ସେୟା । ଗତ ପହଡଦିନ ଆମେ ଖାଇ ପିଇ ଯାଇ ଶୋଇଲୁ ସେ ଝାଡା ଯିବେ ବୋଲି ଚାବି ମାଗିଲେ ।

ଆଗକୁ ସେ କହିଛନ୍ତି-‘ଚାବି ମାଗିବାରୁ ତାଙ୍କର ସବୁ ପାଟିତୁଣ୍ଡ ହୋଇଛି । ଦେଢଶୁର କହିଲେ ଆମେ ଚାବି ଦେବୁ ନାହିଁ ତୁ ଏଠି ଆସୁଛୁ କାହିଁକି ଆମକୁ ରାତିରେ ଶୁଆଇ ଦେଉନୁ । ଆଉ ତୋର ଏଠି କିଛି ଅଧିକାର ନାହିଁ ଏମିତି ପାଟିତୁଣ୍ଡ କରି ତାଙ୍କୁ ସମସ୍ତେ ମାରପିଟ କରିଲେ । ମୋ ସ୍ଵାମୀ କବାଟ ଦେଇଥିଲେ ମୁଁ ଯେତେ ଚିଲେଇଲେ ବି ମୋ କଥା କେହି ଶୁଣିଲେ ନାହିଁ । କିଛି ସମୟ ପରେ ମୋ ସ୍ଵାମୀ ମୋତେ ଆସି କହିଲେ ତୁ ଯଦି ବଞ୍ଚିବାକୁ ଚାହୁଁଛୁ ତା ହେଲେ ଶୀଘ୍ର ଏଠୁ ଯା’ ।

ଆଗକୁ ସେ କହିଛନ୍ତି-ମୋତେ ଯେମିତି ଘରୁ ବିଦା କରିଦେଲେ ମୁ ଏଠିକି ଚାଲି ଆସିଲି ତା ପରେ କଣ ହେଇଛି ମୁଁ କିଛି ଜାଣି ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଶିବ ସାହୁଙ୍କ ପତ୍ନୀ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *