Vastu Shastra- ଚାବିକାଠିକୁ ଭୁଲରେ ମଧ୍ୟ ଏହି ଜାଗାରେ ରଖନ୍ତୁ ନାହିଁ, ହେଇଯିବେ ପୁରା ବରବାଦ

ସାଧାରଣତଃ ଘରର ମହିଳା ମାନଙ୍କ ପାଖରେ ଘରର ଚାବି କାଠି ରହିଥାଏ । ଘରର ପୁରୁଷ ହୁଅନ୍ତୁ ବା ମହିଳା ଯିଏ ବି ରୋଜଗାର କରନ୍ତୁ ନା କାହିଁକି କିନ୍ତୁ ଘରର ସବୁ ଦାୟିତ୍ଵ ମହିଳା ମାନଙ୍କ ପାଖରେ ରହିଥାଏ । ଏଣୁ ଘରର ଧନ ସମ୍ପତ୍ତି ରକ୍ଷା କରିବାର ଦାୟିତ୍ଵ ମହିଳାମାନଙ୍କ ହାତରେ ହିଁ ରହିଥାଏ । ତେଣୁ ସେମାନେ ଘରର ସବୁ ଚାବିକୁ ଏକାଠି କରି ସମ୍ଭାଳି ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଚାବି କାଠି କୁ ସମ୍ଭାଳି ରଖିବାର ବିଶେଷ ସ୍ଥାନ ଓ ନିୟମ ମଧ୍ୟ ରହିଛି ।

ଏହି ନିୟମକୁ ଆପଣାଇଲେ ଘରେ କେବେ ବି ଟଙ୍କା ପଇସାର ଅଯୋଥା ଖର୍ଚ୍ଚ ହୋଇ ନଥାଏ । ଯଦି ଭୁଲ ଦିଗରେ ବା ଭୁଲ ସ୍ଥାନରେ ଚାବି କାଠି ରଖାଯାଏ ତେବେ ଟଙ୍କା ପଇସା ମାମଲାରେ ଆପଣ ବହୁତ ପଛରେ ପଡି ଯାଆନ୍ତି ଓ ଘରେ ସବୁବେଳେ ଅଭାବ ଅନଟନ ଲାଗି ରହିଥାଏ । ଆଜି ଆମେ ଜାଣିବା କି ଘରର ଚାବି କେଉଁଠି ରଖିବା ବହୁତ ଶୁଭ ହୋଇଥାଏ ଓ କେଉଁଠି ରଖିବା ଅଶୁଭ ହୋଇଥାଏ ।

୧. ମହିଳାମାଙ୍କ ଅଣ୍ଟାରେ ଶୁଭ

ମହିଳା ମାନଙ୍କ ଅଣ୍ଟାରେ ଚାବି କାଠି ରହିବା ବହୁତ ଶୁଭ ହୋଇଥାଏ । ପ୍ରାଚୀନ କାଳରେ ମହିଳାମାନେ ଚାବି କାଠିକୁ ନିଜ ଅଣ୍ଟାରେ ରଖୁଥିଲେ । ଏହାକୁ ମଧ୍ୟ ଶୁଭ ବୋଲି ଧରା ଯାଇଥାଏ । ଯେଉଁ ମହିଳାମାନେ ଚାବି କାଠିକୁ ଅଣ୍ଟାରେ ରଖିଥାନ୍ତି ସେମାନଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ଏବଂ ସେମାନଙ୍କର ସମସ୍ତ ମନୋସ୍କାମନା ମାତା ଲକ୍ଷ୍ମୀ ପୂର୍ଣ୍ଣ କରିଥାନ୍ତି ।

୨. ତକିଆ ତଳେ ଭୁଲରେ ବି ରଖନ୍ତୁ ନାହିଁ

ସାଧାରଣତଃ ଲୋକମାନେ ନିଜ ଘରର ଆଲମାରୀର ଚାବି କାଠିକୁ ଶୋଇବା ସମୟରେ ନିଜ ତକିଆ ତଳେ ରଖି ଦେଇଥାନ୍ତି । ଚାବିକୁ ତକିଆ ତଳେ ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଆପଣ ଯେତେ ଧନ ରୋଜଗାର କଲେ ମଧ୍ୟ ଯଦି ଚାବି କାଠିକୁ ତକିଆ ତଳେ ରଖିବେ ତେବେ ଟଙ୍କା ପଇସା କେବେ ବି ପାଖରେ ରହିବ ନାହିଁ । କୌଣସି ନା କୌଣସି ବାଟରେ ଅଯୋଥାରେ ଖର୍ଚ୍ଚ ହୋଇଯିବ ।

୩. ସମସ୍ତଙ୍କ ନଜର ପଡୁଥିବା ସ୍ଥାନରେ ରଖନ୍ତୁ ନାହିଁ

ଚାବି କାଟିକୁ ଆପଣ ଡ୍ରଈଂ ରୁମରେ କେବେ ହେଲେ ଟାଙ୍ଗି କି ରଖନ୍ତୁ ନାହିଁ । କାରଣ ଏହା ଉପରେ ସମସ୍ତଙ୍କର ନଜର ପଡିଥାଏ । ଏମିତି କରିବା ଦ୍ଵାରା ଆପଣଙ୍କର ଟଙ୍କା ପଇସା ଚୋରୀ ହେବାର ବା ହଜି ଯିବାର ସମ୍ଭାବନା ରହିଥାଏ । ତେଣୁ ସବୁବେଳେ ଚାବି କାଠିକୁ ଅନ୍ୟମାନଙ୍କ ନଜରରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତୁ ।

୪. ବାଥରୁମ ର କାନ୍ଥରେ ଟାଙ୍ଗନ୍ତୁ ନାହିଁ

ଚାବି କାଠିକୁ ଆପଣ ଭୁଲରେ ବି ବାଥରୁମ ର କାନ୍ଥରେ ଟାଙ୍ଗନ୍ତୁ ନାହିଁ । କାରଣ ଏମିତି କରିବା ଦ୍ଵାରା ଚନ୍ଦ୍ରମା ଙ୍କର ଖରାପ ଦ୍ରୁଷ୍ଟି ଆପଣଙ୍କ ପରିବାର ଉପରେ ପଡିଥାଏ । ଯାହା ଫଳରେ ଟଙ୍କା ପଇସା ପାଣି ଭଳି ଖର୍ଚ୍ଚ ହୋଇଥାଏ । ତେଣୁ ଆପଣ ମାନେ ବାଥରୁମ ର କାନ୍ଥରେ ଚାବି କାଠି କୁ କେବେ ହେଲେ ଟାଙ୍ଗନ୍ତୁ ନାହିଁ ।

୫. ଶୋଇବା ଘରର ଉତ୍ତର ଦିଗ କାନ୍ଥରେ ଟଙ୍ଗିବା ଶୁଭ ହୋଇଥାଏ

ଘର ହେଉ ବା ସିନ୍ଧୁକ ର ଚାବିକାଠି ଟାଙ୍ଗିବାର ସଠିକ ଦିଗ ହେଉଛି ଉତ୍ତର ଦିଗ । ଏହି ଦିଗରେ ଚାବି କାଠି କୁ ଟାଙ୍ଗିଲେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଆପଣଙ୍କ ଉପରେ ପଡିଥାଏ । ଯାହା ଦ୍ଵାରା ଘରେ କେବେ ବି ଟଙ୍କା ପଇସାର ଅଭାବ ହୋଇ ନଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *