ଓଡିଶା ପାଇଁ ଗର୍ବ, CBSE ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା, ପଢନ୍ତୁ ତାଙ୍କର ସଫଳତା କାହାଣୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚଳିତ ବର୍ଷ ସିବିଏସ୍ଇ ପରୀକ୍ଷା ରେ ଓଡ଼ିଆ ଝିଅ ଙ୍କ କୃତିତ୍ବ । ପରୀକ୍ଷା ର ସର୍ବମୋଟ ୫୦୦ ନମ୍ବର ରୁ ୪୯୯ ନମ୍ବର ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା ।

ଅମ୍ରିତା ଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଓଲାଭର ବରୁଣା ଗ୍ରାମ ରେ ଅଟେ । ଅମ୍ରିତା ଙ୍କ ପିତା ଅମୀୟ ବେହୁରା ଆଇଓସିଏଲ ରେ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି ଏବଂ ମାଆ ମିତାରାଣୀ ନବୋଦୟ ବିଦ୍ୟାଳୟ ସମିତି ର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ କାର୍ଯ୍ୟ କରନ୍ତି । ସେମାନେ ନୋଏଡ଼ା ରେ ରହୁଥିବା ସମୟରେ ଝିଅ ଅମ୍ରିତା ନୋଏଡ଼ା ସେକ୍ଟର ୨୭ ସ୍ଥିତ କେମ୍ବ୍ରିଜ ବିଦ୍ୟାଳୟ ରେ ପାଠ ପଢ଼ନ୍ତି ।

ସିବିଏସଇ ପରୀକ୍ଷା ରେ ଏତେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହିତ ଟପ୍ପର ହୋଇଛନ୍ତି ଅମ୍ରିତା । ଆଗକୁ ଜଣେ ଅର୍ଥନୀତିଜ୍ଞ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ଅମ୍ରିତା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅମ୍ରିତା ପାଠପଢ଼ା ସହିତ ନିଜକୁ ସାମାଜିକ କାର୍ଯ୍ୟ ରେ ମଧ୍ୟ ନିୟୋଜିତ ରଖିଛନ୍ତି ।

ସେ ଯେଉଁ ବିଦ୍ୟାଳୟ ରେ ପାଠ ପଢୁଥିଲେ ସେଠାରେ ବୟାନ ନାମକ ଏକ କ୍ଳବ ଗଠନ କରିଛନ୍ତି ଏବଂ ଏହି କ୍ଳବ ର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି ଏବଂ ସେମାନଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି । କୋରନା ମହାମାରୀ ର ଏହି ବିକଟ ପରିସ୍ଥିତି ରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

ଏହି ଅସୁବିଧା ର ସମୟ ରେ ଅମ୍ରିତା ଙ୍କ ଦ୍ଵାରା ଗଠିତ ବୟାନ କ୍ଳବ ର ଛାତ୍ରଛାତ୍ରୀ ମାନେ ସାହାଯ୍ୟ ଲୋଡ଼ା ଥିବା ବ୍ୟକ୍ତି ଙ୍କୁ ସାହାଯ୍ୟ କରିଛନ୍ତି । ଏହି ମହାମାରୀ ରେ ଶିକାର ହୋଇଥିବା ରୋଗୀ ମାନଙ୍କୁ ମଧ୍ୟ ସେମାନେ ସାହାଯ୍ୟ ର ହାତ ବଢ଼ାଇଛନ୍ତି । ଏହା ନିଶ୍ଚିତ ଭାବରେ ପ୍ରଶଂସା ଦାୟକ ଅଟେ ।

ତେବେ ସିବିଏସ୍ଇ ଟପ୍ କରିଥିବା ଅମ୍ରିତା ଙ୍କୁ ଯେତେବେଳେ ତାଙ୍କ ସଫଳତା ସମ୍ବନ୍ଧରେ ପଚରା ଯାଇଥିଲା । ସେତେବେଳେ ସେ ଉତ୍ତର ରେ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ସେ ଆଜି ଏପରି ଭାବରେ ସଫଳତା ହାସଲ କରି ପାରିଛନ୍ତି ।

Leave a Reply

Your email address will not be published. Required fields are marked *