ଆସିଲା ବଡ ଖୁସି ଖବର, Cancer ରେ ଆଉ ଯିବ ନାହିଁ କାହାରି ଜୀବନ, ମିଳିଲା ବଡ ସଫଳତା…

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ କ୍ୟାନସର ରୋଗରେ ପୀଡିତ ହେଉଛନ୍ତି । ତେବେ ଏହି କ୍ୟାନସର ରୋଗଟି ସବୁଠାରୁ ମାରାତ୍ମକ ହୋଇଥିବା ବେଳେ ଏହାର କୌଣସି ସଠିକ ଔଷଧ ନଥିଲା ହେଲେ ଏବେ ଏହାକୁ ନେଇ ଏକ ବଡ ଖବର ସାମନାକୁ ଆସୁଛି । ଆଉ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ  । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ସଂପୂର୍ଣ୍ଣ ନିପାତ ହେବ କ୍ୟାନସର । କ୍ୟାନସରରେ ଆଉ ଯିବନି କାହାର ଜୀବନ । ସମଗ୍ର ବିଶ୍ଵରେ ଏବେ ଗୋଟିଏ ଚର୍ଚ୍ଚା ମିଳିଗଲା କ୍ୟାନସରର ଔଷଧ । କ୍ୟାନସର ଶବ୍ଦ ଶୁଣିଲେ ଉଡିଯାଏ ହୋସ ଜୀବନର ଆଶା ଛାଡି ଦିଅନ୍ତି ଅନେକ କ୍ୟାନସର ରୋଗୀ । ହେଲେ ଏବେ ମିଳି ସାରିଛି କ୍ୟାନସରର ପ୍ରତିକାର । କିଛି ବିଶେଷଜ୍ଞ ଉଦ୍ଭାବନ କରିଛନ୍ତି ।

ଏହି ଔଷଧର ନାମ ହେଉଛି ଡୋଷ୍ଟାଲଲିମାବ । ଏହି ଡ୍ରଗ ହୋଇପାରେ ବିଶ୍ଵ ପାଇଁ ବରଦାନ । ନିଉୱାର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏ ଔଷଧ 18 ଜଣ କ୍ୟାନସର ରୋଗୀଙ୍କ ଉପରେ ପ୍ରୟୋଗ କରଯାଇଥିଲା । ରେକ୍ଟାଲ କ୍ୟାନସର ରେ ପୀଡିତ ଥିଲେ ଏହି 18 ଜଣ ରୋଗୀ ।

ବନ୍ଧୁଗଣ 6 ମାସ ପରେ ସମସ୍ତଙ୍କ ଟ୍ୟୁମର ଗାୟବ । ଏହି ଔଷଧ ସତ ପ୍ରତିଶତ ସଫଳ ହେଇଛି । ସମସ୍ତେ ସୁସ୍ଥ ହେଇଗଲେ । ଏହି ଡ୍ରଗ ଶରୀରରେ ସବସିଟ୍ଯୁଟ ଏନ୍ଟିବୋଡି ଭାବେ କାମ କରିଥାଏ । ତେବେ ଇତିହାସରେ ପ୍ରଥମ ଥର ପାଇଁ କିଛି ଏଭଳି ଘଟିଛି । ନିଉୱାର୍କରେ ଉଦ୍ଭାବନା ହୋଇଥିବା ଏହି ଡ୍ରଗକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା । ଏହା ବିଶ୍ଵ ପାଇଁ ଏକ ବରଦାନ ହୋଇପାରେ । ହେଲେ ଏହି ଔଷଧର ପ୍ରଭାବ ଦେଖିବା ପାଇଁ ବଡ ଧରଣର ଟ୍ରାଏଲ ଆବଶ୍ୟକ ।

ଆଉ କିଛି ଦିନ ମଧ୍ୟରେ ଏକ ବଡ ଧରଣର ଟ୍ରାଏଲ ହୋଇପାରେ । ଯଦି ଏହି ଟ୍ରାଏଲ ସଫଳ ହୁଏ ଆଉ ଏହି ଔଷଧ ବ୍ୟବହାର ପାଇଁ ଅନୁମତି ମିଳେ ତା ହେଲେ ଏହା ମେଡିକାଲ ସାଇନ୍ସରେ ସବୁଠାରୁ ବଡ ଉଦ୍ଭାବନା ହେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *