ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଜଗି ବସିଥିଲା ଯମ ! ହଠାତ ବିଶ୍ରାମାଗାର କାନ୍ଥରୁ ଫେଣା ମେଲାଇ ଗର୍ଜନ କଲା ବିଶାଳକାୟ ତମ୍ପ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ନୀଳଗିରୀ ବସଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ବସିବା ସ୍ଥାନରେ କାନ୍ଥ ଭିତରେ ଫେଣା ମେଲାଇ ବସିଥିଲା ତମ୍ପ ସାପ । ତେବେ ଯାତ୍ରୀମାନେ ବସକୁ ଅପେକ୍ଷା କରିବାପାଇଁ ଯେଉଁଠାରେ ବସନ୍ତି ସେହିଠାରେ ଏକ କାନ୍ଥ ଫାଟରୁ ବାହାରି ଗର୍ଜନ କରୁଥିବାର ଯାତ୍ରୀମାନେ ଦେଖିବାକୁ ପାଇଲେ ଏହା ଦେଖିବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡିଲେ । ହଠାତ ସେହି ସ୍ଥାନରେ ବସିଥିବା ସମସ୍ତ ଯାତ୍ରୀମାନେ ସେଠାରୁ ଉଠି ଅନ୍ୟତ୍ର ପଳାଇଗଲେ । ଏବଂ ସର୍ପ ଉଦ୍ଧାରକାରୀ ଟିମକୁ ଖବର ଦେଇ ଡକାଇଲେ ।

ଖବର ପାଇ ତୁରନ୍ତ ଆସି ପହଞ୍ଚିଗଲେ ସର୍ପ ଉଦ୍ଧାରକରି ଟିମ । ଏବଂ ସାପଟି ଦୀର୍ଘ ସମୟ ଧରି ସେଠାରେ ରହିଥିଲା । ଏହାପରେ ଯେମିତି ଆଙ୍କୁଡା ଧରି ବ୍ୟକ୍ତି ଜଣଙ୍କ ସାପକୁ ଧରିବାକୁ ଗଲେ ଠିକ ସେହି ସମୟରେ ସାପଟି ପ୍ରବଳ ଗର୍ଜନ କରିବାକୁ ଲାଗିଲା । ଏହାପରେ ଦୀର୍ଘ ସମୟର ପ୍ରୟାସ ପରେ ସେ କାନ୍ଥ ମଧ୍ୟରୁ ବାହାରକୁ ବାହାରିଲା । ବାହାରିବ ପରେ ଜଣାପଡିଥିଲା ଯେ ତାହା ଏକ ତମ୍ପ ସାପ ଅଟେ ।

ଏବଂ ଦେଖିବାକୁ ଛୋଟ ଥିଲେ ମଧ୍ୟ ଗର୍ଜନ ପ୍ରବଳ ଜୋରସେ ଛାଡୁଥିଲା । ଏହାଦେଖି ଲୋକେ ଆହୁରି ଭୟଭୀତ ହେବାକୁ ଲାଗିଲେ । ବର୍ଷାଦିନରେ ଏହିଭଳି ସାପ କେତେକ ଜାଗାରେ ଦେଖିବାକୁ ମିଳିଥାନ୍ତି । ବର୍ଷାର ପାଣି ଦ୍ଵାରା ନାଳନର୍ଦ୍ଧମାରେ ଥିବା ସାପ ଘର ମଧ୍ୟକୁ କେତେକ ସ୍ଥାନରେ ପ୍ରବେଶ କରିଥାନ୍ତି । ଅନେକ ସମୟରେ ଛୋଟ ଛୋଟ ଛୁଆଠାରୁ ଆରମ୍ଭ କରି ବଡ ତଥା ବୟସ୍କ ଲୋକେ ମଧ୍ୟ ଏହିଭଳି ସାପ ମାନଙ୍କର ହାବୁଡରେ ପଡି ନାନା ପ୍ରକାରର ସମସ୍ୟାର ସମୁଖିନ ହୋଇଥାନ୍ତି ।

ଅନେକ ସମୟରେ ଏମାନଙ୍କ ଜୀବନ ମଧ୍ୟ ଚାଲିଯିବାର ସୂଚନା ମିଳିଥାଏ । ତେବେ ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ସର୍ପ ଦଂସନର ସମ୍ଭାବନା ବହୁଳ ଭାବରେ ବଢିବାରେ ଲାଗିଛି । ଆପଣ ମାନେ ଯେଉଁଠାରେ ମଧ୍ୟ ଚଳପ୍ରଚଳ କରୁଛନ୍ତି ସେଠାରେ ଦେଖିଚାହିଁ ଚଳପ୍ରଚଳ କରନ୍ତୁ । ନଚେତ ଆପଣଙ୍କୁ ବହୁତ ବଡ କ୍ଷତିର ସମୁଖୀନ ହେବାକୁ ପଡିପାରେ ।

ବର୍ତ୍ତମାନ ଗାଁ ଗହଳୀ ଅଞ୍ଚଳରେ ଥିବା ଲୋକେ ବିଶେଷ କରି ଛୋଟ ଛୁଆ ମାନେ ସତର୍କତାର ସହିତ ଚଳପ୍ରଚଳ କରିବା ଆବଶ୍ୟକ । ବଡ ଲୋକଙ୍କ ଜ୍ଞାନ ଯେତିକି ସେଭଳି ଭାବରେ ଛୁଆଙ୍କର ବୁଦ୍ଧି ହୋଇ ନଥାଏ । ଏଣୁ ପରିବାର ଲୋକେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ବନ୍ଧୁଗଣ ଏହିବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *