ଫେମସ ଓଡିଆ ହୀରୋ Budhaditya Mohanty ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡ ସୁପର ଷ୍ଟାର ବୁଧାଦିତ୍ୟ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବୁଧାଦିତ୍ୟଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ।

ବୁଧାଦିତ୍ୟ ଉଭୟ ନାୟକ ଓ ଖଳନାୟକର ଭୂମିକା ଅଲିଉଡ ଫିଲ୍ମରେ ପଦର୍ଶନ କରିଛନ୍ତି । ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅତୁଳନୀୟ ପଦର୍ଶନ ପାଇଁ ତାଙ୍କୁ ବହୁତ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବୁଧାଦିତ୍ୟଙ୍କୁ ତ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ଜୀବନୀ ଓ ପରିବାର ବିଷୟରେ ଜାଣିଛନ୍ତି ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବୁଧାଦିତ୍ୟଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଅଲିଉଡ ଅଭିନେତା ବୁଧାଦିତ୍ୟଙ୍କ ଜନ୍ମ ୧୭ ଜାନୁୟାରୀ ୧୯୭୮ ମସିହାରେ କଟକରେ ହୋଇଥିଲା । ତାଙ୍କ ମା ହେଉଛନ୍ତି ମାଲଭିକ ରାୟ । ବନ୍ଧୁଗଣ ବୁଧାଦିତ୍ୟ ନିଜ ପାଠ ପଢା କଟକର ରେଭେନ୍ସା କଲେଜରେ ପୂରଣ କରିଥିଲେ ।

ପିଲା ଦିନରୁ ତାଙ୍କର ଅଭିନୟରେ ରୁଚି ରହିଥିଲା । ବନ୍ଧୁଗଣ ସେ ୨୦୦୭ ମସିହାରେ ଓଡିଆ ଫିଲ୍ମ ଜଗତକୁ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ଆଇ ଲଭ ମାଈ ଇଣ୍ଡିଆ । ଏହାପରେ ସେ ୨୦୦୮ ମସିହାରେ ‘ନନ୍ଦିନୀ ଆଇ ଲଭ ୟୁ’ ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ ଅଭିନୟ କରିଥିଲେ । ତାଙ୍କର ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ଲୋକମାନେ ଏହି ଫିଲ୍ମକୁ ବହୁତ ଅଧିକ ପସନ୍ଦ କରିଥିଲେ ।


ଏହାପରେ ସେ ନିଜର ତୃତୀୟ ଫିଲ୍ମ ୨୦୦୯ ମସିହାରେ ‘ପାଗଳ କରିଛି ପାଉଞ୍ଚି ତୋର’ରେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଏହାପରେ ସେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମରେ ଅଭିନୟ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ସେ ଓଡିଆ ଫିଲ୍ମ ବ୍ଯତୀତ କେତେକ ହିନ୍ଦୀ ଟେଲିଭିଜନ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।

ସେ ହିନ୍ଦୀ ଧାରାବାହିକ ‘କୁମକୁମ, ମେହେର, ପ୍ରତିମା, ୱାରିଶ, ସ୍ତ୍ରୀ ତେରି କାହାଣୀ ଓ କ୍ୟା ହୁଆ ତେରା ବାଦା’ ଆଦି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ବୁଧାଦିତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି  । ହେଲେ ତାଙ୍କ ଘରେ ତାଙ୍କ ମା ଓ ବାପାଙ୍କ ସହ ସେ ରହୁଛନ୍ତି । ବର୍ତ୍ତମାନ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବହୁତ ବଡ ସଫଳତା ହାସଲ କରି ଲୋକପ୍ରିୟ ହୋଇ ସାରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *