ଆଶ୍ଚର୍ଯ୍ୟ ! ପେଟରୁ ବାହାରିଲା 187 ଟି କଏନ, ଯାହାର ଓଜନ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପେଟରୁ ବାହାରିଛି ୧୮୭ ଟି କଏନ । ୫୦ ପଇସା ରୁ ଆରମ୍ଭ କରି ରହିଛି ୧୦ ଟଙ୍କିଆ କଏନ । ଏହାର ଓଜନ ରହିଛି ଗୋଟିଏ କେଜି ୨୦୦ ଗ୍ରାମ । ତେବେ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ର ବାଗଲପୁରରେ । କର୍ଣ୍ଣାଟକ ର ଜଣେ ବ୍ୟକ୍ତିଙ୍କର ପେଟରୁ ବାହାରିଛି ୧୮୭ ଟି କଏନ । ସେହି ବ୍ୟକ୍ତି ଜଣକ ମେଡିକାଲରେ ପେଟ ଯନ୍ତ୍ରଣା ଏବଂ ବାନ୍ତି ହେବାର ଅଭିଯୋଗ ନେଇ ପହଞ୍ଚିଥିଲେ ।

ଡାକ୍ତର ମାନେ ସେମାନଙ୍କର ଅଲଗା ଅଲଗା ଟେଷ୍ଟ କରାଇ ଥିଲେ । ଇଣ୍ଡୋସ୍କୋପି ରୁ ଜଣାପଡିଥିଲା କି ବ୍ୟକ୍ତି ଙ୍କ ପେଟରେ ବହୁତ ସାରା କଏନ ରହିଛି । ଅପରେସନ କରିବା ପରେ ବ୍ୟକ୍ତି ଙ୍କ ପେଟରୁ ଟଙ୍କିକିଆ, ଦୁଇଟଙ୍କିଆ, ଏବଂ ୫ ଟଙ୍କିଆ, ଅଲଗା ଅଲଗା କଏନ ବାହାରିଥିଲା । ସମୁଦାୟ ୪୬୫ ଟଙ୍କାର ୧୮୭ ଟି କଏନ କୁ ବାହାର କରିଛନ୍ତି ଡାକ୍ତର ।

ଡାକ୍ତର ଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକୁ ଶିଜୋଫୋର୍ନ୍ନିୟା ନାମକ ରୋଗ ରହିଅଛି । ଏହି ୮୫ ବର୍ଷୀୟ ବ୍ୟକ୍ତି ଙ୍କ ନାମ ହେଉଛି ଦୟାମୋତା ହରିଜନ । ସେ ରାୟପୁର ଜିଲ୍ଲା ର ଲିଙ୍କଶୁବୁଦ ସହରରେ ରହୁଛନ୍ତି । ୨୬ ନଭେମ୍ବର ଶନିବାର ଦିନ ପେଟ ଯନ୍ତ୍ରଣା ହେଉଛି କହି ସେ ମେଡିକାଲ ଆସିଥିଲେ । ପୁଅ ରବି କୁମାର ତାଙ୍କୁ ଏଚଏସକେ ମେଡିକାଲ କୁ ଆଣିଥିଲେ ।

ସେଠାରେ ଡାକ୍ତର ସମସ୍ତ ଲକ୍ଷଣ କୁ ଦେଖି ଇଣ୍ଡୋସ୍କୋପି ଏବଂ ଏକ୍ସରାଏ କରାଇଥିଲେ । ସ୍କାନ ରୁ ଜଣା ପଡିଥିଲା ଯେ ବ୍ୟକ୍ତି ଙ୍କ ପେଟରେ ଏକ ଦଶମିକ ଦୁଇ କିଲୋଗ୍ରାମ କଏନ ରହିଛି । ଏହାପରେ ଅପରେସନ କରିବାର ନିଷ୍ପତ୍ତି ନିଆଯାଇଥିଲା । ଡାକ୍ତର ଙ୍କ କହିବା ଅନୁସାରେ ଶିଜୋଫୋର୍ନିୟା ରୋଗରେ ପୀଡିତ ଥିବାରୁ କଏନ ଢୋକି ଦେବାର ଅଭ୍ୟାସ ରହିଥିଲା ।

ସେମାନେ କହିଛନ୍ତି ଯେ ଏହି ରୋଗୀ ମାନେ ଅସାମାନ୍ୟ ଭାବରେ ଭାବିଥାନ୍ତି, ଅନୁଭବ କରନ୍ତି ତଥା ବ୍ୟବହାର କରନ୍ତି । ତେବେ ଏହିଭଳି ଭାବରେ ରୋଗୀ ଜଣକ ୧୮୭ ଟି କଏନ ଗିଳିଥିଲେ, ସେଥିରେ ୫ ଟଙ୍କିଆ, ୫୬ ଟି କଏନ, ଦୁଇ ଟଙ୍କିଆ ୫୧ ଟି କଏନ, ଏବଂ ଟଙ୍କିକିଆ ୮୦ ଟି କଏନ ଥିଲା । ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *