କି ଭୟଙ୍କର ଦୃଶ୍ୟ ! ବ୍ରିଜ ଉପରୁ ନଦୀ ଭିତରକୁ ଖସିପଡିଲା ବସ୍, ଡ୍ରାଇଭରଙ୍କ ଅସାବଧାନତା ହେତୁ ଚାଲିଗଲା ଅନେକ ଯାତ୍ରୀଙ୍କ ଜୀବନ

ଆଖିର ପଲକ ନିଦର ମୂଲ୍ୟ ଦେବାକୁ ପଡିଲା 15 ଜଣକୁ । ଶୋଇପଡ଼ିଲା ଡ୍ରାଇଭର, ବ୍ରିଜ ଉପରୁ 50 ଫୁଟ ତଳକୁ ଖସି ପଡିଲା ବସ୍ । ଏହି ଘଟଣା ଟିଏ ହେଉଛି ମଧ୍ୟପ୍ରଦେଶ ଖାରଘୋନରେ ଯେଉଁଠି କି ସର୍ବାଧିକ 45 ଜଣଲୋକମାନେ ଯାତ୍ରା କରୁଥିଲେ । କେହି ବାହାରିଥିଲା ବନ୍ଧୁବାନ୍ଧବକୁ ଦେଖା କରିବାକୁ ତ ଆଉ କିଛି ଲୋକେ ବସିଥିଲେ ଘରଲୋକମାନଙ୍କୁ ଦେଖାକରିବାକୁ ।

ସୂଚନା ଅନୁସାରେ ସେହି ବସ୍ ରେ  ଛାତ୍ରଛାତ୍ରୀମାନେ ମଧ୍ୟ ମହାବିଦ୍ୟାଳୟ ଅଭୁମୁଖେ ବାହାରି ପଡିଥିଲେ । ମାତ୍ର କିଏ ବି ପହଞ୍ଚି ନ ଥିଲେ ଲକ୍ଷ୍ୟସ୍ଥଳ ।  ଡ୍ରାଇଭରଙ୍କ ପଲକ ନିଦ ସମସ୍ତଙ୍କ ଲକ୍ଷ୍ୟପଥରୁ ଉଭାଇ ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣା ଘଟିବା ନୋଳି କିଏ ମନେ କରିନଥିଲେ । ଘରୁ ହସ ଖୁସିରେ ବାହାରିଥିଲା ଯାତ୍ରୀମନେ ଆଉ କେବେ ବି ଘରକୁ ନ ଆସିବାର ଖବର ଘରକୁ ଚିରଦିନର ଦୁଃଖ ଦେଇଥିଲା ।

ଭୋ ଭୋ କରି କାନ୍ଦୁଥିଲେ ମୃତଲୋକମାନଙ୍କର ଘର ଲୋକମାନେ । ସତରେ ଏଭଳି ଦୁଃଖଦାୟକ ଘଟଣା ସ୍ଥାନୀୟ ଲୋକମାନଙ୍କୁ ଭୟଭୀତ କରିଛି । ଖବର ମୁତାବକ ବସ୍ ଟି ଯାତ୍ରୀମାନଙ୍କୁ  ଙ୍କୁ ଶଟ୍ହାଣ୍ଡ ରୁ ଧରି ଇଣ୍ଡୋର ବାହାରିଥିଲା । ମାତ୍ର ଅଧା ରାସ୍ତାରେ ଯେତେବେଳେ ବସ୍ ଟି ବ୍ରିଜକୁ ଅତିକ୍ରମ କରୁଥିଲା ତେବେ ଡ୍ରାଇଭରଙ୍କ ଆଖି ବନ୍ଦ  ହୋଇଯାଇଥିଲା । ସେହି ସମୟରେ ବସ୍  ବେଗ ଅଧିକ ଥିବା କାରଣରୁ ଗାଡିଟି ସିଧା ବ୍ରିଜର ବାଡ ଭାଙ୍ଗି ପଚାଶ ଫୁଟ୍ ଉପରୁ ତଳକୁ ଖସି ପଡିଲା ।

ବସ୍ ଭିତରେ ଥିବା ଯାତ୍ରୀମନେ ଚିଲାଇବାକୁ ଲାଗିଥିଲେ ନିଜ ଜୀବନକୁ ରକ୍ଷାକରିବାର ଅନେକ ଚେଷ୍ଟା କରିଥିଲେ । ତାଙ୍କ ସ୍ଵର ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ପୋଲିସକୁ ଡାକି ଯାତ୍ରୀମାନଙ୍କୁ ବାହାର କରିବାର ବ୍ୟବସ୍ଥା କରିଥିଲେ, କିନ୍ତୁ ସେଥିକି ଭିତରେ 15 ଜଣଙ୍କ ମୃତ୍ୟୁ ଘଟିସାରିଥିବା ବେଳେ 25 ଜଣ ଗୁରୁତର ଭାବରେ  ଆହାତ ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ରାଜ୍ୟ ସରକାର ମୃତଗତ ପରିବାରକୁ ଚାରି ଲକ୍ଷ୍ୟ ଟଙ୍କା ରାଶି ଘୋଷଣା କରିଛନ୍ତି ।

ଏହା ବ୍ୟତୀତ ଆହତ ହୋଇ ଡାକ୍ତର ଖାନାରେ ଚିକିତ୍ସା ପାଉଥିବା ଲୋକଙ୍କ ନିମିତ ପଚାଶ ହଜାର ଟଙ୍କା ପ୍ରଦାନ କରିବାର ସୂଚନା ମିଳିଛି । ପଇସା ଲୋକମାନଙ୍କ ଅଭାବକୁ ପୂରଣ କରୁନଥିବା ବେଳେ ଡ୍ରାଇଭରମାନଙ୍କୁ ଆଲାଟ ରହି ଗାଡି ଚାଲିବା ଉଚିତ୍ । ଏହି ଖବରକୁ ନେଇ ଆପଣଙ୍କୁ ମତକୁ କମେଣ୍ଟ କରି ଜଣାନ୍ତୁ । ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।   

Leave a Reply

Your email address will not be published. Required fields are marked *