ପାଟନା ପୋଲିସ ସାମ୍ନାରେ ସୁଶାନ୍ତଙ୍କ ଭଉଣୀ ଓ ଚାକର କଲେ ବହୁତ ବଡ ରାଜ ର ପର୍ଦାଫାସ

ସୁଶାନ୍ତ ସିଂହ ମାମଲାରେ ମୁମ୍ବାଇ ପୋଲିସ ର ସବୁ ସ୍ଥିତିରେ ଅପମାନ ହେଉଛି । ଭାରତର ସବୁଠୁ ମଝବୁତ କୁହାଯାଉଥିବା ପୋଲିସ ଫୋର୍ସ ଆଜି ନିଜର କାମ ପାଇଁ ଅପମାନିତ ହେଉଛି । ବିହାର ପୋଲିସ ଯେତେବେଳେ ମୁମ୍ବାଇ ପହଞ୍ଚିଲେ ସେ କେସ କୁ ଯେଉଁଠୁ ଆରମ୍ଭ କଲେ ସେ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ବି ଫଞ୍ଚି ପାରି ନାହିଁ । 45 ଦିନର ତଦନ୍ତ ପରେ ବି ମୁମ୍ବାଇ ପୋଲିସ ପାଖରେ କିଛି ବି ନାହିଁ ଓ ତାଙ୍କର କାର୍ଯ୍ୟ ପ୍ରଣାଳୀରେ ଯେଉଁ ଫଲ୍ଟ ବାହାରିଛି ତାହାକୁ ଦେଖି ଲାଗୁଛି କି ଜଣା ନାହିଁ କାହିଁକି ମୁମ୍ବାଇ ପୋଲିସ ଏହି ପୁରା ମାମଲାକୁ ଯାଞ୍ଚ ରେ ଆଣିବାକୁ ହିଁ ଚାହୁଁ ନଥିଲେ ବା ଏହି ମାମଲାକୁ ରଫା ଦଫା କରିବାକୁ ଚାହୁଥିଲା ।

ଏବେ ମୁମ୍ବାଇ ପୋଲିସ ଯାହା କରି ପାରିଲା ନାହିଁ ତାହା ଏବେ ବିହାର ପୋଲିସ କରୁଛି ଓ ବିହାର ପୋଲିସ ଦୁଇ ଦିନ ମଧ୍ୟରେ ହିଁ ବହୁତ ବଡ ବଡ କଥା ସାମ୍ନା କୁ ଆଣିଛନ୍ତି । ଯେଉଁଥିରେ ଅଙ୍କିତା କିଛି ଖୋଲି କହିଛନ୍ତି । କିନ୍ତୁ ବଡ ଖବର ହେଲା ସୁଶାନ୍ତ ଙ୍କ ଭଉଣୀ ନିତୁ ସିଂହ ଓ ତାଙ୍କ ଘରର ଚାକର ବିହାର ପୋଲିସ ସାମ୍ନା ରେ ବହୁତ ବଡ ରାଜ ଖୋଲିଛନ୍ତି ।

ଏହା ପୂର୍ବରୁ ସୁଶାନ୍ତ ଙ୍କ ସାଙ୍ଗ କହିଥିଲେ କି ମୁମ୍ବାଇ ପୋଲିସ ତାଙ୍କ ଷ୍ଟେଟମେଣ୍ଟ ନେଇ ହିଁ ନଥିଲେ, ତାଙ୍କ ସହିତ ଖାଲି କଥା ହେଇଥିଲେ କିନ୍ତୁ ଲିଖିତ ରେ କିଛି ଷ୍ଟେଟମେଣ୍ଟ ନେଇ ନଥିଲେ । ଏବେ ବିହାର ପୋଲିସ ଯେତେବେଳେ ପହଞ୍ଚିଲା ସବୁଠୁ ପ୍ରଥମେ 3 ଘଣ୍ଟା ସେ କ୍ରାଇମ ବ୍ରାଞ୍ଚ ରେ ବିତାଇଲେ । ତା ପରେ ସେ ସୁଶାନ୍ତ ସିଂହ ରାଜପୁତ ଙ୍କ ଚାକର ପାଖକୁ ଯାଇ 4 ଘଣ୍ଟା ଧରି କଥା ହୋଇଥିଲେ । କୁହା ଯାଉଛି କି ଯେଉଁଥିରେ ବଡ ବଡ କଥା ସାମ୍ନା କୁ ଆସିଛି ।

ଏହା ପରେ ସୁଶାନ୍ତ ସିଂହ ଙ୍କ ଭଉଣୀ ନିତୁ ସିଂହ ଙ୍କ ସହିତ ବିହାର ପୋଲିସ ଗୋରେଗାଓଁରେ ହେଇଥିଲେ । ଖବର ଅନୁସାରେ 8 ଜୁନ କୁ ରିୟା ନିତୁ ସିଂହ ଙ୍କୁ ଫୋନ କରିଥିଲେ ଓ କହିଥିଲେ କି ମୁଁ ସୁଶାନ୍ତଙ୍କୁ ଛାଡି ଯାଉଛି ତୁମେ ଆସି ନିଜ ଭାଇକୁ ଦେଖି ନିଅ । ଆମର ଝଗଡା ହେଇ ଯାଇଛି । ମୁଁ ସବୁଦିନ ପାଇଁ ଯାଉଛି । ତାର ଦେହ ଭଲ ନାହିଁ । ପରେ ଯାହା କିଛି ହେଲେ ମୋର କିଛି ଦୋଷ ନାହିଁ । ଏହି କଥା କହି ରିୟା ଚାଲି ଯାଇଥିଲେ ।

ଏହା ପରେ 8 ତାରିଖ ସନ୍ଧ୍ୟା ବେଳକୁ ପୁଣି ସୁଶାନ୍ତ ନିତୁଙ୍କୁ ଫୋନ କରିଥିଲେ ଓ କହିଲେ କି ରିୟା ସହିତ ମୋର ବ୍ରେକପ ହୋଇ ଯାଇଛି ଓ ସେ ସବୁ ଇମ୍ପୋଟାନ୍ଟ ପେପର, ଜ୍ୱେଲେରୀ, ମୋର ବି ସବୁ ଇମ୍ପୋଟାନ୍ଟ ପେପର ସବୁ ନେଇ ଏଠୁ ପଳେଇଛି । ମୁଁ ବହୁତ ଟେନସନ ରେ ଅଛି କି ସେ ମୋ ସହିତ କଣ କରିବ । ଏହା ପରେ ନିତୁ 9 ତାରିଖରେ ସୁଶାନ୍ତ ଙ୍କ ଘରେ ପହଞ୍ଚିଲେ । ଯେଉଁ ଦିନ ଦିଶାଙ୍କ ମୃତ୍ୟୁ ହୋଇଥିଲା ଓ ସୁଶାନ୍ତ ବହୁତ ଚିନ୍ତିତ ଥିଲେ । ସୁଶାନ୍ତ ନିତୁ ଙ୍କୁ ମଧ୍ୟ କହିଥିଲେ ମୋତେ ଡର ଲାଗୁଛି କି ସେ କାଳେ ମୋତେ ଫସେଇ ଦେବନି ତ । ସୁଶାନ୍ତଙ୍କୁ ନିତୁ ବୁଝାଇଥିଲେ ଓ ତାଙ୍କ ଘରକୁ ଯିବା ପାଇଁ ମଧ୍ୟ କହିଥିଲେ କିନ୍ତୁ ସୁଶାନ୍ତ ମନା କରିଦେଇଥିଲେ ।

୧୨ ତାରିଖ ପର୍ଯ୍ୟନ୍ତ ନିତୁ ତାଙ୍କ ସାଙ୍ଗରେ ଥିଲେ ଓ ୧୨ ତାରିଖ ଦିନ ସେ ଘରକୁ ବାହାରିଲେ ଓ ସୁଶାନ୍ତଙ୍କୁ ମଧ୍ୟ ତାଙ୍କ ସାଙ୍ଗରେ ଯିବା ପାଇଁ କହିଥିଲେ । କିନ୍ତୁ ସୁଶାନ୍ତ ମନା କରି ଦେଇଥିଲେ । ନିତୁ ସେଠାରୁ ପଳାଇ ଆସିଥିଲେ ଓ ୧୩ ତାରିଖକୁ ମଧ୍ୟ ନିତୁଙ୍କ ସହିତ ସୁଶାନ୍ତଙ୍କର କଥା ହୋଇଥିଲା । ସେ ବହୁତ ଚିନ୍ତିତ ଥିଲେ । ତାଙ୍କୁ ବାରମ୍ବାର ଲାଗୁଥିଲା କି ତାଙ୍କୁ ରିୟା ଫସେଇ ଦେବ ।

ପୁଣି ଥରେ ଯେତେବେଳେ ସୁଶାନ୍ତ ନିତୁଙ୍କୁ ଫୋନ କରିଥିଲେ ତେବେ ତାଙ୍କ ସହିତ କଥା ହୋଇ ପାରି ନଥିଲା ଓ ୧୪ ତାରିଖକୁ କଲ ଆସିଲା କି ସୁଶାନ୍ତ ସହ ଏହି ଘଟଣା ଘଟିଛି । ତାଙ୍କର ଦେହାନ୍ତ ହୋଇ ଯାଇଛି । ଲାଗୁଛି ନିତୁ ସିଂହ ଙ୍କ ଏହି ବଡ ବୟାନ ରୁ ପାଟନା ପୋଲିସ କୁ ବହୁତ କିଛି ହେଲ୍ପ ମିଳି ପାରିବ । ତେବେ ଯଦି ଆପଣ ବି ଚାହାଁନ୍ତି ସୁଶାନ୍ତ ଙ୍କୁ ନ୍ୟାୟ ମିଳୁ ତେବେ ଖବରଟି ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *