ରାଜ୍ୟ ସରକାର ଜାରି କଲେ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ, ଜାଣନ୍ତୁ କଣ ରହିବଖୋଲା ଓ କେଉଁ ଜିନିଷ ଉପରେ ଲାଗିଲା କଟକଣା

ରାଜ୍ୟରେ ଦିନକୁ ଦିନ କରୋନା ମାମଲା ବଢିବାରେ ଲାଗିଛି । ଅନେକ କଟକଣା ସତ୍ବେ ବି ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ଯେଉଁ କାରଣରୁ ସରକାର ନୂଆ ନୂଆ ଗାଇଡ ଲାଇନ ଆପଣାଇବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ unlock 3 ମାନେ ଅଗଷ୍ଟ ମାସର ନୂଆ ଗାଇଡ ଲାଇନ ଜାରି କରାଯାଇଛି । ରାଜ୍ୟରେ ବର୍ତ୍ତମାନ ର କରୋନା ସ୍ଥିତିକୁ ଆଖି ଆଗରେ ରଖି ନୂଆ ନୂଆ ଗାଇଡ ଲାଇନ ପ୍ରସ୍ତୁତ କରା ଯାଇଛି । ତେବେ ଚାଲନ୍ତୁ ଜାଣିବା ସେହି ଗାଇଡ ଲାଇନ ବିଷୟରେ ।

୧. ରାତ୍ରି କାଳୀନ କର୍ଫ୍ଯୁ ବଳବତ୍ତର ରଖିଲେ ସରକାର ।

୨. ଅଗଷ୍ଟ ୧ ଓ ୨ ରେ ସଟଡାଉନ ରେ ସାମାନ୍ଯ କୋହଳ ।

୩. ଅଗଷ୍ଟ ୧ ଓ ୨ ରେ ଦିନ ୧ ରୁ ରାତି ୯ ଟା ଯାଏ ସଟଡାଉନ ରହିବ ।

୪. ରାଉରକେଲା ରେ ବି ଜାରି ରହିବ ସାପ୍ତାହିକ ସଟଡାଉନ ।

୫. ଗଞ୍ଜାମ ଖୋର୍ଦ୍ଧା କଟକ ଓ ଗଜପତି ଜିଲ୍ଲାରେ ଜାରି ରହିବ ସାପ୍ତାହିକ ସଟଡାଉନ ।

୬. କଣ୍ଟେନମେଣ୍ଟ ଜୋନ ରେ ଲକଡାଉନ ସଂପୂର୍ଣ୍ଣ ଭାବେ ଜାରି ରହିବ ।

୭. ଅଗଷ୍ଟ ୫ ରୁ କିଛି ନିୟମ ସହ ଯୋଗ କେନ୍ଦ୍ର ଓ ଜିମ ଖୋଲା ଯାଇପାରିବ ।

୮. ସ୍କୁଲ କଲେଜ ଶିକ୍ଷାନୁଷ୍ଠାନରେ ପାଠ ପଢା ବନ୍ଦ ରହିବ ।

୯. ଥିଏଟର, ଆସେମ୍ବ୍ଲି ହଲ, ସାମାଜିକ, ରାଜନୈତିକ କାର୍ଯ୍ୟ ବନ୍ଦ ।

୧୦. ଆନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ, ସୁଇମିଙ୍ଗ ପୁଲ ବନ୍ଦ ରହିବ ।

୧୧. ପ୍ରଥମ ଦୁଇ ଥର ମାସ୍କ ନ ପିନ୍ଧି ଧରା ପଡିଲେ ୧୦୦୦ ଜୋରିମାନା ଓ ତା ପରେ ୫୦୦୦ ଜୋରିମାନା ଲାଗିବ।

୧୨. ସାମାଜିକ ଦୁରତ୍ଵ ଭଙ୍ଗ କରୁଥିବା ଦୋକାନକୁ ସିଲ କରାଯିବ ।

୧୨. ପ୍ରଥମ ଥର ଭଙ୍ଗ କଲେ ଜୋରିମାନା ଓ ୧ ସପ୍ତାହ ସିଲ ।

୧୩. ଦ୍ଵିତୀୟ ଥର ଭଙ୍ଗ କଲେ ଦୋକାନ ମାସେ ସିଲ ଓ ଜୋରିମାନା ଲାଗିବ ।

୧୪. ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନରେ ପାଠ ପଢା ବନ୍ଦ ରହିବ ।

୧୫. ପାଠ ପଢା ବନ୍ଦ ରହିଲେ ବି ପରୀକ୍ଷା କରାଯାଇ ପାରିବ ।

୧୬. ବାହାଘର ଗାଇଡ୍ଲାଇନ ନ ମାନିଲେ ଜୋରିମାନା ୧୦ ହଜାର ଓ ବାହାଘର ମଣ୍ଡପକୁ ସିଲ କରାଯିବ ।

୧୭. ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବ ।

୧୮. କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା ରୋକ ।

୧୯. ପ୍ରିଣ୍ଟ, ଇଲୋକ୍ଟ୍ରୋନିକ ମିଡିଆ ଖୋଲା ରହିବ, କର୍ମଚାରୀ ଯାଇ ପାରିବେ ।

୨୦. ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ ଆସ କରି ପାରିବେ ।

୨୧. ସକାଳ ୯ ଟା ରୁ ସକାଳ ୫ ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ ।

ଖବର ଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *