Breaking News: ସରକାରଙ୍କ ବଡ ଘୋଷଣା, ମେ ମାସର ଏହି ତାରିଖରୁ ମାତ୍ର 10 ଦିନ ହେବ ଖରାଛୁଟି

ନମସ୍କାର ବନ୍ଧୁଗଣ ତେବେ ଏଥର  ସ୍କୁଲ୍‌ରେ କମିବ ଗ୍ରୀଷ୍ମ ଛୁଟି । ଦେଢ ମାସ ପରିବର୍ତ୍ତେ ମାତ୍ର ୧୦ ଦିନ ହୋଇପାରେ ଖରାଛୁଟି । କାରଣ ପିଲାଙ୍କୁ ବ୍ରିଜ୍ କୋର୍ସ ବା ଦୁଇ ବର୍ଷର ପୁରୁଣା ପାଠ ପଢାଇବା ଲାଗି ଅଧିକ ଦିନ ଆବଶ୍ୟକ । ସେଥିପାଇଁ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି । ମେ’ରୁ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରେ ପୂର୍ବ ପାଠକୁ ଅଧିକ ଗୁରୁତ୍ୱ ଦିଆଯିବ।
ତେବେ ନୂଆ କ୍ଲାସ୍‌ର ପାଠପଢ଼ା ଆରମ୍ଭ ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ ।

କାରଣ ଗତ ଦୁଇ ବର୍ଷ ହେବ ପିଲାମାନେ କରୋନା ଲାଗି ସ୍କୁଲ୍ ନଯାଇ ପାସ୍ ହୋଇଛନ୍ତି । ସେମାନଙ୍କ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଛି । ପିଲା ଯେଭଳି ପଛେଇ ନ ଯାଆନ୍ତି ସେଥିଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମେ‘ ୬ରୁ ୧୬ ଯାଏ ଖରାଛୁଟି ହୋଇପାରେ । ତାପରେ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ବିଭାଗ ସ୍ଥିର କରିଛି ।

ତେବେ ପୂର୍ବରୁ ଖରାଛୁଟି ପ୍ରାୟ ଦେଢ଼ ମାସ ହେଉଥିଲା । ତେବେ ମହାମାରୀ ପ୍ରଭାବିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣି ପିଲାଙ୍କୁ ଦକ୍ଷ କରିବା ଲାଗି ଖରାଛୁଟିକୁ କମାଇବାକୁ ସରକାର ଚିନ୍ତା କରୁଛନ୍ତି । ଏହାକୁ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି । ତେବେ ଶିକ୍ଷାବିତଙ୍କ ମତ ହେଲା ଖରାଛୁଟି ବଦଳରେ କେବଳ କ୍ଲାସ୍ ଖୋଲିଲେ ହେବନି ପିଲାଙ୍କୁ ସଠିକ୍ ଶିକ୍ଷାଦାନ ମିଳିବା ଉଚିତ ।

ତେବେ ସେପଟେ ଖରାଛୁଟି କମାଇବା ଯୋଜନାକୁ ନେଇ ଆପତ୍ତି ଉଠାଇଛି ଅଭିଭାବକ ସଂଘ । ଯୁକ୍ତି ହେଲା, ଖରା ଦିନକୁ ଦିନ ବଢୁଥିବା ବେଳେ କୋମଳମତି ଛାତ୍ରଛାତ୍ରୀ କିପରି ସ୍କୁଲ୍ ଯିବେ ? ଅନ୍ୟପଟେ ସରକାର ଏଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କ ପରୀକ୍ଷା ହେବ ନା ନାହିଁ ସେନେଇ ସ୍ପଷ୍ଟ କରିନାହାଁନ୍ତି । ଯେଉଁଥି ଲାଗି ଘରୋଇ ସ୍କୁଲ୍ ଅପେକ୍ଷା ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ।

ସରକାରୀ ସ୍କୁଲ୍‌ରେ ଆଡମିଶନ ବି ଏଯାଏ ଆରମ୍ଭ ହୋଇନି । ଘରୋଇ ସ୍କୁଲ୍‌ରୁ ଯେପରି ଛାତ୍ରଛାତ୍ରୀ ସରକାରୀ ସ୍କୁଲ୍‌କୁ ନଆସନ୍ତୁ ସେଥିଲାଗି ଜାଣିଶୁଣି ଏଭଳି ବିଳମ୍ବ କରା ଯାଉଥିବା ଅଭିଯୋଗ ଆଣିଛି ଅଭିଭାବକ ସଂଘ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *