ସୁଶାନ୍ତଙ୍କ କେସରେ ହେଲା ସବୁଠାରୁ ବଡ ଖୁଲାସା, ସିଦ୍ଧାର୍ଥ ପଠାନୀଙ୍କ ରାଜ ର ହେଲା ପରଦାଫାସ, ସବୁ କିଛି ଖୋଲି କହିଦେଲେ ନୀରଜ

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଏକ ବଡ ଖୁଲାସା ସାମ୍ନାକୁ ଆସିଛି। ସିବିଆଇ ଯାଞ୍ଚ ପରଠାରୁ ସୁଶାନ୍ତଙ୍କ କେସରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନ ଯେଉଁ ସତ ସିବିଆଇ ପାଖରେ ଆସିଯାଇଛି ତାହା ଦ୍ଵାରା ସବୁ କିଛି ଜଣା ପଡିଯାଇଛି । ଆପଣ ମାନେ ଏହା ଶୁଣି ବହୁତ ଖୁସି ହେବେ ଯେ, ସୁଶାନ୍ତଙ୍କ କେସର ରହସ୍ୟ ବହୁତ ଶୀଘ୍ର ଖୋଲିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କେସରେ ହୋଇଥିବା ବଡ ଖୁଲାସା ବିଷୟରେ ।

ଭାରତୀୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ୧୪ ଜୁନ ୨୦୨୦ରେ ହୋଇଥିଲା । ଏହି କେସର ତଦନ୍ତ ପ୍ରଥମେ ମୁମ୍ବାଇ ପୋଲିସ କରିଥିଲା । ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଘୋଷଣା କରୁଥିଲା । ହେଲେ ସୁଶାନ୍ତଙ୍କ ଫ୍ୟାନ୍ସ ଓ ପରିବାର ଲୋକମାନେ ଏହା ମାନିବା ପାଇଁ ରାଜି ନଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିଥିବେ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଥିଲା । ଏହି କେସ ସହ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନୀ ଓ ସୁଶାନ୍ତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀଙ୍କର ବହୁତ ବଡ ଭୂମିକା ରହିଛି । ରିୟା ଚକ୍ରବର୍ତୀଙ୍କୁ ମୁମ୍ବାଇ ପୋଲିସ ନିଜ ଟାର୍ଗେଟ ଲିଷ୍ଟରେ ରଖିଛନ୍ତି । ଏହି କେସର ତଦନ୍ତ ଠିକ ଭାବରେ ହୋଇ ନ ପାରିବାରୁ ବିହାର ପୋଲିସ ଏହି କେସର ତଦନ୍ତ କରିବା ପାଇଁ ଦରଖାସ୍ତ ଦେଇଥିଲା । ହେଲେ ରିୟା ଚକ୍ରବର୍ତୀ ସୁପ୍ରିମ କୋର୍ଟରେ ଏହି କେସର ତଦନ୍ତ ମୁମ୍ବାଇ ପୋଲିସ କରିବା ପାଇଁ ୟାଚିକା ପ୍ରଦାନ କରିଥିଲେ।

ସୁପ୍ରିମ କୋର୍ଟ ନିର୍ଦେଶ ଅନୁସାରେ ବର୍ତ୍ତମାନ ଏହି କେସର ତଦନ୍ତ କରୁଛି ସିବିଆଇ । ସିବିଆଇ ଏହି କେସ ପାଇଁ ୫ଟି ଟିମ କରିଛି । ପ୍ରଥମ ଦିନରେ ସିବିଆଇ ସୁଶାନ୍ତଙ୍କ ଘରକୁ ଯାଇ ସବୁ ଛାନ ବିନ କରିଥିଲା । ବର୍ତ୍ତମାନ ସୁଶାନ୍ତଙ୍କ କେସରେ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ତାହା ହେଉଛି ସିବିଆଇ ୨୨ ଅଗଷ୍ଟରେ ସିଦ୍ଧାର୍ଥ ପିଠାନୀ ଏବଂ ସୁଶାନ୍ତଙ୍କ ଚାକର ନୀରଜଙ୍କୁ ପଚରା ଉଚରା କରିଥିଲା । ଏହି ଦୁଇଜଣଙ୍କ ବୟାନରେ ବହୁତ ବଡ ପରିବର୍ତ୍ତନ ଦେଖା ଯାଇଥିଲା । ଏହା ପରେ ପୁଣି ୨୩ ଅଗଷ୍ଟରେ ସିଦ୍ଧାର୍ଥ ଏବଂ ନୀରଜଙ୍କୁ ପରସ୍ପରଙ୍କ ସାମ୍ନାରେ ବସାଯାଇଥିଲା ଏବଂ ପଚରା ଉଚରା କରା ଯାଇଥିଲା । ଏହା ଦ୍ଵାରା ପିଠାନୀ ନିଜ ଜାଲରେ ଫସିଯାଇଛନ୍ତି । ଖୋଲିଯାଇଛି ପଠାନୀଙ୍କର ସତ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।


ନୀରଜଙ୍କ ମତରେ ୧୩ ଜୁନର ଖରାବେଳ ସମୟରେ ସୁଶାନ୍ତ କେବଳ ଖିଚିଡି ଖାଇଥିଲେ ଓ ରାତିରେ କେବଳ ଆମ୍ବ ରସ ପିଇ କି ସୁଶାନ୍ତ ଶୋଇ ପଡିଥିଲେ । ଏହା ପରେ ୧୪ ଜୁନ ସକାଳେ ସୁଶାନ୍ତ ଶୀଘ୍ର ଉଠିଯାଇଥିଲେ । ନୀରଜ ସକାଳେ ସୁଶାନ୍ତଙ୍କ କୁକୁରକୁ ନେଇ ବାହାରକୁ ଯାଇଥିଲେ, ଆସିବା ପରେ ସୁଶାନ୍ତ ନଡିଆ ପାଣି ଓ ଅନାରର ଜୁସ ପଈଥିଲେ । ଏହାପରେ ସୁଶାନ୍ତ ନିଜ ରୁମକୁ ଯାଇ କବାଟ ବନ୍ଦ କରିଦେଇଥିଲେ । ଏହା ପରେ ନୀରଜ ବ୍ରେକଫାଷ୍ଟ କରିବା ପାଇଁ ତଳକୁ ଯାଇଥିଲେ । ସେହି ସମୟରେ ସୁଶାନ୍ତଙ୍କ ସାମ୍ନା ଘରେ ଦିପେଶ ସାବନ୍ତ ଓ ସିଦ୍ଧାର୍ଥ ପିଠାନୀ ଥିଲେ ।


ଏହାପରେ ନୀରଜ ସିଦ୍ଧାର୍ଥଙ୍କୁ କହିଥିଲେ ସୁଶାନ୍ତଙ୍କୁ ଫୋନ କରିବା ପାଇଁ ହେଲେ ସିଦ୍ଧାର୍ଥ ବହୁତ କଷ୍ଟରେ କେବଳ ଗୋଟିଏ ଫୋନ କରି ଛାଡିଥିଲେ । ସିଦ୍ଧାର୍ଥଙ୍କ ମତରେ ସୁଶାନ୍ତ ଯେତେବେଳେ ଉପରେ କବାଟ ବନ୍ଦ କରି ଥିଲେ ସେତେବେଳେ ସେ ତଳେ ଥିଲେ । ଏହିପରି କେତେକ ମିଛ କଥା ସିଦ୍ଧାର୍ଥ କହିଛନ୍ତି । ସିବିଆଇ ସିଦ୍ଧାର୍ଥଙ୍କ ପରଦାଫାସ କରି ସାରିଛନ୍ତି । ବନ୍ଧୁଗଣ ବହୁତ ସିଘ୍ର ସୁଶାନ୍ତଙ୍କ ହତ୍ୟାର ସତ ସାମ୍ନାକୁ ଆସିବାର ଜଣା ପଡୁଛି । ବର୍ତ୍ତମାନ ସିଦ୍ଧାର୍ଥ ପିଠାନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଚାଲିଛି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଏ ବିଷୟରେ ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *