ବୋନୀ କପୁର ପଏଣ୍ଟ ଟୁ ପଏଣ୍ଟ ସବୁ କହିଲେ କଣ ହେଇଥିଲା ସେହି ରାତିରେ, ଯେତେବେଳେ Sridevi ଏହି ଦୁନିଆକୁ କହିଦେଲେ ଅଲବିଦା

ବନ୍ଧୁଗଣ ଆଜିକୁ ବଲିଉଡର ଦିଗଜ ଅଭିନେତ୍ରୀ ଶ୍ରୀଦେବୀଙ୍କ ପର ଲୋକ ହେବା ୩ ବର୍ଷ ହୋଇସାରିଛି । ଅଭିନେତ୍ରୀ ଶ୍ରୀଦେବୀ ୨୪ ଫେବୃୟାରି ୨୦୧୮ ରେ ହଠାତ ଦୁନିଆ ଛାଡି ଚାଲି ଯାଇଥିଲେ । ଯେତେବେଳେ ତାଙ୍କ ପର ଲୋକ ହେବାର ଖବର ଆସିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ କେତେକ ଲୋକ ଏହି କଥା ଉପରେ ବିଶ୍ଵାସ କରିନଥିଲେ । ମିଡିଆ ରିପୋର୍ଟ ଅନୁସାରେ ଖବର ମିଳିଥିଲା ଯେ, ଶ୍ରୀଦେବୀଙ୍କର ଦୁବାଇର ଏକ ହୋଟେଲରେ ବାର୍ଥଟପ୍ ରେ ବୁଡି ଯିବାରୁ ପର ଲୋକ ହୋଇଥିଲା । ସେତେବେଳେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଆସିଥିଲା ଯେ, ଗୋଟେ ବନ୍ଦ ଘର ମଧ୍ୟରେ ଶ୍ରୀଦେବୀଙ୍କ ସହ ଏମିତି କାହିଁକି ହେଲା ।

ବନ୍ଧୁଗଣ ଶ୍ରୀଦେବୀଙ୍କ ପର ଲୋକ ପରେ ବୋନୀ କପୁର ସେହି ରାତିରେ ହୋଇଥିବା ସମସ୍ତ ଘଟଣା ବିଷୟରେ କହିଥିଲେ ଯାହାକୁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ସେହି ରାତିରେ ଶ୍ରୀଦେବୀ ଚାଲି ଯିବା ପରେ ବୋନୀ କପୁର କହିଥିଲେ ଯେ, ‘ସେହି ଦିନ ବୋନୀ କପୁରଙ୍କ ସମସ୍ତ ପରିବାର ଲୋକ ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଦୁବାଇ ଯାଇଥିଲା । ସେହି ବିବାହଟି ୨୦ ଫେବୃୟାରିରେ ସଂପୂର୍ଣ୍ଣ ହୋଇଯାଇଥିଲା । ସେତେବେଳେ କୌଣସି କାମ ପାଇଁ ବୋନୀ କପୁର ନିଜ ପରିବାର ଲୋକଙ୍କୁ ଛାଡି ପୁନର୍ବାର ଭାରତ ଫେରି ଆସିଥିଲେ । ଏହା ପରେ ଯେତେବେଳେ ବୋନୀ ପୁଣି ଦୁବାଇର ସେହି ହୋଟେଲ ରେ ପହଞ୍ଚି ଥିଲେ ସେତେବେଳେ ସେ ବାର୍ଥଟପ୍ ମଧ୍ୟରେ ଶ୍ରୀଦେବୀଙ୍କ ଶସବକୁ ଦେଖିଥିଲେ’ ।

ସେହି ରାତିରେ ହୋଇଥିବା ସମସ୍ତ ଘଟଣା ବିଷୟରେ ବୋନୀ ନିଜ ସାଙ୍ଗ ଟ୍ରେଡ ଏନାଲିଷ୍ଟ କୋମଲ ନାହଟଙ୍କୁ କହିଥିଲେ । ଏହାପରେ କୋମଲ ନିଜ ବ୍ଲଗରେ ଏହି ଘଟଣା ବିଷୟରେ ପବ୍ଲିସ କରିଥିଲେ । ବୋନୀ କୋମଲଙ୍କୁ କହିଥିଲେ ଯେ, ‘୨୪ ଫେବୃୟାରି ସକାଳ ସମୟରେ ମୁ ମୋ ପତ୍ନୀ ଶ୍ରୀଦେବୀ ସହ କଥା ହୋଇଥିଲି । ସେହି ସମୟରେ ଶ୍ରୀଦେବୀ ବୋନୀଙ୍କୁ କହିଥିଲେ, ‘ପାପା (ଶ୍ରୀଦେବୀ ବୋନୀଙ୍କୁ ଏହି ନାମରେ ଡାକୁ ଥିଲେ)  ମୁ ତମକୁ ବହୁତ ମନେ ପକାଉଛି । ହେଲେ ବୋନୀ ଶ୍ରୀଦେବୀଙ୍କୁ ଏହା କହିନଥିଲେ ଯେ, ସେ ସନ୍ଧ୍ୟା ସମୟରେ ପୁଣି ଦୁବାଇ ଆସି ତାଙ୍କ ସହ ସାକ୍ଷାତ କରିବେ’ ।

ବୋନୀଙ୍କ ମତରେ, ‘ଯାନଭି ମଧ୍ୟ ଏହା ଚାହୁଁଥିଲେ ଯେ ବୋନୀ ଶୀଘ୍ର ଦୁବାଇ ଯାଆନ୍ତୁ କାରଣ ଶ୍ରୀଦେବୀଙ୍କୁ ଏମିତି କୌଣସି ସ୍ଥାନରେ ଏକା ରହିବାର ଅଭ୍ଯାସ ନାହିଁ’ । ବୋନୀ ଶ୍ରୀଦେବୀଙ୍କୁ ସର୍ପରାଇଜ ଦେବାକୁ ଚାହୁଁଥିଲେ ଓ ଦୁବାଇ ପହଞ୍ଚି ଥିଲେ । ଶ୍ରୀଦେବୀ ମଧ୍ୟ ଏହା ଅନୁଭବ କରିଥିଲେ ଯେ, ବୋନୀ ପୁଣି ଦୁବାଇ ଆସି ତାଙ୍କ ସହ ସାକ୍ଷାତ କରିବେ ।

ବୋନୀ ଦୁବାଇରେ ପହଞ୍ଚିବା ପରେ ଫ୍ରେସ ହେବା ପାଇଁ ଯାଇଥିଲେ ଓ ଶ୍ରୀଦେବୀଙ୍କୁ ଡିନର କରିବା ପାଇଁ କହିଥିଲେ । ଏହା ପରେ ଶ୍ରୀଦେବୀ ଏକ ରୋମାଣ୍ଟିକ ଡିନରରେ ଯିବା ପାଇଁ ଗାଧୋଇବା ପାଇଁ ଯାଇଥିଲେ । ସେହି ସମୟରେ ବୋନୀ ଲିଭିଙ୍ଗ ରୁମରେ କ୍ରିକେଟ ମ୍ଯାଚ ଦେଖୁଥିଲେ । ଏହାର କିଛି ସମୟ ପରେ ବୋନୀ ଶ୍ରୀଦେବୀଙ୍କୁ ଆବାଜ ଦେଇ ଡାକି ଥିଲେ ହେଲେ କୌଣସି ପ୍ରତିକ୍ରିୟା ଆସିନଥିଲା ।

ଏହାପରେ ବୋନୀ ବାଥରୁମକୁ ଯାଇ କବାଟ ବାଡେଇ ଥିଲେ ହେଲେ ଭିତରୁ କୌଣସି ଆବାଜ ଆସିନଥିଲା । ଶେଷରେ ବୋନୀ ଧକା ଦେଇ କବାଟ ଖୋଲିଥିଲେ ଓ ଶ୍ରୀଦେବୀଙ୍କ ଶସବକୁ ଦେଖି ବହୁତ କାନ୍ଦି ଥିଲେ । ତା ହେଲେ ବନ୍ଧୁଗଣ ଏହା ଥିଲା ସେହି ରାତିର ପୂର୍ଣ୍ଣ ରହସ୍ୟ ।

Leave a Reply

Your email address will not be published. Required fields are marked *