Juhi Chawla ଓ Karisma Kapoor ଙ୍କ ସମେତ ଏହା ଅଟେ Bollywood ର ଭଉଣୀ ମାନଙ୍କ ଯୋଡି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ର ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଆପଣ ମାନେ କିଛି ଏଭଳି ଯୋଡି ଦେଖିଥିବେ ଯେଉଁମାନେ ଅନସ୍କ୍ରିନ ଭଉଣୀ ହୋଇଥାନ୍ତି ଏବଂ ସେହି ଭଉଣୀ ଙ୍କ ଯୋଡି ଅନସ୍କ୍ରିନ ନିଜ ଅଭିନୟ ମାଧ୍ୟମରେ ତ ଦର୍ଶକ ମାନଙ୍କ ହୃଦୟ କୁ କିଣିବାରେ ସଫଳ ହୋଇଛନ୍ତି । ଏହି ଅଭିନେତ୍ରୀ ମାନଙ୍କ ଯୋଡି କୁ ଦେଖିଲେ ଏହା ପ୍ରତୀତ ହୋଇଥାଏ ଯେ, ସେମାନେ ବାସ୍ତବ ଜୀବନ ରେ ମଧ୍ୟ ଉଭୟ ଭଉଣୀ ହୋଇଥିବେ ବୋଲି ।

ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ଅନସ୍କ୍ରିନ ଯେପରି ନିଜ ଭଉଣୀ ଙ୍କୁ ଭଲ ପାଇଥାନ୍ତି ଠିକ ସେହିପରି ରିଅଲ ଲାଇଫ ରେ ଏହି ଅଭିନେତ୍ରୀ ମାନେ ନିଜ ଭଉଣୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ସୋସିଆଲ ମିଡିଆ ଜରିଆ ରେ ଦେଖିବାକୁ ମିଳେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବଲିଉଡ ଅଭିନେତ୍ରୀ ଏବଂ ତାଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି ‘ତବୁ’ । ନିଜ ଦମଦାର ଅଭିନୟ ଜରିଆରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ତବୁ ଙ୍କ ବଡ଼ ଭଉଣୀ ଙ୍କ ନାଁ ‘ଫରାହ ନାଜ’ ଅଟେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ତବୁ ଙ୍କ ବଡ଼ ଭଉଣୀ ଫରାହ ନାଜ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଅଭିନେତ୍ରୀ ଅଟନ୍ତି । ତାଙ୍କ ବିବାହ ‘ସୁମିତ ସେହଗଲ’ ଙ୍କ ସହ ହୋଇଛି ଏବଂ ବର୍ତ୍ତମାନ ତାଙ୍କର ଜଣେ ଛୁଆ ମଧ୍ୟ ଅଛି । ତବୁ ଏବଂ ଫରାହ ଙ୍କ ବଣ୍ଡିଙ୍ଗ ସମ୍ବନ୍ଧରେ ଯଦି କହିବା ତେବେ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ପରସ୍ପର ଙ୍କ ସହ ସମସ୍ତ କଥା ସେୟାର ମଧ୍ୟ କରନ୍ତି । ଏହି ଦୁଇ ଭଉଣୀ ଙ୍କ ଯୋଡ଼ି ଭଉଣୀ ଠାରୁ ଅଧିକ ବନ୍ଧୁତା ର ସମ୍ପର୍କ ଅଟେ ।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘କରିନା କପୁର’ । ନିଜ ସୁନ୍ଦରତା ଏବଂ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକ ଙ୍କ ହୃଦୟ ରେ ରାଜ୍ କରୁଥିବା ଅଭିନେତ୍ରୀ ଙ୍କ ବଡ଼ ଭଉଣୀ ଙ୍କ ନାଁ ହେଉଛି ‘କରିସ୍ମା କପୁର’ । କରିସ୍ମା ମଧ୍ୟ ପ୍ରଫେସନ ରୁ ବଲିଉଡ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । କରିସ୍ମା କପୁର ବିଜନେସ ମ୍ୟାନ ‘ସଞ୍ଜୟ କପୁର’ ଙ୍କ ସହିତ ବିବାହ କରିଥିଲେ ଏବଂ ଏହି ଯୋଡ଼ିଙ୍କ ଦୁଇଟି ଛୁଆ ମଧ୍ୟ ଅଛନ୍ତି । କିନ୍ତୁ ଏହି ଯୋଡ଼ିଙ୍କ ସମ୍ପର୍କ ଦୀର୍ଘ ସମୟ ରହି ପାରିଲା ନାହିଁ ଏବଂ ଉଭୟ ପରସ୍ପର ଙ୍କୁ ୨୦୧୬ ମସିହାରେ ଛାଡ଼ପତ୍ର ଦେଇଥିଲେ । ପରେ କରିସ୍ମା କପୁର ନିଜ ଭଉଣୀ କରିନା କପୁର ଙ୍କ ସହିତ ରହିଥିଲେ ଏବଂ କରିନା ନିଜ ଭଉଣୀ ଙ୍କୁ ସମ୍ଭାଳି ଥିଲେ । ଏହି ଦୁହିଁଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି ଏବଂ ପରସ୍ପର ଉଭୟ ଙ୍କୁ ବହୁତ ଭଲ ପାଆନ୍ତି ।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଜୁହି ଚାୱଲା’ । ନିଜ କମେଡ଼ି ଭରା ଅନ୍ଦାଜ ରେ ଦର୍ଶକ ମାନଙ୍କୁ ଖୁବ ହସାଇଥିବା ଅଭିନେତ୍ରୀ ଜୁହି ଚାୱାଲା ଙ୍କ ଭଉଣୀ ଙ୍କ ନାଁ ‘ସୋନିଆ ଚାୱଲା’ ଅଟେ । କିନ୍ତୁ ସୋନିଆ ଚାୱଲା ବର୍ତ୍ତମାନ ଏହି ଦୁନିଆ ରେ ନାହାନ୍ତି । ସେ ପରଲୋକ ଗମନ କରି ସାରିଛନ୍ତି । କିନ୍ତୁ ଜୁହି ନିଜ ଭଉଣୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଜୀବିତ ଥିବା ସମୟରେ ଜୁହି ନିଜର ସମସ୍ତ କଥା ନିଜ ଭଉଣୀ ସୋନିଆ ଚାୱଲା ଙ୍କ ସହିତ ସେୟାର କରୁଥିଲେ ।

୪. ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି ‘ଶିଳ୍ପା ସେଟ୍ଟୀ’ । ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ଡ୍ୟାନିଙ୍ଗ କୁଇନ ଅଟନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି । ତାଙ୍କ ନାମ ‘ସମିତା ସେଟ୍ଟୀ’ ଅଟେ । ସେ ମଧ୍ୟ ପ୍ରଫେସନ ରୁ ଜଣେ ଅଭିନେତ୍ରୀ ଅଟନ୍ତି । ସମିତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ବର୍ତ୍ତମାନ ସେ ନିଜ ଭଉଣୀ ଶିଳ୍ପା ଙ୍କ ସହିତ ରହୁଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶିଳ୍ପା ସେଟ୍ଟୀ ନିଜ ଭଉଣୀ ସମିତା ସେଟ୍ଟୀ ଙ୍କୁ ବହୁତ ଭଲ ପାଆନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *