ଡିଭୋର୍ସ ଦେଇ ବର୍ବାଦ ହେଇଗଲେ ବଲିଉଡରେ ଏହି ଷ୍ଟାର ମାନେ

ଆମ ସାଧାରଣ ଜୀବନରେ ଯଦି କୌଣସି ପୁରୁଷ ବା ମହିଳା ନିଜ ଜୀବନ ସାଥିକୁ ଡିଭୋର୍ସ ଦେଇ ଅନ୍ୟ କାହା ସହ ରହିବ, ତା ହେଲେ ତାକୁ ଏଥିପାଇଁ ସମାଜର ବହୁତ ଅପମାନ ଓ କଷ୍ଟ ସହିବାକୁ ପଡିବ । ହେଲେ ବଲିଉଡରେ ଏହି ସବୁ କଥା ବହୁତ କମନ ଅଟେ । ବନ୍ଧୁଗଣ ବଲିଉଡରେ ଏହି ସବୁ ଘଟଣା ବହୁତ ସମୟ ପୂର୍ବରୁ ଘଟି ଚାଲିଛି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ସବୁ ଷ୍ଟାର ମାନଙ୍କ ପାଇଁ ଡିଭୋର୍ସ ମହଙ୍ଗା ପଡି ଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

୧. ମଲାଇକା ଅରୋରା


ମଲାଇକା ଅରୋରା ଖାନ ବର୍ତ୍ତମାନ ମଲାଇକା ହୋଇସାରିଛନ୍ତି । ମଲାଇକା ପ୍ରଥମେ ଅରବାଜ ଖାନଙ୍କୁ ବିବାହ କରିଥିଲେ । ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ନଥିଲା । ମଲାଇକାଙ୍କ ଜୀବନରେ ଅର୍ଜୁନ କପୁର ଆସିବା ପରେ ମଲାଇକା ଅରବାଜଙ୍କୁ ଡିଭୋର୍ସ ଦେଇଥିଲେ । ଖବର ଅନୁସାରେ ଜଣା ପଡିଛି ଏହି ଡିଭୋର୍ସ ପଛରେ ସଲମାନ ଖାନଙ୍କ ହାତ ଅଛି । ଡିଭୋର୍ସ ପରେ ମଲାଇକା ୧୫ କୋଟି ଟଙ୍କାର ଡିମାଣ୍ଡ କରିଥିଲେ । ଅରବାଜ ବହୁତ କଷ୍ଟରେ ଟଙ୍କା ଦେଇଥିଲେ । ଏହି ଡିଭୋର୍ସ ଅରବାଜଙ୍କ ପାଇଁ ବହୁତ ମହଙ୍ଗା ପଡିଯାଇଥିଲା ।

୨. ଜେନିଫର ୱିଙ୍ଗେଟ

ହିନ୍ଦୀ ଟେଲିଭିଜନ ଦୁନିଆର ଲୋକପ୍ରିୟ ଷ୍ଟାର କରନ ସିଂହ ଗ୍ରୋଭର ଜେନିଫରଙ୍କ ସହ ବିବାହ କରିଥିଲେ । ହେଲେ କରନଙ୍କ ଜୀବନରେ ବିପାଶା ବାସୁ ଏଣ୍ଟ୍ରି କରିଥିଲେ । ଯାହା ଫଳରେ ଜେନିଫର କରନ ଙ୍କୁ ଡିଭୋର୍ସ ଦେଇଥିଲେ । ଖବର ଅନୁସାରେ ଜଣା ପଡିଥିଲା ଜେନିଫର କରନଙ୍କର ଅଧା ସମ୍ପତ୍ତିକୁ ମାଗିଥିଲେ, ହେଲେ ସୋସିଆଲ ମିଡିଆରେ ଜେନିଫର ସଫା ସଫା କହିଦେଇଛନ୍ତି ଯେ ମୁଁ କରନଙ୍କର କୌଣସି ସମ୍ପତ୍ତି ମାଗି ନାହିଁ, ମୁଁ କେବଳ ଏତିକି ଚାହୁଁଛି କରନ ବିପାଶାଙ୍କ ସହ ବିବାହ କରି ଖୁସିରେ ରୁହନ୍ତୁ ।

୩. ହ୍ରୀତିକ ରୋସନ


ହ୍ରୀତିକ ଓ ଶୁଜେନଙ୍କ ବୈବାହିକ ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥିଲା ହ୍ରୀତିକଙ୍କର ଲଭ ଅଫେୟାର ପାଇଁ । ଏହାପରେ ଶୁଜେନ ହ୍ରୀତିକଙ୍କୁ ୪୦୦ କୋଟି ଟଙ୍କାର ଡିମାଣ୍ଡ କରିଥିଲେ । ହେଲେ ହ୍ରୀତିକ ତାଙ୍କୁ ୩୮୦ କୋଟି ଟଙ୍କା ଦେଇଥିଲେ । ହ୍ରୀତିକଙ୍କ ପାଇଁ ଏହି ଡିଭୋର୍ସ ବହୁତ ମହଙ୍ଗା ପଡିଥିଲା ।

୪. ଆମିର ଖାନ

ଅମିର ଖାନ ପ୍ରଥମେ ରିନା ଦତ୍ତଙ୍କ ସହ ବିବାହ କରିଥିଲେ । ହେଲେ ରିନା ଏହି ସମ୍ପର୍କକୁ ଅଧିକ ସମୟ ପର୍ଯ୍ୟନ୍ତ ରଖି ପାରି ନଥିଲେ । ଯାହାଫଳରେ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏମାନେ ପରସ୍ପର ମଧ୍ୟରେ କଥା ହୋଇ ଖୁସି ଖୁସିରେ ଡିଭୋର୍ସ ନେଇଥିଲେ । ରିନା ଅମିରଙ୍କୁ ୫୦ କୋଟି ଟଙ୍କାର ଡିମାଣ୍ଡ କରିଥିଲେ । ଯାହାକୁ ଆମିର ଦେଇ ପାରି ମଧ୍ୟ ଥିଲେ ।

୫. କରିସ୍ମା କପୁର

କରିସ୍ମା କପୁର ବଲିଉଡରେ ସଫଳତା ପାଇବା ପରେ ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ସଞ୍ଜୟଙ୍କ ଲଭ ଅଫେୟାର ରହିଥିଲା । ଯାହାଫଳରେ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏହି ଡିଭୋର୍ସ ପାଇଁ ସଞ୍ଜୟଙ୍କର ମୁମ୍ବାଇରେ ଥିବା ଘରକୁ କରିସ୍ମା ନେଇଥିଲେ । ଏହା ସହିତ ପ୍ରତି ମାସରେ ୧ ଲକ୍ଷ ଟଙ୍କା ସଞ୍ଜୟ ତାଙ୍କ ପିଲା ମାନଙ୍କ ପାଇଁ ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *