ହେ ଭଗବାନ ! Bollywood ରେ ପୁଣି ଶୋକର ଛାୟା, ଏବେ ଏବେ ହେଇଗଲା ଏହି Bollywood Actor ଙ୍କର ପରଲୋକ

ବର୍ଷ 2020 ଟି ସମସ୍ତଙ୍କ ପାଇଁ କଷ୍ଟଭରା ରହିଛି । ଏହି ବର୍ଷ କରୋନା ମହାମାରୀ ର ଆତଙ୍କ ସହିତ ବଲିଉଡ ହେଉ ବା ଓଲିଉଡ ହେଉ ବହୁତ ବଡ କଳାକାର ଦୁନିଆ ଛାଡି ଦେଲେ । ଏହି ସିଲସିଲା ଏ ପର୍ଯ୍ୟନ୍ତ ମଧ୍ୟ ଥମି ନାହିଁ । ବର୍ତ୍ତମାନ ବଲିଉଡ ରୁ ଆଉ ଏକ ଦୁଃଖ ଖବର ଆସିଛି । ଯେଉଁ କାରଣରୁ ବଲିଉଡ ରେ ଏବେ ଶୋକର ଛାଯା ଖେଳି ଯାଇଛି । ବଲିଉଡ ଅଭିନେତା ଫରାଜ ଖାନଙ୍କର ଦେହାନ୍ତ ହୋଇ ଯାଇଛି ।

ଏହି ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଫରାଜ ଖାନଙ୍କ ମୃତ୍ୟୁ ବିଷୟରେ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ କରିଛନ୍ତି । ମୃତ୍ୟୁ ବେଳକୁ ଫରାଜ ଖାନଙ୍କୁ 46 ବର୍ଷ ହୋଇଥିଲା । ଫରାଜ ଖାନ ରାଣୀ ମୁଖାର୍ଜୀଙ୍କ ସହ ମେହେନ୍ଦୀ ଫିଲ୍ମରେ କାମ କରିଥିଲେ ।

ଏହି ଚଳଚ୍ଚିତ୍ରରେ ତାଙ୍କର କାମକୁ ମଧ୍ୟ ବହୁତ ପ୍ରଶଂସା କରା ଯାଇଥିଲା | ଫରାଜ ଖାନଙ୍କ ଦେହାନ୍ତ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଥରେ ଶୋକର ଲହରୀ ଖେଳିଯାଇଛି।ଫରାଜ ଖାନଙ୍କ ଦେହାନ୍ତରେ ପୂଜା ଭଟ୍ଟ ଟ୍ୱିଟ କରି କହିଛନ୍ତି: “ମୁଁ ଆପଣଙ୍କୁ ଏହି ଖବର ବହୁତ ଦୁଃଖର ସହ କହୁଛି ଯେ ଫରାଜ ଖାନ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଆଶା କରୁଛି ସେ ବର୍ତ୍ତମାନ ଏକ ଭଲ ଦୁନିଆରେ ଅଛନ୍ତି ।

https://twitter.com/PoojaB1972/status/1323849286044409858?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1323849286044409858%7Ctwgr%5Eshare_3&ref_url=https%3A%2F%2Fkhabar.ndtv.com%2Fnews%2Fbollywood%2Fbollywood-actor-faraaz-khan-dies-at-46-had-worked-with-rani-mukerji-in-mehendi-2320412

ଆପଣ ମାନଙ୍କର ସମସ୍ତ ସାହାଯ୍ୟ ପାଇଁ ଧନ୍ୟବାଦ । ଯେତେବେଳେ ଫରାଜଙ୍କ ପରିବାରକୁ ଏହାର ସବୁଠୁ ଅଧିକ ଆବଶ୍ୟକତା ରହିଛି ସେତେବେଳେ ଆପଣ ସମସ୍ତେ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ। ଫରାଜଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ । ଫରାଜଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ।” ପୂଜା ଭଟ୍ଟ ଏହି ପ୍ରକାରେ ଏହି ଖବରର ସୂଚନା ଦେଇଛନ୍ତି ।

ପୂଜା ଭଟ୍ଟ କିଛି ଦିନ ତଳେ ଫରାଜ ଖାନଙ୍କ ପାଇଁ ଆର୍ଥିକ ସହାୟତା ମାଗିଥିଲେ । ତାଙ୍କୁ ସାହାଯ୍ୟ କରିବାକୁ ସଲମାନ ଖାନ ମଧ୍ୟ ଆଗକୁ ଆସିଥିଲେ । କହି ଦେଉଛୁ କି 1990 ଦଶକର ଶେଷ ଭାଗରେ ତଥା 2000 ଦଶକ ର ଆରମ୍ଭରେ ଫରାଜ ଙ୍କୁ କିଛି ଲୋକପ୍ରିୟ ବଲିଉଡ ଫିଲ୍ମରେ ଦେଖା ଯାଇଥିଲା ।

ଯେମିତି କି ଫରେବ ଓ ମେହେନ୍ଦିଙ୍କ ପରି ଫରାଜ ଖାନ କିଛି ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ ନଜର ଆସିଥିଲେ । ସେ ଅଭିନେତା ୟୁସୁଫ ଖାନଙ୍କ ପୁଅ ଥିଲେ । ଆପଣ ମାନେ ମଧ୍ୟ ତାଙ୍କର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରନ୍ତୁ ।  ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *