ହୀରୋ ଙ୍କୁ ଛାଡି ଭିଲିୟାନ ଙ୍କୁ ନିଜ ଜୀବନସାଥୀ ବାଛିଲେ Bollywood ର ଏହି 4 ଜଣ ହିରୋଇନ, ନମ୍ବର 1 ଙ୍କ ଯୋଡି ତ ସବୁଠୁ ସୁପର ହିଟ

ସାଧାରଣତଃ ବଲିଉଡରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ପରସ୍ପର ସହ କାମ କରିବା ସମୟରେ ପରସ୍ପରକୁ ପ୍ରେମ କରିଛନ୍ତି ଓ ନିଜ ପାର୍ଟନରକୁ ବିବାହ ମଧ୍ୟ କରିଛନ୍ତି । ବଲିଉଡରେ ଏମିତି ମଧ୍ୟ କିଛି ଯୋଡି ଅଛି ଯେଉଁମାନଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଅଧିକାଂଶ ଅଭିନେତ୍ରୀ ମାନେ ଫିଲ୍ମର ହିରୋ ମାନଙ୍କୁ ପ୍ରେମ ବିବାହ କରିଥାନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବଲିଉଡରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମର କୌଣସି ଖଳନାୟକଙ୍କ ସହ ବିବାହ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଯୋଡି ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ରେଣୁକା ଶାହାଣେ  – ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରେଣୁକା ଶାହାଣେ । ଫିଲ୍ମ ‘ହମ ଆପକେ ହେ କନ’ ରେ ସଲମାନ ଖାନଙ୍କ ଭାଉଜଙ୍କର ଭୂମିକା ପଦର୍ଶନ କରିଥିଲେ ଅଭିନେତ୍ରୀ ରେଣୁକା ଶାହାଣେ ।

ଏହା ବ୍ଯତୀତ ରେଣୁକା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ହେଲେ ଏହି ଅଭିନେତ୍ରୀ ଜଣକ ବଲିଉଡର ଜଣାଶୁଣା ଭିଲିଆନ ଆଶୁତୋଷ ରାଣାଙ୍କ ସହ ୨୦୧୧ରେ ବିବାହ କରିଛନ୍ତି । ଆଶୁତୋଷ ଭିଲିଆନ ଭୂମିକା କରି ଦର୍ଶକ ମାନଙ୍କ ମନକୁ ଜିତି ସାରିଛନ୍ତି । ବଲିଉଡରେ ଆଶୁତୋଷ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି ।


ପୋନି ବର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପୋନି ବର୍ମା । ପୋନି ବର୍ମା ଏକ ବହୁତ ଭଲ ଅଭିନେତ୍ରୀ ହେବା ସହିତ ଏକ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ସେ ୨୦୧୧ରେ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ । ହେଲେ ସେ ବଲିଉଡ ଓ ସାଉଥର ଫେମସ ଭିଲିଆନ ପ୍ରକାଶ ରାଜଙ୍କ ସହ ୨୦୧୦ରେ ବିବାହ କରିଥିଲେ । ପ୍ରକାଶ ରାଜ ବଲିଉଡ ଓ ସାଉଥରେ ବହୁତ ସୁପର ହିଟ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ।

ନିବେଦିତା ଭଟାଚାର୍ଯ୍ଯ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନିବେଦିତା ଭଟାଚାର୍ଯ୍ଯ । ନିବେଦିତା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ହେଲେ ସେ ବଲିଉଡର ଅଭିନେତା ଓ ଭିଲିଆନ କେକେ ମେନନଙ୍କ ସହ ବିବାହ କରିଛନ୍ତି । କେକେ ମେନନ ବଲିଉଡର ବହୁତ ସୁପର ହିଟ ଫିଲ୍ମ ଓ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଆଜିକୁ ଏହି ଦୁଇଜଣ ନିଜ ଜୀବନରେ ବହୁତ ଖୁସିରେ ରହୁଛନ୍ତି ।

ପୂଜା ବତ୍ରା- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପୂଜା ଭତରା । ପୂଜା ଭତରା ଏକ ଭଲ ଅଭିନେତ୍ରୀ ହେବା ସହିତ ଏକ ବହୁତ ଭଲ ମଡେଲ ମଧ୍ୟ ରହିଛନ୍ତି । ହେଲେ ପୂଜା ବଲିଉଡରେ ଅଭିନୟ କରୁଥିବା ଭିଲିଆନ ନବାବ ସାହାଙ୍କ ସହ ବିବାହ କରିଛନ୍ତି । ନବାବ ବଲିଉଡର ବହୁତ ଫିଲ୍ମ ଓ ୱେବ ସିରିଜରେ ଭିଲିଆନର ଭୂମିକା ପଦର୍ଶନ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *