Bollywood ଫିଲ୍ମରେ ନିଜ ଆଇକନିକ ଭିଲିଆନ ଚରିତ୍ରରେ ଫେମସ ହୋଇଥିବା ଅଭିନେତା ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ Child

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଅନେକ ଫିଲ୍ମ ନିଶ୍ଚୟ ଦେଖିଥିବେ । ବଲିଉଡ ଫିଲ୍ମରେ ଉଭୟ ହିରୋ ଓ ଭିଲିଆନର ପ୍ରମୁଖ ଭୂମିକା ରହିଥାଏ । ଭିଲିଆନ ଦମଦାର ଥିଲେ ଫିଲ୍ମଟି ଅଧିକ ଲୋକପ୍ରିୟତା ହାସଲ କରିଥାଏ । ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ଭିଲିଆନ ଭୂମିକା କରି ସୁନାମ ଅର୍ଜନ କରିଛନ୍ତି ଆଜି ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଅଭିନୟକୁ ଭୁଲି ନାହାନ୍ତି । ବନ୍ଧୁଗଣ ଏହି କଳାକାରଙ୍କ ଛୁଆ ମାନଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରେମ ଚୋପ୍ରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପ୍ରେମ ଚୋପ୍ରା । ବଲିଉଡ ଅନେକ ଫିଲ୍ମରେ ସେ ଭିଲିଆନ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଅସଲ ଜୀବନରେ ପ୍ରେମଙ୍କର ତିନୋଟି ଝିଅ ଅଛନ୍ତି । ତାଙ୍କ ଝିଅ ମାନଙ୍କର ନାମ ହେଉଛି ପ୍ରେରଣା, ପୁଣିତା ଓ ରକିତା । ବର୍ତ୍ତମାନ ତାଙ୍କ ଝିଅ ମାନେ ସେଟେଲ ହୋଇସାରିଛନ୍ତି ।

ଶକ୍ତି କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶକ୍ତି କପୁର । ଶକ୍ତି କପୁର ଉଭୟ ଭିଲିଆନ ଓ କମେଡିଆନର ଭୂମିକା କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଅଭିନୟକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଶକ୍ତିଙ୍କ ପୁଅ ନାମ ହେଉଛି ସିଦ୍ଧାନ୍ତ କପୁର ଓ ଝିଅ ନାମ ହେଉଛି ଶ୍ରଦ୍ଧା କପୁର । ବନ୍ଧୁଗଣ ଏହି ଦୁଇଜଣ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ।

ଅମରେଶ ପୁରି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଭିଲିଆନ ଅମରେଶ ପୁରି । ଅମରେଶ ପୁରିଙ୍କ ଅଭିନୟକୁ ଆଜି ପର୍ଯ୍ୟନ୍ତ ଲୋକ ମାନେ ଭୁଲି ନାହାନ୍ତି । 90 ଦଶକରେ ଆସୁଥିବା ପ୍ରାୟ ଅଧିକାଂଶ ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ତାଙ୍କ ଝିଅର ନାମ ହେଉଛି ନମ୍ରତା ପୁରି ଓ ପୁଅ ହେଉଛି ରାଜିଭ ପୁରି । ଏହି ଦୁଇଜଣ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରନ୍ତି ।

ଅମଜାଦ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅମଜାଦ ଖାନ । ଅମଜାଦ ଖାନ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଭିଲିଆନ ଭୂମିକାରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ଆପଣ ମାନେ ‘ସୋଲେ’ ଫିଲ୍ମରେ ତାଙ୍କ ଦମଦାର ଅଭିନୟ ନିଶ୍ଚୟ ଦେଖିଥିବେ । ଅମଜାଦଙ୍କ ଦୁଇ ପୁଅଙ୍କ ନାମ ହେଉଛି ସାଦାବ ଖାନ ଓ ସୀମାବ ଖାନ ଏବଂ ତାଙ୍କ ଝିଅର ନାମ ହେଉଛି ଆଲାମ ଖାନ ।

ଟିନୁ ବର୍ମା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ କଳାକାର ଟିନୁ ବର୍ମା । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ମେଲା’ ଫିଲ୍ମରେ ଟିନୁଙ୍କ ଖଳନାୟକ ଭୂମିକା ନିଶ୍ଚୟ ଦେଖିଥିବେ । ଟିନୁଙ୍କର ଦୁଇଟି ପୁଅ ଅଛନ୍ତି ହେଲେ ସେମାନେ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି ସେଥିପାଇଁ ତାଙ୍କର କୌଣସି ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *