Bollywood ର ଏହି ଷ୍ଟାର ମାନଙ୍କ ପିଲାଙ୍କୁ ମିଳିଥିଲା ବହୁତ ହିଁ କଷ୍ଟ ଦାୟକ ମୃତ୍ୟୁ, କିଏ ନିଜକୁ ମାରିଦେଲା ଗୁଳି ତ କିଏ ମାତ୍ର 11 ବର୍ଷ ବୟସରେ ଦୁନିଆକୁ କହିଲା ଅଲବିଦା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଷ୍ଟାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଅନସ୍କ୍ରିନରେ ଏହି ଷ୍ଟାର ମାନେ ଆପଣ ମାନଙ୍କ ମନୋରଞ୍ଜନ କରନ୍ତି, ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଅଫସ୍କ୍ରିନରେ ଏହି ଷ୍ଟାର ମାନଙ୍କ ଜୀବନରେ ବହୁତ କିଛି ହୋଇଥାଏ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବଲିଉଡର ଏହପରି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ଛୁଆ ମାନେ ଆଜି ଏହି ଦୁନିଆରେ ନାହାନ୍ତି ଓ ସେହି ଷ୍ଟାର ମାନେ ଆଜି ପର୍ଯ୍ୟନ୍ତ ନିଜ ଛୁଆଙ୍କୁ ଝୁରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଷ୍ଟାର ଓ ତାଙ୍କ ଛୁଆ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କବୀର ବେଦି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା କବୀର ବେଦି । ବନ୍ଧୁଗଣ କବୀରଙ୍କୁ ଗୋଟେ ସମୟରେ ବହୁତ ବଡ ଝଟକା ମିଳିଥିଲା ଯେତେବେଳେ ତାଙ୍କର ୨୬ ବର୍ଷର ପୁଅ ମୃତ୍ୟୁବରଣ କରିଥିଲା ।

ବନ୍ଧୁଗଣ କବୀରଙ୍କ ପୁଅ ସିଦ୍ଧାର୍ଥ ଯେତେବେଳେ ପାଠ ପଢୁଥିଲେ ସେତେବେଳେ ସେ ବହୁତ ଷ୍ଟ୍ରେସରେ ରହୁଥିଲେ । ସମୟ ସହିତ ନିଜ ପାଢ ପଢା ପାଇଁ ସିଦ୍ଧାର୍ଥ ବହୁତ ଅଧିକ ଷ୍ଟ୍ରେସରେ ରହିଲେ, ଯାହାଫଳରେ ତାଙ୍କୁ ଶିଜୋଫ୍ରେନିଆ ଭଳି ଗମ୍ଭୀର ରୋଗ ହୋଇଯାଇଥିଲା । ଏହା ପରେ କବୀର ନିଜ ପୁଅର ଚିକିତ୍ସା ମଧ୍ୟ କରାଇଥିଲେ, ହେଲେ ଦୁର୍ଭାଗ୍ୟ ବଶତଃ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଥିଲା, ଯାହାର କାରଣ ସେ ନିଜେ ଥିଲେ ।

ଶେଖର ସୁମନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଶେଖର ସୁମନ । ବନ୍ଧୁଗଣ ଶେଖରଙ୍କୁ ତାଙ୍କ ଜୀବନରେ ସବୁଠାରୁ ଅଧିକ କଷ୍ଟ ସେତେବେଳେ ହୋଇଥିଲା ଯେତେବେଳେ ତାଙ୍କ ବଡ ପୁଅ କେବଳ ୧୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ବନ୍ଧୁଗଣ ସେହି ସମୟରେ ଶେଖର ବହୁତ ଗୁଡିଏ ସମସ୍ୟାର ସମ୍ମୁଖୀନ ହୋଇଯାଇଥିଲେ ।

ସେହି ସମୟରେ ତାଙ୍କ ସ୍ତ୍ରୀ ଘର କାର୍ଯ୍ୟ କରୁଥିଲେ ଓ ଶେଖର ନିଜ ଚାକିରିକୁ ହରାଇ ବସିଥିଲେ । ସେହି ସମୟରେ ତାଙ୍କୁ ଜଣା ପଡିଥିଲା ଯେ, ତାଙ୍କ ବଡ ପୁଅ ଆୟୁଷ ହାର୍ଟ ରୋଗରେ ପୀଡିତ ଅଛି । ହେଲେ ବନ୍ଧୁଗଣ ସେହି ସମୟରେ ତାଙ୍କ ପୁଅର ଚିକିତ୍ସା କରାଇବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିଲା । ଯାହା ଫଳରେ କେବଳ ୧୧ ବର୍ଷ ବୟସରେ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା ।


ଜଗଜୀତ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପ୍ରସିଦ୍ଧ ଗାୟକ ଜଗଜୀତ ସିଂହ । ଜଗଜୀତଙ୍କ ପୁଅର ନାମ ହେଉଛି ବିବେକ ସିଂହ । ବନ୍ଧୁଗଣ ୧୯୯୦ ମସିହାରେ ଏକ କାର ଦୁର୍ଘଟଣା ଦ୍ଵାରା ବିବେକଙ୍କର ଦୁଃଖମୟ ମୃତ୍ୟୁ ଘଟିଥିଲା । ଯାହାଫଳରେ ଜଗଜୀତଙ୍କୁ ବହୁତ ବଡ ସଦମା ଲାଗିଥିଲା । ଜଗଜୀତ ଆଜି ପର୍ଯ୍ୟନ୍ତ ନିଜ ପୁଅକୁ ଝୁରୁଛନ୍ତି ଓ ବହୁତ ମନ ପକାଉଛନ୍ତି ।

ଆଶା ଭୋସଲେ

ହିନ୍ଦୀ ସିନେମାର ଫେମସ ତଥା ଦିଗ୍ଗଜ ଗାୟିକା ଆଶା ଭୋସଲେଙ୍କୁ ତାଙ୍କର ଦୁଇଟି ସନ୍ତାନର ମୃତ୍ୟୁର ଦୁଃଖ ସହିବାକୁ ପଡିଛି । ଆଶାଙ୍କର ଦୁଇଟି ବିବାହ ହୋଇଥିଲା । ତାଙ୍କର ପ୍ରଥମ ବିବାହରୁ ତାଙ୍କର ଗୋଟିଏ ଝିଅ ଏବଂ ଦୁଇ ପୁଅ ଥିଲେ । ତାଙ୍କ ଝିଅ ବର୍ଷା ଆଠ ବର୍ଷ ପୂର୍ବେ 2012 ରେ ଗୁଳି ମାରି ନିଜ ଜୀବନ ଶେଷ କରିଥିଲେ। ଏଥି ସହିତ, ତାଙ୍କ ବଡ ପୁଅ ହେମନ୍ତ 2015 ରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ।

ବନ୍ଧୁଗଣ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *