ଶ୍ରୀମୟୀଙ୍କ ଆଟାକକୁ ସୁରଜଙ୍କ କାଉଣ୍ଟର ! ଜାଣନ୍ତୁ କଣ ଅଟେ ପୁରା ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସରେ ଶ୍ରୀମୟୀଙ୍କ ଆଟାକକୁ ସୂର୍ଯ୍ୟବଂଶୀ ସୂରଜଙ୍କ କାଉଣ୍ଟର ! ତେବେ ବିଜେଡି ଦଳର ନେତ୍ରୀ ଶ୍ରୀମୟୀଙ୍କ ମନ୍ତବ୍ୟର ରୋକଠୋକ ଭାବରେ କଡା ଜବାବ ରଖିଛନ୍ତି ବିଜେପି ଦଳର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ତେବେ ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚା ପକ୍ଷରୁ ଯେଉଁ ଆନ୍ଦୋଳନ କରଯାଇଥିଲା । ସେହି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଯୁବମୋର୍ଚା ଚେଷ୍ଟା କରିଥିଲେ ସତ ।

କିନ୍ତୁ ଏହି ଆନ୍ଦୋଳନ ମଧ୍ୟରେ ଏପରି କିଛି ଗଣ୍ଡଗୋଳ ଘଟିଯାଇଥିଲା । ଯେଉଁଠାରେ କି କିଛି ଲୋକ ଆହତ ମଧ୍ୟ ହୋଇଯାଇଥିଲେ । ତେବେ ଏହି ଆନ୍ଦୋଳନ ଭିତ୍ତିକ ପ୍ରସଙ୍ଗ ଏବେ ସବୁଆଡେ ଚର୍ଚା ହେବାରେ ଲାଗି ପଡିଛି । ତେବେ ଏହି ଯୁବମୋର୍ଚା ପକ୍ଷରୁ ହୋଇଥିବା ଆନ୍ଦୋଳନ ଉପରେ ନିଜସ୍ୱ ମନ୍ତବ୍ୟ ରଖିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ । ତେବେ ଆନ୍ଦୋଳନ ନାମରେ ଏପରି ସବୁ ଗଣ୍ଡୋଗୋଳ କରିବା କେତେ ଦୂର ଠିକ ବୋଲି ପ୍ରଶ୍ନ ରଖିଥିଲେ ଶ୍ରୀମୟୀ ।

ଆନ୍ଦୋଳନ ନାମରେ ପୋଲିସଙ୍କ ସହ ଧସ୍ତାଧସ୍ତି କରି ଓଡିଶାର ଶାନ୍ତିପୂର୍ଣ୍ଣ ମାହୋଲରେ ଏକ ଅଶାନ୍ତିକର ପରିବେଶ ସୃଷ୍ଟି କରିଥିଲେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚା ଦଳ । ତେବେ ଏହିପରି ଅନେକ କଥା ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚା ମେମ୍ବର ମାନଙ୍କ ବିଷୟରେ କହି ଏହାର ଘୋର ପ୍ରତିବାଦ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ।

ତେବେ ଏହି ସବୁ ବିଜେଡି ନେତ୍ରୀ ଶ୍ରୀମୟୀଙ୍କ ମୁହଁରୁ ମନ୍ତବ୍ୟ ଶୁଣି ନିଜର ମନ୍ତବ୍ୟ ଅନୁଯାଇ କଡା ଜବାବ ରଖିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ତେବେ ଏଠାରେ ବିଜେଡି ପ୍ରେସମିଟ ର କାଉଣ୍ଟର କରି ବିଧାୟକ ସୁରଜ କହିଛନ୍ତି । ଏହା କି ଯେ ସମସ୍ତ ରାଜନୈତିକ ଦଳର ଆନ୍ଦୋଳନ କରିବାର ଅଧିକାର ରହିଛି । ଯୁବ ମୋର୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଆରମ୍ଭ ହୋଇ ସବୁ କିଛି ଠିକ ଭାବରେ ଜାରୀ ମଧ୍ୟ ରହିଥିଲା ।

ସେ ସମୟରେ କିଛି ପୋଲିସ ମାନଙ୍କୁ ମୋହରା ସଜାଇ ବିଜେଡି ଓ ରାଜ୍ୟ ସରକାରଙ୍କ ତରଫରୁ ଯୁବ ମୋର୍ଚା ସଂଘ ଉପରେ ଆକ୍ରମଣ କରଯାଇଥିଲା । ତେବେ ଆନ୍ଦୋଳନରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି ତାହା ପାଇଁ ବିଜେଡି ଦଳ ହିଁ ଦାୟୀ ରହିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *