ସୌମ୍ୟ ହେବେ କି ସିନ୍ଦେ ? କଣ ଅଟେ ପୁରା ମାମଲା ? ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଶାସକ ଦଳ ଗଳାରେ କଣ୍ଟା ହୋଇ ଲାଗିଛନ୍ତି ବୋଲି ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ଏସବୁ ମଧ୍ୟରେ ସୌମ୍ୟ ମଝିରେ ମଝିରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରୁଛନ୍ତି । କେତେବେଳେ ନିଜ ସମ୍ପାଦିତ ଖବର କାଗଜରେ ସମ୍ପାଦକୀୟ ଲେଖୁଛନ୍ତି ତ ଆଉ କେତେବେଳେ ବିଧାନ ସଭାରେ ସତ୍କାର କରୁଛନ୍ତି । ଚଳିତ ବିଧାନ ସଭା ଅଧିବେଶନରେ ସୌମ୍ୟ ପୁଣି ଏକ ନଗଦା ନଗଦି ବିରୋଧକୁ ଆଣିଛନ୍ତି ରାଜ୍ୟସରକାରଙ୍କ ବିରୋଧରେ ।

ବିଧାନ ସଭାରେ ବିଭିନ୍ନ ବିଧାୟକ ପଚାରୁଥିବା ପ୍ରଶ୍ନର ଭୁଲ ଉତ୍ତର ମିଳୁଥିବା କାରଣରୁ ସେ ଉଦବେଗ ପ୍ରକାଶ କରୁଛନ୍ତି । ଅଫିସର ମାନେ ବିଧାନ ସଭାକୁ ଭୁଲ ତଥ୍ୟ ଯୋଗାଉଛନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ଏହି କାରଣରୁ ଲୋକମାନେ ବିଧାୟକଙ୍କୁ ମିଛୁଆ ବୋଲି ଭାବୁଛନ୍ତି । ତେବେ ମିଛୁଆ ହୋଇ ବିଧାନ ସଭାରେ କାହିଁକି ରହିବୁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ସୌମ୍ୟଙ୍କ ଏହିଭଳି ସରକାରୀ ତିରସ୍କାରକୁ ନେଇ ରାଜନୈତିକ ମହଲରେ ଭିନ୍ନ  ଅର୍ଥ କରାଯାଇଅଛି । ସମସ୍ତ ଯୋଗ୍ୟତା ସତ୍ବେ ମନ୍ତ୍ରୀପଦ ମିଳି ନଥିବା କାରଣରୁ ସୌମ୍ୟ ବିଜେଡ଼ି ଉପରେ ଖପ୍ପାହୋଇଥିବା ଆଲୋଚନା ହୋଇଛି । ସୌମ୍ୟଙ୍କ ସହିତ ରାଜ୍ୟସରକାରଙ୍କୁ ଘେରିବା ଲାଗି ଆଉ କିଛି ବିଜେଡି ବିଧାୟକ ହାତ ମେଲାଇଛନ୍ତି । ଏଣୁ ମହାରାଷ୍ଟ୍ରରେ ଜେଭଳି ଭାବରେ ଅସନ୍ତୁଷ୍ଠ ଶିବସେନାନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଗଲେ, ସୌମ୍ୟଙ୍କୁ ନେଇ ଓଡିଶାରେ ସେହିଭଳି କିଛି ଆଲୋଚନା ଆରମ୍ଭ ହୋଇଅଛି ।

ବରିଷ୍ଠ ନେତାଙ୍କୁ ଅଣଦେଖା, ଯୋଗ୍ୟବ୍ୟକ୍ତିଙ୍କୁ ମନ୍ତ୍ରୀ କରାନଯିବା ସହିତ ଅଫିସର ରାଜକୁ ନେଇ ଚଳିତ ସରକାରରେ ମନ୍ତ୍ରୀ ତଥା ବିଧାୟକ ମାନଙ୍କ ମଧ୍ୟରେ ଅଶୋନ୍ତୋଷ ଖୁନ୍ଦି ହୋଇ ରହିଅଛି । ମଉକା ମିଳିଲେ କେତେବେଳେ ଯେ ଏହା କେଉଁରୂପ ନନେବ ସେହି ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ । ତେବେ ଏହିଭଳି ଅବସ୍ଥାରେ ବିଜେପି ମଧ୍ୟ ସୁଯୋଗ ଉଣ୍ଡୀ ବସିଛି । ଠିକ ସେତିକି ବେଳେ ସୌମ୍ୟଙ୍କ ଆଚରଣ ଶାସକ ଦଳ କୁ ଦ୍ଵନ୍ଦରେ ପକାଇ ଦେଇଛି ।

ତେବେ ବିଜେଡି ବିଭାଜନ କରିବେ କି ସୌମ୍ୟ ପଟ୍ଟନାୟକ ? ମୁଖ୍ୟମନ୍ତ୍ରୀ ହେବା ପାଇଁ ମନ ବଳାଉଛନ୍ତି କି ? ତଥା ବିରୋଧୀଙ୍କ ସହିତ ହୋଇଗଲା କି କିଛି ଭିତିରି ଡିଲ ? ମନ୍ତ୍ରୀ ପଦ ନ ମିଳିବାରୁ ଖପ୍ପା ଅଛନ୍ତି କି ଖବର କାଗଜ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ? ଏହିଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଲୋକେ ଉଠାଇଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *