ବିଶ୍ୱରେ ସବୁଠୁ ଅଧିକ ବଳଶାଳୀ କିଏ ? ଆମେରିକା ନା ଋଷ ? ଆଉ ଭାରତ ଅଛି କେତେ ନମ୍ବରରେ… ଦେଖନ୍ତୁ ପୁରା List

ନମସ୍କାର ବନ୍ଧୁଗଣ ତେବେ ଆଜକୁ ୧୨ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଏହି ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ସତର୍କ କରାଇ ଦେଇଚି । ଏମିତି ଲାଗୁଛି ଯେପରି ତୃତୀୟ ବିଶ୍ୱଯୁଦ୍ଧର ପଥରେ ଏବେ ପୂରା ବିଶ୍ୱ । ଏଭଳି ପରିସ୍ଥିତି ୟୁକ୍ରେନରେ ରହିଛି କି ୟୁକ୍ରେନର ଅଧାରୁ ଅଧିକ ଯୁବଗୋଷ୍ଠୀ ଏବେ ସେନା ସହ କାନ୍ଧ ମିଳାଇ ଯୁଦ୍ଧକୁ ସାମନା କରୁଛନ୍ତି । ଚାରିଆଡେ ଯୁଦ୍ଧର ବିଭୀଷିକା ତାଣ୍ଡବ କରୁଛି । ରକ୍ତପାତ ସହ ଚାଲିଛି ଦୁଇଦେଶ ମଧ୍ୟରେ ଘମାଘୋଟ ଲଢେଇ ।


ଏଭଳି ପରିସ୍ଥିତିରେ ଅନେକ ଦେଶ ୟୁକ୍ରେନ ସହ ରହିଥିବା ବେଳେ କିଛି ଋଷିଆ ସହ ଓ ଆଉ କିଛି ଦେଶ ସମ୍ପୂର୍ଣ୍ଣ ବାବରେ ସ୍ଥିର ରହିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଜାଣିବା କି ଯଦି ବିଶ୍ୱଯୁଦ୍ଧ ହେଉଛି ତେବେ କେଉଁଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆଗରେ ଏବଂ ବିଶେଷକରି ଭାରତର ସ୍ଥାନ କୋଉଠି । ଗ୍ଲୋବାଲ ଫାୟାର ପାୱାର ଏକ ତାଲିକା ପ୍ରକାଶ କରିଛି । ଏହି ତାଲିକା ପ୍ରସ୍ତୁତ କରିବାକୁ ଗ୍ଲୋବାଲ ଫାୟାର ପାୱାର ପ୍ରାୟ ୫୦ଟି ତଥ୍ୟ ଆଧାରରେ ବିଶ୍ୱ ସାମରିକ ଶକ୍ତିର ଏକ ତୁଳନାତ୍ମକ ଅଧ୍ୟୟନ କରିଛି ।

ଯେଉଁଥିରୁ ଜଣାପଡିବ କି କେଉଁ କେଉଁ ଦେଶ ଆଗରେ। ତେବେ ଏହି ତାଲିକାରେ ଆମେରୀକା ପ୍ରଥମ ସ୍ଥାନରେ ରହିଛି । ଯହା ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଅଟେ । ଏହାର ସୈଲିକଙ୍କ ଦକ୍ଷତାକୁ ନେଇ ଆମେରୀକା ୦.୦୪୫୩ପଏଣ୍ଟ ପାଇଛି । ଆମେରୀକାର ୧.୪ମିଲିୟନରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ଏହା ସହ ୨୦୨୦ରେ ଆମେରୀକା ତାର ସୁରକ୍ଷା ବଜେଟରେ ସାତଶହ ବିଲିୟନ ଡଲାର ଖର୍ଚ୍ଚ କରିଛି ।

ଦ୍ୱିତୀୟରେ ରହିଛି ଋଷ । ଯ।ହା ବହୁତ ହି ଶକ୍ତିଶାଳୀ ଅଟେ । ଋଷିଆର ଶକ୍ତି ସୂଚକାଙ୍କ ହେଉଛି ୦.୦୫୦୧। ଋଷିଆର ପ୍ରତିରକ୍ଷା ବଜେଟ ହେଉଛି ୪୬ବିଲିୟନ ଡଲାର । ଋଷିଆର ସକ୍ରିୟସୈନିକ ହେଉଛନ୍ତି ୮ଲକ୍ଷ ପଟାଶ ହଜାର । ଏହା ବ୍ୟତୀତ ୭୭୨ଯୁଦ୍ଧ ବିମାନ ସହ ୪୦୦୦ରୁ ଉର୍ଧ୍ଧ ବିମାନ ରହିଛି।

ତେବେ ତାଲିକାର ତୃତୀୟରେ ରହିଛି ଚୀନ । ଯାହା ୦.୦୫୧୧ସୂଚକାଙ୍କ ସହ ତୃତୀୟ ସ୍ଥାନରେ ରହିଛି । ଚୀନର ପ୍ରତିରକ୍ଷା ବଜେଟ ପ୍ରାୟ ୨୦୯ବିଲିୟନ ଡଲାର । ଚାଇନାରେ ୨ମିଲିୟନରୁ ଅଧିକ ସୈନିକ ରହିଛନ୍ତି । ଚାଇନା ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ସୈନିକଙ୍କଠୁ ଅଧିକ କାମ ନିଆଯାଏ।

ଭାରତ ରହିଛି ଚତୁର୍ଥ ସ୍ଥାନରେ । ସୂଚକାଙ୍କ ରହିଛି ୦.୦୯୭୯ । ଏତିରେ ୧୪ଲକ୍ଷରୁ ଅଧିକ ସୈନ୍ୟ ରହିବା ସହ ୩ଟି ବିଭାଗ ସୈନିକ ଅନ୍ତର୍ଭୁକ୍ତ । ଯଦିଓ ଚୀନ ଭାରତ ତୁଳନାରେ ଅଧିକ ଶକ୍ତି ସୂଚକାଙ୍କ ପାଇପାରେ କିନ୍ତୁ ଏମିତି କେତେ ପଏଣ୍ଟ ରହିଛି ଯ।ହା ଭରତ ଚୀନକୁ ପଛରେ ଛାଡିଦେବ । ସବୁଠୁ ବଡକଥା ହେଲା ଭାରତରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସାମରିକ ଶକ୍ତି ରହିଛି । ଭାରତର ବର୍ତ୍ତମାନର ପ୍ରତିରକ୍ଷା ବଜେଟ ପ୍ରାୟ ୫.୨୫ଲକ୍ଷକୋଟି ଅଟେ।


ତେବେ ଏହି ତାଲିକାରେ ଜାପାନ ଶକ୍ତି ସୂଚକାଙ୍କ ୦.୧୧୯୫ ସହ ପଞ୍ଚମ ସ୍ଥାନରେ ରହିଛି । ଜାପାନ ସେନାରେ ୨ଲକ୍ଷରୁ ଅଧିକ ସୈନିକ ରହିଛନ୍ତି । କିନ୍ତୁ ଯୁଦ୍ଧବିନାଶର କାରଣ ବୋଲି ବିବେଚନା କରେ ଜାପାନ । ପରମାଣୁ ଆକ୍ରମଣ ପରେ ଜାପାନର ସମ୍ବିଧାନ ଅନୁଯାୟୀ ବିଶ୍ୱସ୍ତରୀୟ ସମାଧାନ ପାଇଁ ଏକମାତ୍ର ବିକଳ୍ପ ହେଉଛି ଶାନ୍ତି।

ତେବେ ଦକ୍ଷିଣ କୋରିଆ ଷଷ୍ଠ ରେ ଅଛି ସୁଚକାଙ୍କ ରହିଛି ୦.୧୧୯୫। ସପ୍ତମ ରେ ଫ୍ରାନ୍ସ ସୂଚକାଙ୍କ ୦.୧୨୮୩। ଅଷ୍ଟମ ରେ ହେଉଛି ବ୍ରିଟେନ ସୂଚକାଙ୍କ ୦.୧୩୮୨। ନବମ ରେ ପାକିସ୍ଥାନ ସୂଚକାଙ୍କ ୦.୧୫୭୨ ଓ ଦଶମ ରେ ହେଉଛି ବ୍ରାଜିଲ୍ ଯାହାର ସୂଚକାଙ୍କ ରହିଛି ୦.୧୬୯୫। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *