ବିଶ୍ୱ ବାଳୁଙ୍ଗା ପିଲା, ତା’ର କାଣ୍ଡ କାରନାମା ଶୁଣିଲେ ବୁଲେଇ ଦେବ ମୁଣ୍ଡ ! ଦେଖନ୍ତୁ ପିଲାଟି ଏମିତି କଣ କଲା…

କହିବାକୁ ଗଲେ ସବୁ ଛୋଟ ପିଲାମାନେ ଦୁଷ୍ଟ ଓ ବାଳୁଙ୍ଗା ହୋଇଥାନ୍ତି । ଯାହାକି ସମସ୍ତଙ୍କ ପାଇଁ ଏକ ସାଧାରଣ କଥା ଅଟେ । କିନ୍ତୁ ବେଳେ ବେଳେ ସେମାନଙ୍କର ଦୁଷ୍ଟାମି ଏତେ ବଢିଯାଏ କି ସେମାନଙ୍କ ଦୁଷ୍ଟାମି ଆଗରେ ବଡ ବଡ ଲୋକମାନେ ବି ଫେଲ ହୋଇ ଯାଆନ୍ତି । ବେଳେ ବେଳେ ସମସ୍ତ ଚିଡି ବି ଯାଆନ୍ତି । ବେଳେ ବେଳେ ସେମାନେ ଏତ ଦୁଷ୍ଟାମି କରନ୍ତି କି ସେମାନଙ୍କୁ ମାରିବାକୁ ଇଚ୍ଛା ହୁଏ । ବାପା ମା ପିଲାମାନଙ୍କୁ ମାରନ୍ତି ବି ।

କିନ୍ତୁ କିଛି ପିଲାମାନେ ଏତେ ଦୁଷ୍ଟ ହୁଅନ୍ତି କି ତାଙ୍କ ବିଷୟରେ ନ କହିବା ହିଁ ଭଲ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ଛୋଟ ପିଲା ବିଷୟରେ କହିବୁ ଯାହାର ଦୁଷ୍ଟାମି ଆଗରେ ଆପଣ ସମସ୍ତେ ଫେଲ । ତାର ଦୁଷ୍ଟାମି ବିଷୟରେ ଜାଣିବା ପରେ କେବଳ ତାର ବା ମା ନୁହନ୍ତି ପୁରା ଦେଶ କଣ ପୂରା ବିଶ୍ଵ ଆଚମ୍ବିତ ହୋଇ ଯାଇଛି ।

କହିବାକୁ ଗଲେ ଏହି ଛୋଟ ପିଲାଟି ପ୍ଳେନରେ ଲୁଚି ନିଜ ଘରୁ ୧୬୭୭ ମାଇଲ ଦୂରରେ ଥିବା ଗୋଟିଏ ସ୍ଥାନକୁ ପହଞ୍ଚି ଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏୟାରପୋର୍ଟରେ ଏତେ ସିକ୍ଯୁରିଟି ଥିବା ସତ୍ବେ ବି ଏୟାରପୋର୍ଟର ଅଧିକାରୀ, ସିକ୍ଯୁରିଟି ଓ ଫ୍ଲାଇଟ କର୍ମଚାରୀମାନେ ବି ତାକୁ ଧରି ପାରିଲେ ନାହିଁ । ଏହି ଦୁଷ୍ଟ ପିଲାଟିର ନାଁ ହେଉଛି ଏମାନୁଏଲ ମାର୍କୁଜ ଓଲିଭେରା । ଯାହାର ବୟସ ମାତ୍ର ୯ ବର୍ଷ ।

ବ୍ରାଜିଲର ଉତ୍ତର ପଶ୍ଚିମ ଅଞ୍ଚଳରେ ରହୁଥିବା ଏହି ଛୋଟ ପିଲାଟି ବିନା ଟିକେଟରେ ଏୟାରପୋର୍ଟର ସ୍କିକ୍ଯୁରିଟିକୁ ଚକମା ଦେଇ ପ୍ଳେନରେ ଯାତ୍ରା କରିଥିଲା ଓ ଶେଷରେ ସେ ୧୬୭୭ ମାଇଲ ଦୂରରେ ଥିବା ନିଜ ଘରକୁ ପହଞ୍ଚି ଯାଇ ଥିଲା । ସେ ଲୁଚି ଲୁଚି ସେହି କାରନାମା କରିଥିଲା ତଥାପି ତାହା ବିଷୟରେ କେହି ବି ଜାଣି ନ ଥିଲେ । ଯେତେବେଳେ ପିଲାଟିର ମା ତାକୁ ଖୋଜି ଥିଲା ତେବେ ଏହି ପୁରା ଘଟଣା ବିଷୟରେ ଜଣା ପଡି ଥିଲା । ସୂଚନା ଅନୁସାରେ ୨୬ ଫେବ୍ରୁଆରି ସକାଳରୁ ପିଲାଟି ଘରେ ନ ଥିଲା ।

ଏମାନୁଏଲର ମା ସକାଳ ୫.୩୦ ପର୍ଯ୍ୟନ୍ତ ଏମାନୁଏଲ ଘରେ ଶୋଇଥିବାର ଦେଖିଥିଲେ । କିନ୍ତୁ ଏହା ପରେ ସେ ଗାୟବ ହୋଇଗଲା । ମା ର କହିବ ଅନାଉସାରେ ସେ ଯେତେବେଳେ ଏମାନୁଏଲର ରୁମକୁ ଯାଇ ଥିଲେ ତେବେ ସେ ରୁମରେ କଣ ଘରେ ବି ନ ଥିଲା । ପୁରା ଦିନ ଖୋଜିବା ପରେ ପିଲାଟିର କୌଣସି ବି ଖବର ମିଳି ନ ଥିଲା । ଏହା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ୧୬୭୭ ମାଇଲ ଦୂରରେ ଅଛି । ଏତେ ଦୂର ସ୍ଥାନକୁ ପୁଣି ଏକୁଟିଆ ଯିବା କୌଣସି ବି ପିଲା ପାଇଁ ବହୁତ ବଡ କଥା ।

Leave a Reply

Your email address will not be published. Required fields are marked *