President Election: ବିରୋଧୀଙ୍କ ଅଙ୍କ ବିଗାଡି ଦେଲେ ଭାବି ରାଷ୍ଟ୍ରପତି Draupadi Murmu

ନମସ୍କାର ବନ୍ଧୁଗଣ ତେବେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ଏଥର ଦ୍ରୌପଦୀ ମୁର୍ମୁ୍ ଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାବେଳେ ବିରୋଧୀଙ୍କ ଚେହେରା ହୋଇଛନ୍ତି ଯଶୋବନ୍ତ ସିହ୍ନା । ମତଦାନ ପରେ ଜଣାପଡିବ ଦେଶର ୧୫ ତମ ରାଷ୍ଟ୍ରପତି କିଏ ହେବ ଏନେଇ ସ୍ପଷ୍ଟ ହେବ ଚିତ୍ର । ତେବେ ରାଜ୍ୟଗୁଡିକର ବିଧାନସଭା ଓ ସଂସଦ ଭବନରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହେଉଛି ।

ଏଥିରେ ବିଧାୟକ ଓ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ମତଦାନ କରୁଛନ୍ତି । ବାଲାଟ ପେପରରେ ଏହି ଭୋଟିଂ ଚାଲିଛି । ଏଥର ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଉପରେ ଭାରି ପଡୁଥିବା ନଜର ଆସୁଛନ୍ତି । କାରଣ ଅନେକ ବିରୋଧୀ ଦଳ ମଧ୍ୟ ମୁର୍ମୁଙ୍କୁ ନିଜ ସମର୍ଥନ ଘୋଷଣା କରିଛନ୍ତି ।ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ମାତ୍ରେ କିଛି ବିରୋଧୀ ଦଳ ମଧ୍ୟ ସାଥିରେ ଛିଡା ହୋଇଥିଲେ ।

ବିଶେଷକରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ମାୟାବତିଙ୍କ ବିଏସପି, ଶିବସେନା ଭଳି ଦଳ, ଯେଉଁମାନେ ବିରୋଧୀ ଦଳ ସହିତ ଛିଡ଼ାହେବା ନେଇ ଜଣାପଡୁଥିଲା, ସେମାନେ ସମସ୍ତେ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଏହାପରେ ମୁର୍ମୁଙ୍କ ଶକ୍ତି ଆଶାଠୁ ଅଧିକ ବୃଦ୍ଧି ପାଇଛି । ଅଙ୍କ ଗଣିତ ଅନୁଯାୟୀ, ଦ୍ରୌପଦୀ ମୁର୍ମୁ ଆଗରେ ରହିଛନ୍ତି । ତେବେ ଏହା କିପରି ସମ୍ଭବ ହେଲା, ଏନେଇ ଆକଳନ ଉପରେ ନଜର ପକାନ୍ତୁ ।

ରାଷ୍ଟ୍ରପତି ନିର୍ବାଚନରେ ​​ସାଂସଦ ଏବଂ ବିଧାୟକଙ୍କ ସମେତ ମୋଟ ୧୦ ଲକ୍ଷ ୮୧ ହଜାର ୯୯୧ ଭୋଟ୍ ଅଛି । ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ସଂଖ୍ୟାଗରିଷ୍ଠତା ହେଉଛି ୫ ଲକ୍ଷ ୪୦ ହଜାର ୯୯୬ । ଏବେ ଦେଖନ୍ତୁ କାହା ସମର୍ଥନରେ କେତେ ଭୋଟ ରହିଛି ତେବେ ଏନଡ଼ିଏ ଦ୍ରୌପଦୀ ମୁର୍ମୁ ଙ୍କ ନାମ ରାଷ୍ଟ୍ରପତି ପଦବୀ ପାଇଁ କିମ୍ବା ପାର୍ଥି ପାଇଁ ଘୋଷଣା କରି ସବୁ ବିରୋଧୀଙ୍କ ଅଙ୍କ ବିଗିଡି ଗଲା ।

ତେବେ ଏତେ ଜଣ ନାଁ ମଧ୍ୟରୁ ଆଦିବାସୀ ମହିଳା ଦ୍ରୌପଦୀ ଙ୍କ ନାମ ନେଇ ଏକ ପ୍ରକାର ର ଭୋଟ କୁ ନିଜ ହତିଆର ରେ କରି ଦେଇଛି ଏନଡ଼ିଏ ତେବେ ଦ୍ରୌପଦୀ ଙ୍କୁ ସମସ୍ତଙ୍କ ପାଖରୁ ସମର୍ଥନ ହିଁ ସମର୍ଥନ ମିଳିବାରେ ଲାଗିଛି । ତେବେ ଆସାମରେ କଂଗ୍ରେସର ୨୦ରୁ ଅଧିକ ବିଧାୟକ କ୍ରସ୍ ଭୋଟିଙ୍ଗ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଆସାମରେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ବିଧାୟକ ।

ତେବେ ଅନ୍ୟପଟେ ଓଡିଶାରେ ମଧ୍ୟ ଦଳୀୟ ବିଶୃ୍ଙ୍ଖଳା ମଧ୍ୟରେ କଂଗ୍ରେସର ଜନୈକ ବିଧାୟକ ଦଳର ନିଷ୍ପତ୍ତିରୁ ଓହରି ଯାଇ ଦୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡିଛି । ତେବେ ତାଙ୍କ ବିରୋଧରେ ଦଳର ବିଚାରବିମର୍ଷ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳ ବରିଷ୍ଠ ନେତା କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *