ସଭା ମଧ୍ୟରେ ସମସ୍ତଙ୍କ ସାମ୍ନାରେ ଯେତେବେଳେ Bipin Rawat ଛୁଇଁଲେ ବୀର ଅବ୍ଦୁଲ ହମିଦଙ୍କ ପତ୍ନୀଙ୍କ ପାଦ, କହିଲେ କିଛି ଏମିତି କଥା ଶୁଣି ଆପଣ କରିବେ ପ୍ରଶଂସା

ବନ୍ଧୁଗଣ ବର୍ତ୍ତମାନ ଭାରତ ଏକ ବଡ ଶୋକ ବିତାଉଛି । ଗତ ବୁଧବାର ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ ସେନାଧିକାରୀ ମାନେ ହେଲିକପ୍ଟର କ୍ରାଶରେ ନିଜ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ବିପିନଙ୍କ ପତ୍ନୀ ମଧୁଲିକାଙ୍କର ବି ନିଧନ ହୋଇଛି । ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣ ଲୋକ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇ ଥିଲେ । ଏହି ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହିତ ଅନେକ ସେନାଧିକାରୀ ମାନେ ପ୍ରାଣ ହରାଇଛନ୍ତି ।

ଜେନେରାଲ ବିପିନ ରାୱତ ହେଲିକପ୍ଟରରେ ଯାଉଥିବା ବେଳେ ତାମିଲନାଡୁର ଏକ ଜଙ୍ଗଲରେ ହେଲିକପ୍ଟର କ୍ରାଶ ହୋଇଯାଇଥିଲା । ଏହା ପରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲ ନିଆ ଯାଇଥିଲା ହେଲେ ହସ୍ପିଟାଲରେ ସେମାନଙ୍କର ମୃତ୍ୟୁ ହୋଇଗଲା । ଏହି ହେଲିକପ୍ଟରରେ ୧୪ ଜଣ ଲୋକ ଥିଲେ । ୧୩ ଜଣଙ୍କ ମୃତ୍ୟୁ ହୋଇଛି ଓ ସେହି ଗ୍ରୁପରେ ଥିବା କେପ୍ଟନ ବରୁଣ ସିଂହଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ମଧ୍ୟ ବହୁତ ଗମ୍ଭୀର ଅଛି ।

ଜେନେରାଲ ବିପିନ ରାୱତ ଦେଶର ବଡ ସେନାଧିକାରୀ ଥିଲେ । ସେ ନିଜ ବିରତା ଓ ନିଜ ବାହାଦୁରି ପାଇଁ ଦେଶରେ ପରିଚିତ ଅଛନ୍ତି । ବିପିନଙ୍କ ଅକାଳ ବିୟୋଗ ପରେ ଦେଶର ସମସ୍ତ ଲୋକ ଦୁଃଖରେ ଅଛନ୍ତି । ଏବେ ତାଙ୍କ ସହ ଜଡିତ ଅନେକ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ବିପିନଙ୍କ ସହ ଜଡିତ ଏକ ଏଭଳି ଖବର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଗୋଟେ ସମୟରେ ବିପିନ ଏକ ସଭାରେ ବୀର ଅବଦୁଲ ହାମିଦଙ୍କ ୯୦ ବର୍ଷୀୟ ପତ୍ନୀ ରସୁଲନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ୧୦ ସେପ୍ଟେମ୍ବର ୨୦୧୭ରେ ରାୱତ ସେନାରେ ପ୍ରମୁଖ ଥିଲେ । ସେତେବେଳେ ରାୱତ ପ୍ରଥମ ଥର ବୀର ଅବଦୁଲ ହାମିଦଙ୍କ ୫୨ତମ ସହିଦ ଦିବସ ସମାରୋହରେ ସାମିଲ ହୋଇଥିଲେ ।

ଖାସ କଥା ଏହା ହେଉଛି ଯେ ଏହି ସମାରୋହରେ ଆମନ୍ତ୍ରିତ କରିବା ପାଇଁ ଅବଦୁଲଙ୍କ ୯୦ ବର୍ଷୀୟ ପତ୍ନୀ ରସୁଲନ ନିଜେ ବିପିନ ରାୱତଙ୍କ ଦିଲ୍ଲୀ ସ୍ଥିତ ଆବାସକୁ ଯାଇଥିଲେ । ହେଲେ ଯେତେବେଳେ ସେ ଦିଲ୍ଲୀ ପହଞ୍ଚିଲେ ସେତେବେଳେ ବିପିନ ବିଦେଶରେ ଥିଲେ । ଅବଦୁଲଙ୍କ ସହିଦ ଦିବସ ସମାରୋହର ସୂଚନା ଜଣେ ଷ୍ଟାଫ ବିପିନଙ୍କୁ ଦେଇଥିଲେ । ଏହି ସୂଚନା ବିଷୟରେ ଜାଣିବା ପରେ ବିପିନ ପରଦିନ ସକାଳ ଭାରତ ଆସିଯାଇଥିଲେ ଓ ସମାରୋହରେ ସାମିଲ ହୋଇଥିଲେ ।

ବିପିନ ବୀର ଅବଦୁଲ ହାମିଦଙ୍କ ସହିଦ ଦିବସରେ ପ୍ରମୁଖ ଅତିଥି ହୋଇ ଯାଇଥିଲେ । ରାୱତ ଅବଦୁଲଙ୍କ ପତ୍ନୀଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ ଥିଲେ ଓ ଆଶୀର୍ବାଦ ନେଇଥିଲେ । ଏହା ସହିତ ରାୱତ ରସୁଲନଙ୍କୁ କହିଥିଲେ ‘ଆପଣ ମୋର ମାଙ୍କ ଭଳି ରହିବେ’ । ତା ହେଲେ ବନ୍ଧୁଗଣ ବିପିନ ରାୱତଙ୍କ ସହ ଜଡିତ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *