ଏହି ମାନଙ୍କ ଘରକୁ ଆସିଲା ବିଜୁ ପକ୍କା ଘର ଯୋଜନାରେ 3,000 ଟଙ୍କା, ନ ଆସିଥିଲେ କେମିତି ପାଇବେ ଦେଖନ୍ତୁ !

ବନ୍ଧୁଗଣ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ୩୦୦୦ ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୧ ଲକ୍ଷ ପରିବାର ପାଇଛନ୍ତି ୧୪ ଶହ ୪୪ କୋଟି ଟଙ୍କାର ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଶୁକ୍ରବାର ଭିଡିଓ କନଫ୍ରେନ୍ସ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

ଏହି ଟଙ୍କା ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି । ମିଡିଆ ରିପୋର୍ଟସ ଅନୁସାରେ ଓଡିଶା ହେଉଛି ଭାରତର ଏକ ମାତ୍ର ରାଜ୍ୟ ଯେଉଁଠି ହିତାଧିକାରୀ ମାନଙ୍କୁ ଗୃହ ମରାମତି ପାଇଁ ୩୦୦୦ ଟଙ୍କାର ସହାୟତା ଦିଆଯାଇଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ଯାବିନେଟରେ ଘର ମରାମତି ସହାୟତା ବିଷୟରେ ନିଷ୍ପତ୍ତି ନିଆଯାଇଥିଲା ।

ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଉଦବଦନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ-‘ଲୋକଙ୍କୁ ଦେଉଥିବା କଥା ଆମେ ରଖୁଛୁ । ୨୦୧୪ ମସିହାରେ ରାଜ୍ୟ କ୍ଯାବିନେଟର ପ୍ରଥମ ବୈଠକରେ ରାଜ୍ୟର ସମସ୍ତ କଚା ଘରକୁ ପକ୍କା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ ବାସୀଙ୍କୁ ଦିଆଯାଇଥିବା କଥା ଅନୁଯାଇ ଆମେ କାମ କରିଛୁ’ ।

ଆଗକୁ ସେ କହିଛନ୍ତି-‘୨୦୧୪ରୁ ଏ ପର୍ଯ୍ୟନ୍ତ ଆମେ ୩୧ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦେଇଛୁ । ରାଜ୍ୟର ଶେଷ କଚା ଘରକୁ ପକ୍କା ନକରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ । ଘର ସହ ଘର ମରାମତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତେଣୁ ଘର ମରାମତି ପାଇଁ ୩୦୦୦ ଟଙ୍କାର ସହାୟତା ଦିଆଗଲା’ । ସବୁ ଗ୍ରାମୀଣ ହିତାଧିକାରୀ ମାନେ ଏହି ଯୋଜନାର ଲାଭ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କେନ୍ଦ୍ର ଯୋଜନାରେ ଲୋକ ମାନଙ୍କ ଘର ମିଳୁ ନଥିବା କଥା କହି ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ଧୁଗଣ ଫନି ବାତ୍ୟା ସମୟରେ ରାଜ୍ୟର ୧୪ଟି ଜିଲ୍ଲାରେ ଲୋକ ମାନଙ୍କ ଘର ଭାଙ୍ଗି ଯାଇଥିଲା । ସେମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ବିଷୟକୁ ନେଇ କେନ୍ଦ୍ରର ଦ୍ରୁଷ୍ଟି ଆକର୍ଷଣ କରି ଆସୁଥିଲେ ।

ତେବେ ଏହି ସବୁ ଲୋକ ମାନଙ୍କ ଘର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ଏମାନଙ୍କୁ ୫୦୦୦ ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଘର ମରାମତି ପାଇଁ ଏହି ଯୋଜନାରୁ ଟଙ୍କା ମିଳି ନାହିଁ ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆପଣ ଆଉ ଥରେ ଆବେଦନ କରିପାରିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *