ବଦନାମ୍ ଗଳିର Bidyashree ଶୁଭମ୍ ପାଇଁ କରିବେ କିଡନୀ ଦାନ, ସାମ୍ନାକୁ ଆସି କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵର୍ଗତ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ ନିଜର କିଡ୍ନି ଜଣେ ଅସହାୟ ଯୁବକ ଶୁଭମ କୁ ଦାନ କରିବାକୁ ଯାଉଅଛନ୍ତି । ଶୁଭମ ର ଦୁଇଟି ଯାକ କିଡ୍ନି ଖରାପ ହୋଇଯାଇଥିବାରୁ ବର୍ତ୍ତମାନ ଗମ୍ଭୀର ପରିସ୍ଥିତି ଉପୁଜିଛି । ଆସନ୍ତୁ ବିଦ୍ୟାଶ୍ରୀ ଏ ନେଇ ନିଜର ମନ୍ତବ୍ୟ କଣ ରଖିଛନ୍ତି ସଂପୂର୍ଣ୍ଣ ଭାବରେ ଜାଣିବା । ବିଦ୍ୟାଶ୍ରୀ କହିଛନ୍ତି ଯେ, ମୁଁ ଦେଖିଲି ଶୁଭମ ର ନ୍ୟୂଜ ମାତ୍ର ବୟସ କେବଳ ୨୦ ବର୍ଷ । ଆଗକୁ ଏକ ଲମ୍ବା ଜୀବନ ଚାହିଁଲେ ସେ ବଞ୍ଚିପାରିବ ।

ତାର ବାପା ମା’ ଯେ ହେତୁ ସେ ଗୋଟେ ବୋଲି ପୁଅ, ଅନ୍ୟ କେହି ଭାଇ ଭଉଣୀ ନାହାନ୍ତି ତାହାର । ମାତ୍ର ଗୋଟେ ପୁଅ କୁ ହରାଇବାର କଷ୍ଟ ଟା ମୁଁ ବହୁତ ପାଖରୁ ଦେଖିଛି । ପାଖରୁ ଅନୁଭବ ମଧ୍ୟ କରିଛି । ମୋ ସ୍ଵାମୀ ଙ୍କ ପରେ ମୋ ବାପା ମା’ ମଧ୍ୟ କେମିତି ବଞ୍ଚି ପାରୁଛନ୍ତି ? ସେହି କଷ୍ଟ ଯିଏ ପାଖରୁ ଦେଖିବ କେବଳ ସେ ହିଁ ଜାଣି ପାରୁଥିବ । ମାତ୍ର ନ୍ୟୁଜ ଯେତେବେଳେ ମୁଁ ଦେଖିଲି, ୩ କିଲୋମିଟର ଚାଲି କରି ଯିବା ଆମ୍ଭ ପକ୍ଷେ ସମ୍ଭବ ନାହିଁ ।

ମାତ୍ର ସେ କେନ୍ଦ୍ରାପଡାରୁ ବଳଦେବଜୀଉ ମନ୍ଦିରକୁ ୩୦ କିଲୋମିଟର ଶୁଭମ ଙ୍କ ବାପା ମା’ ଆଣ୍ଠେଇ ଆଣ୍ଠେଇ ମୁଣ୍ଡିଆ ମାରି ମାରି ଯାଇଛନ୍ତି । ମାତ୍ର ଏହି ଦୃଶ୍ୟ କୁ ଯିଏ ମଧ୍ୟ ଦେଖିବେ ଆଖିରୁ ଲୁହ ନିଶ୍ଚିତ ଭାବରେ ଝରି ଆସିବ । ଆମକୁ କାହା ଜୀବନ ବଞ୍ଚାଇବାର ସୁଯୋଗ ଭଗବାନ ଦେଇ ନାହାଁନ୍ତି ।

ଏଣୁ ଆମ୍ଭେ କାହା ଜୀବନ ମଧ୍ୟ ବଞ୍ଚାଇ ପାରିବା ନାହିଁ । ମାତ୍ର ମତେ ଯଦି ସୁଯୋଗ ମିଳୁଛି ଯେ ମୁଁ କାହାର ଜୀବନ ବଞ୍ଚାଇ ପାରିବି ତେବେ ସେଥିପାଇଁ ନିଶ୍ଚିନ୍ତ ମୋ ତରଫରୁ ମୁଁ ଚେଷ୍ଟା କରିବି ଯେ ପିଲାଟି ପାଇଁ ମୁଁ କିଛି କରିପାରେ । ସେଥିପାଇଁ ମୁଁ କିଡ୍ନି ଡୋନେଟ କରିବାର ନିସ୍ପତି ନେଇଛି । ବର୍ତ୍ତମାନ ମୁଁ ହାଇଟେକ ହସ୍ପିଟାଲ ଆସିଛି । ଶୁଭମ ର କଣ୍ଡିସନ ଦେଖିଲି, ତା ସହିତ କଥା ହେଲି ମାତ୍ର ତାହାର କଣ୍ଡିସନ ବହୁତ ଖରାପ ଅଛି ।

ତାହାର ପରିସ୍ରା ମଧ୍ୟ ବନ୍ଦ ହୋଇଗଲାଣି । ଶୁଭମ ର ଖାଇବା ପିଇବା ରେ ନିୟନ୍ତ୍ରଣ କରିବାକୁ କୁହାଯାଇଛି । ଆମ୍ଭେ ଦିନକୁ ୨ ରୁ ୩ ଲିଟର ପାଣି ପିଇ ଦେଉଛେ ମାତ୍ର ତାକୁ ତାହା ସେବନ କରିବାକୁ ମନା କରାଯାଇଛି । ଯଦି ମୋର କିଡ୍ନି ମ୍ୟାଚ କରିବ ତେବେ ନିଶ୍ଚିତ ଭାବରେ ମୁଁ ଫ୍ରି ଅଫ କଷ୍ଟ ରେ ଡୋନେଟ କରିବି ।

ମାତ୍ର ଯଦି ମ୍ୟାଚ ନ କରିବ ତେବେ ମୁଁ ଆପଣ ମାନଙ୍କୁ ନିବେଦନ କରୁଛି ଯେ କିଏ ଯଦି ସହୃଦୟ ଲୋକ ଅଛନ୍ତି ତେବେ ନିଶ୍ଚିତ ଭାବରେ ଆଗେଇ ଆସି ଶୁଭମ କୁ ସହାୟ କରନ୍ତୁ । ଆମ୍ଭ ମାନଙ୍କ ତରଫରୁ ଭଗବାନ ଙ୍କ ପାଖରେ ପାର୍ଥନା ଯେ ପିଲାଟିର ଜୀବନ ବଞ୍ଚିଯାଉ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *