ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ‘ସାଥ ନିଭାନା ସାଥୀୟା’ ର ଗୋପୀ ର ଝିଅ ବିଦ୍ୟା ମୋଦୀ, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ଷ୍ଟାର ପ୍ଲସ ର ଲୋକପ୍ରିୟ ସିରିଏଲ ସାଥ ନିଭାନା ସାଥୀୟା ତ ନିଶ୍ଚୟ ଦେଖିଥିବେ ଯାହାକି ଏକ ପାରିବାରିକ ଡ୍ରାମା ସିରିଏଲ ଥିଲା । ଯେଉଁଥିରେ ଜିଆ ମାନିକ, ରୂପଲ ପଟେଲ, ରୁଚା ହାଜବନ୍ସି ଓ ମହମ୍ମଦ ନାଜିମ ଭଳି କେତେକ କଳାକାର ସାମିଲ ଥିଲେ । ଏମାନଙ୍କ ମଧ୍ୟରେ ଜଣେ ଏମିତି କଳାକାର ଥିଲେ ଯିଏ ନିଜର ସୁନ୍ଦର ହସ ଦ୍ଵାରା ଲୋକଙ୍କର ହୃଦୟ ଜିତି ନେଇଥିଲେ । ଆଜ୍ଞା ହଁ ଆମେ କଥା ହେଉଛୁ ଗୋପୀ ର ଝିଅ ବିଦ୍ୟା ମୋଦୀ ଙ୍କ ବିଷୟରେ । ବର୍ତ୍ତମାନ ଏହି ସିରିଏଲ ସରିବାର ବହୁତ ବର୍ଷ ବିତି ଗଲାଣି , କିନ୍ତୁ କଣ ଆପଣ ମାନେ ଜାଣିଛନ୍ତ କି ସେ ଏବେ କେଉଁଠି ଅଛନ୍ତି, କଣ କରୁଛନ୍ତି ଓ କେମିତି ଦିଶୁଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ଗୋପୀ ର ସାନ ଝିଅ ବିଦ୍ୟା ମୋଦୀ ର ଚରିତ୍ର କରି ଫେମସ ହୋଇଥିବା ଅଭିନେତ୍ରୀ ଙ୍କ ଅସଲ ନାମ ସୋନମ ଲାମ୍ବା ଅଟେ । ଯାହାର ଜନ୍ମ 26 ଫେବୃୟାରି 1995 ରେ ଚଣ୍ଡିଗଡ ରେ ହୋଇଥିଲା । ଏଥିପାଇଁ ତାଙ୍କର ପାଠପଢା ସେହିଠାରେ ହିଁ ପୁରା ହୋଇଥିଲା । ଯଦି ଆମେ ତାଙ୍କର ଅଭିନୟ କ୍ଯାରିୟର ବିଷୟରେ କହିବା ତ ସେ ଆରମ୍ଭରୁ ହିଁ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ ।

ଯାହା ପାଇଁ ସେ ପଞ୍ଜାବ ରୁ ନିଜର ପାଠ ପଢା ସାରିବା ପରେ ମୁମ୍ବାଇ ଚାଲି ଆସିଲେ । ଯେଉଁଠି ସେ ଆକଟିଂ ଶିଖିବା ପାଇଁ ମୁମ୍ବାଇ ଏକାଡେମି ରେ ଆଡ୍ମିସନ ନେଲେ । ତାଙ୍କୁ ପ୍ରଥମ ବ୍ରେକ ମିଳିଲା ସୋନି ଟିଭି ର ସିରିଏଲ ଦେଶ କି ବେଟି ନନ୍ଦିନୀ ରେ । ଯେଉଁଥିରେ ସେ ୟଙ୍ଗର ରିତୁ ର ଚରିତ୍ର କରିଥିଲେ ଯାହା ପାଇଁ ସେ ବହୁତ ଫେମସ ହୋଇ ଯାଇଥିଲେ । ଏହି ସିରିଏଲ ରେ ଭଲ ପ୍ରଦର୍ଶନ କାରଣରୁ ତାଙ୍କୁ ‘ଦିଆ ଅର ବାତି ହମ’ ରେ ବି କାମ କରିବାକୁ ମିଳିଲା ।

ଏହା ବ୍ଯତୀତ ତାଙ୍କୁ ବାଳିକା ବଧୁ ରେ ବି ଦେଖା ଯାଇଥିଲା । ଯାହା ପରେ ସେ କିଛି ଦିନ ପାଇଁ ଟିଭି ସିରିଏଲ ରୁ ବ୍ରେକ ନେଇଥିଲେ ଓ ପୁଣି ଷ୍ଟାର ପ୍ଲସ ର ସୋ ସାଥ ନିଭାନା ସାଥୀୟା ରେ ପୁଣି ଟିଭି ଇଣ୍ଡଷ୍ଟ୍ରି କୁ ଫେରିଲେ । ଯେଉଁଥିରେ ସେ ଗୋପୀ ର ସାନ ଝିଅ ବିଦ୍ୟା ମୋଦୀ ର ଚରିତ୍ର କରିଥିଲେ ଓ ନିଜର ସୁନ୍ଦର ଆକଟିଂ ମାଧ୍ୟମରେ ଲୋକଙ୍କ ମନ କିଣିନେଲେ ।

ଏହି ସିରିଏଲ ପରେ ତାଙ୍କୁ ଆଉ କୌଣସି ସିରିଏଲ ରେ କାମ କରିବାର ମଉକା ମିଳିଲା ନାହିଁ ଯେଉଁ କାରଣରୁ ସେ ଇଣ୍ଡଷ୍ଟ୍ରି ରୁ ଦୂରେଇ ଗଲେ । ଏବେ ସେ ଆଗ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ଆଜି ସେ 25 ବର୍ଷ ର ହୋଇ ଯାଇଛନ୍ତି ଓ ଆଗ ଅପେକ୍ଷା ଅଧିକ ସୁନ୍ଦର ଓ ଗ୍ଲାମରସ ନଜର ଆସୁଛନ୍ତି ।

ଯଦି ତାଙ୍କ ପର୍ସନାଲ ଲାଇଫ ବିଷୟରେ କହିବା ତ ତାଙ୍କ ଅଫେୟାର ଟିଭି ଆକ୍ଟର ସୋନଲ ହାଣ୍ଡାଙ୍କ ସହିତ ଥିଲା । କୁହାଯାଏ କି ଦୁଇ ଜଣଙ୍କର ଦେଖା ବାଳିକା ବଧୁ ସେଟ ରେ ହୋଇଥିଲା । ଯେଉଁଠାରୁ ଦୁଇ ଜଣଙ୍କର ଅଫେୟାର ର ଚର୍ଚ୍ଚା ସୋସିଆଲ ମିଡିଆରେ ବହୁତ ଥିଲା । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ସୋନମ ଲାମ୍ବାଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *