ଦେଖନ୍ତୁ କିପରି ନନ୍ଦନକାନନରେ ଲାଗିଥିବା ସ୍ଲାଇଡ଼ର ରେ ମସ୍ତି କରୁଛନ୍ତି ବିଧାୟକ Sura Routray …

ବନ୍ଧୁଗଣ, ସୂଚନା ଅନୁଯାୟୀ ନନ୍ଦନକାନନରେ ଲାଗିଥିବା ସ୍ଲାଇଡରରେ ଖସିଲେ ବିଧାୟକ ସୁର ରାଉତ ରାୟ । ତେବେ ଏନେଇ ବିଧାୟକ ସୁର ରାଉତରାୟ କେଉଁ ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ସେ ନେଇ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ଆପଣ ମାନେ ସମସ୍ତେ ସୁର ରାଉତରାୟ ଙ୍କୁ ନିଶ୍ଚିତ ଭଲ ଭାବରେ ଜାଣିଥିବେ । ସୁର ରାଉତରାୟ ନିଜ ଚମତ୍କାରୀ କଥା ପାଇଁ ଚାରିଆଡେ ପରିଚିତ ।

ଏହା ସହିତ ସେ ଅନେକ ସମାଜ ହିତ ଜନିତ କାର୍ଯ୍ୟ କରି ଆଜିଭଳି ଦିନରେ ରାଜନୀତି ଜଗତରେ ନିଜର ଆଧିପତ୍ୟ ବିଛାଇ ଆସିଛନ୍ତି । ଲୋକେ ତାଙ୍କୁ ତାଙ୍କ ସିଧା ସଳଖ କଥାବାର୍ତ୍ତା କହିବାର ଶୈଳୀ କୁ ନେଇ ଜାଣିଛନ୍ତି । ବିଧାୟକ ସୁର ରାଉତରାୟ ଙ୍କୁ ବହୁତ ସନ୍ନମାନ ମଧ୍ୟ କରନ୍ତି । ରାଜନୀତି କୁ ନେଇ କୌଣସି ପ୍ରସଙ୍ଗ ହେଉ ଅଥବା ଅନ୍ୟ କୌଣସି ସ୍ଥିତି କୁ ନେଇ ହେଉ, ସୁର ରାଉତରାୟ ନିଜର ବହୁମୂଲ୍ୟ ସମୟ ଦେଇ ସମସ୍ତ ଘଟଣା ଉପରେ ନିଜର ବିଶେଷ ମନ୍ତବ୍ୟ ଦେଇଥାନ୍ତି ।

ତେବେ ବର୍ତ୍ତମାନ ସୁର ରାଉତରାୟ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ତାହା ହେଉଛି ନନ୍ଦନ କାନନରେ ପିଲା ମାନଙ୍କ ପାଇଁ ଲାଗିଥିବା ସ୍ଲାଇଡରେ ନିଜେ ଖସି ପିଲାଙ୍କ ଖେଳିବା ପାଇଁ ତାହା କେତେ ମାତ୍ରାରେ ଉପଯୁକ୍ତ ତାହା ସମ୍ବନ୍ଧରେ କହିଛନ୍ତି । ସୁର ସ୍ଲାଇଡ ରେ ଖସି ମଜା ନେବା ସହିତ କହିଛନ୍ତି ଯେ ପିଲାମାନଙ୍କ ପାଇଁ ଏହା ବହୁତ ବଢିଆ ହୋଇଛି ।

ଏଥିରେ ସମସ୍ତେ ଖୁସିରେ ଖେଳି ପାରିବେ । ଅଜିଭଳି ଦିନରେ ଏହାକୁ ସଂପୂର୍ଣ୍ଣ ଫ୍ରି କରିବା କଥା । ତେବେ ସ୍ଲାଇଡ ରେ ଖସିବା ପୂର୍ବରୁ ସୁର କହିଥିଲେ ଯେ ରେଡିତ ? ଏଥର ମୁଁ ଖସିଲି । ଏଭଳି କହି ଖସିଥିଲେ, ତାଙ୍କ ସହିତ ଉପସ୍ଥିତ ଥିବା ସମସ୍ତ ସହଯୋଗୀ ତଥା ଗାର୍ଡ ମାନେ ସୁରଙ୍କୁ ସ୍ଲାଇଡ କରୁଥିବା ସମୟରେ ଧରିଥିଲେ ।

ଏହାପରେ ବିଧାୟକ ସୁର ରାଉତରାୟ ହସି ହସି ସେମାନଙ୍କ ହାତ ଧରି ଉଠିଥିଲେ । କହିଥିଲେ ଚମତ୍କାର କି ବଢିଆ, ନବୀନ ପଟ୍ଟନାୟକ ଆମର ବଢିଆ, ସବୁପିଲା ଏଇନା ଖେଳିବେ, ପିଲାଙ୍କ ପାଇଁ ହେଇଛି ଏହା । ଏହା ବହୁତ ଭଲ ହୋଇଛି । ଏଣୁ ଫ୍ରି ଫୋର ଅଲ ବୋଲି କିଛି କଥା ସୁର ବାବୁ କହିଥିଲେ । ଏହା ସହିତ ସେଠାରେ ଉପସ୍ଥିତ ଥିବା ପିଲା ମାନଙ୍କୁ କହିଥିଲେ ପିଲାମାନେ ଜାଅ ଖେଳିବ ! ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *