Bastu Tips- ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ନଚେତ ଧିରେ ଧିରେ ହୋଇଯିବ ସର୍ବନାଶ

ବାସ୍ତୁ ଶାସ୍ତ୍ର ଏମିତି ଏମିତି ଉପାୟ ଯାହା ଆମ ଘରୁ ନକରାତ୍ମକ ଉର୍ଜ୍ଜାକୁ ନଷ୍ଟ କରି ସକାରାତ୍ମକ ଉର୍ଜ୍ଜା ବଢାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଗୋଟିଏ ସକରାତ୍ମକ ଉର୍ଜାର ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କ ଘରର ଜିନିଷ ସଠିକ ଜାଗାରେ ନାହିଁ ବା ବାସ୍ତୁ ନିୟମ ଅନୁସାରେ ନାହିଁ ତେବେ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ବଢିଯିବା ସହିତ ସକରାତ୍ମକ ଉର୍ଜା କମିବାରେ ଲାଗିଥାଏ ଓ ପରିବାରର ବିନାଶ ହେବାକୁ ଲାଗିଥାଏ ।

ଯେଉଁ ବିଛଣାରେ ଆପଣ ଶୋଉଛନ୍ତି  ତାହା ଉପରେ ଏହି ତିନୋଟି ଜିନିଷ ଭୁଲରେ ବି ରଖନ୍ତୁ ନାହିଁ । ତେଣୁ ଆପଣ ଯେଉଁଠାରେ ଶୋଉଛନ୍ତି ସେଠାରେ କିଛି ଜିନିଷ ରଖିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ସମସ୍ତ ନକରାତ୍ମକ ଉର୍ଜା ଆପଣଙ୍କ ଦେହକୁ ଗ୍ରାସ କରିଥାଏ ।

ଏହା ଆପଣଙ୍କୁ ଖରାପ କାର୍ଯ୍ୟ କରାଇଥାଏ । ତେଣୁ ଏହାର ପ୍ରଭାବ ଆପଣଙ୍କ ଗୃହର ଉନ୍ନତି ଓ ଶାନ୍ତି ଉପରେ ପଡିଥାଏ । ତେଣୁ ଆପଣଙ୍କ ଶୋଇବା ବିଛଣା ତଳେ ଭୁଲରେ ଏହି ଜିନିଷ ରଖନ୍ତୁ ନାହିଁ । ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

୧. ଚପଲ ବା ଜୋତା

ଆପଣ କେବେ ବି ଜୋତାକୁ ଖଟ ତଳେ ରଖନ୍ତୁ ନାହିଁ । କିଛି ଲୋକ ଜାଗା ଅଭାବ ଯୋଗୁ ବା ଅଳସୁଆମୀ ରେ ଏହାକୁ ଖତ ତଳେ ରାଖୀ ଦେଇଥାନ୍ତି । ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣ ତୁରନ୍ତ ନିଜ ଅଭ୍ୟାସକୁ ସୁଧାରୀ ନିଅନ୍ତୁ । ଏହା ଦ୍ୱାରା ଜୋତାରେ ଥିବା ସବୁ ନକରାତ୍ମକ ଉର୍ଜା ଆପଣଙ୍କ ଦେହରେ ପ୍ରବାହିତ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ଘରେ ବିଶୃଙ୍ଖଳା ହୋଇଥାଏ ।

୨. ପା ପୋଛା

ଦ୍ୱିତୀୟରେ ହେଲା ଗୋଡ଼ ପୋଛା । ଏହାକୁ କେବେ ବି ଆପଣ ଖଟତଳେ ରଖନ୍ତୁ ନାହିଁ । କାରଣ ଏଥିରେ ଆପଣଙ୍କ ଗୋଡ଼ ପୋଛାଯାଏ । ଆପଣଙ୍କ ଗୋଡ଼ରେ ଥିବା ନକରାତ୍ମକ ଉର୍ଜା ଏଥିରେ ରହିଥାଏ । ଏହା ଖଟ ତଳକୁ ଯିବା ଦ୍ୱାରା ସେହି ନକରାତ୍ମକ ଉର୍ଜା ଆପଣଙ୍କୁ ଭୁଲ ବାଟରେ ନେଇଥାଏ ଓ ଖରାପ କାମ କରାଇଥାଏ । ଏହା ଦ୍ୱାରା ଘରେ ଧନ ହାନି ଦେଖାଯାଇଥାଏ ।

୩. ଫାଟ

ତୃତୀୟ ଟି ହେଲା ‘ଫାଟ’ । ଆପଣ ଯେଉଁଠାରେ ଶୋଉଛନ୍ତି ସେହିଠାରେ ଯେମିତି କିଛି ଫାଟ ନଥାଏ କି ଖଟ ଭାଙ୍ଗିନଥାଏ ଓ ଭୂମିରେ ମଧ୍ୟ୍ୟ ଯେମିତି କିଛି ଫାଟ ନଥାଏ । କାରଣ ଏହି ଫାଟ ସବୁ ନକରାତ୍ମକ ଉର୍ଜ୍ଜାକୁ ଟାଣି ଆଣିଥାଏ । ଏହା ଦ୍ୱାରା ଆପଣଙ୍କ ଘରେ ସ୍ୱାସ୍ଥ୍ୟ ସମସ୍ୟା , ଦୁର୍ଘଟଣା ଓ ଅନାଵଶ୍ୟକ ଖର୍ଚ୍ଚ ହୋଇଥାଏ । ତେଣୁ ଆପଣମାନେ ଭୁଲରେ ବି ଖଟ ତଳେ ଏହି ୩ଟି ଜିନିଷ ରଖନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଅଧିକ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *