ବିବାହିତ ପୁରୁଷଙ୍କ ସହ ନାବାଳିକାଙ୍କ ପ୍ରେମ ସମ୍ପର୍କ ହେଲା କାଳ, ରୁମରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାୟଗଡ଼ା ରେ ଘଟିଛି ଚଞ୍ଚଲ୍ୟକର ଘଟଣା । ଗୋଟିଏ ଘରୁ ମିଳିଛି ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ । ଜଣେ ବିବାହିତ ପୁରୁଷ ଙ୍କ ସହିତ ଜଣେ ନାବାଳିକା ଙ୍କ ମୃତ ଦେହ ମିଳିଛି ଏବଂ ଏହି ଘଟଣା ବର୍ତ୍ତମାନ ଚାଂଚଲ୍ୟ ସୃଷ୍ଟି କରିଛି । ତେବେ ଆସନ୍ତୁ ଏହି ଘଟଣା ସମ୍ବନ୍ଧରେ କଣ ରହସ୍ୟ ରହିଛି ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଆଲୋଚନା କରିବା । ତେବେ ସୂଚନାଯୋଗ୍ୟ ରାୟଗଡ଼ା ସହରର ଶୁଣ୍ଢି ସାହି ରେ ଜଣେ ବିବାହିତ ପୁରୁଷ ଏବଂ ଜଣେ ନାବାଳିକା ଆତମହତୟା କରିଛନ୍ତି ।

ଆତମହତୟା କରିଥିବା ପୁରୁଷ ରାହୁଲ ଏବଂ ନାବାଳିକା ଜଣକ ୧୫ ବର୍ଷ ବୟସ ର ବୋଲି ଜଣା ପଡ଼ିଛି । ତେବେ ଉଭୟ ଙ୍କ ଆତମହତୟା ପଛରେ ପ୍ରକୃତ କାରଣ କଣ ରହିଛି ତାହା ଜଣା ପଡିନାହିଁ । ଏପଟେ କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ଜନିତ ବ୍ୟାପାର ରୁ ଉଭୟ ଆତମହତୟା କରିଛନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ପୋଲିସ ସୂତ୍ର ରୁ ଜଣା ପଡ଼ିଛି ଯେ, ନାବାଳିକା ଜଣକ ଆଜି ସକାଳୁ ଟ୍ୟୁସନ ଯିବା ପାଇଁ ଘରୁ ବାହାରି ଥିଲେ ।

କିନ୍ତୁ ସେ ଟ୍ୟୁସନ ଯାଇ ନଥିଲେ । ବରଂ ସେ ରାହୁଲ ଙ୍କ ଘରକୁ ଯାଇଥିଲେ ଏବଂ ରାହୁଲ ଙ୍କ ଘରେ ରହିବା ପରେ ଉଭୟ ଆତମହତୟା କରିଥିବା ଜଣା ପଡ଼ିଛି । ଏପଟେ ରାହୁଲ ଙ୍କ ଘରେ କେହିବି ନଥିବାରୁ ଘଟଣା ସାମ୍ନା କୁ ଆସି ନଥିଲା । କିନ୍ତୁ ନାବାଳିକା ଙ୍କ ପରିବାର ଲୋକ ଟ୍ୟୁସନ ଯାଇ ଖୋଜାଖୋଜି କରିବା ପରେ ରାହୁଲ ଙ୍କ ଘରକୁ ଆସିଥିଲେ ଏବଂ ସେଠାରେ ଉଭୟ ଆତମହତୟା କରିଛନ୍ତି ବୋଲି ଦେଖିବାକୁ ପାଇଥିଲେ ।

ଆଉ ତୁରନ୍ତ ପୋଲିସ କୁ ସୂଚନା ଦେଇଥିଲେ ସାହି ଲୋକ । ପୋଲିସ ପହଂଚି ତଦନ୍ତ କରିବା ପରେ ଉଭୟ ଙ୍କ ଶବ କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଛି । ସେଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । କିନ୍ତୁ ରାହୁଲ ଙ୍କ ଘରେ କଣ ହୋଇଥିଲା ଏବଂ କେମିତି ସେମାନଙ୍କ ମୃତ୍ୟୁ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି । କିନ୍ତୁ ସେମାନେ ଉଭୟ ପ୍ରେମ ଜନିତ କାରଣରୁ ଏଭଳି ଆତମହତୟା କରିଛନ୍ତି ବୋଲି ବୋଲି ସନ୍ଦେହ କରାଯାଉଛି ।

ତେବେ ବନ୍ଧୁଗଣ ରାୟଗଡା ରେ ଘଟିଥିବା ଏଭଳି ଘଟଣା ସମସ୍ତଙ୍କ ହୃଦୟ ରେ ଚାଂଚଲ୍ୟତା ସୃଷ୍ଟି କରିଛି ଏବଂ ଭୟ ଉତ୍ପନ୍ନ କରିଛି । ତେବେ ପୋଲିସ ର ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଜଣା ପଡ଼ିବ । ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *