ଏମିତି ପ୍ରେମିକା ଭାଗ୍ୟରେ ଥିଲେ ମିଳେ ! ବିବାହ ପୂର୍ବରୁ ହିଁ କଟିଗଲା ପ୍ରେମିକଙ୍କ ଗୋଡ, ଆଉ ତା’ପରେ ପ୍ରେମିକା ଜଣକ ଯାହା କଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ପ୍ରେମ ର ଅର୍ଥ କେହି ବୁଝୁ ନାହାନ୍ତି କେବଳ ଆକର୍ଷଣ ଏବଂ ଶାରୀରିକ ଲୋଭ କୁ ହିଁ ପ୍ରେମ ର ନାମ ଦେଇ ଦେଉଛନ୍ତି । ତେବେ ଯେଉଁଠି ସାମାନ୍ୟ କଥା ପାଇଁ ପ୍ରେମିକ ପ୍ରେମିକା ଅଲଗା ହୋଇଯାଇଛନ୍ତି ଏଭଳି ସମୟରେ ଏମିତି ବି କିଛି ଜଣ ଅଛନ୍ତି ଯିଏ ନିଜର ପ୍ରେମ ପାଇଁ ସବୁ କିଛି ତ୍ୟାଗ କରିଦେଉଛନ୍ତି । ଆଜି ଆମେ ପ୍ରେମର ଏଭଳି ଏକ ନିଆରା କାହାଣୀ କହିବୁ ଯାହା ଶୁଣିଲା ପରେ ଆପଣ ଆଶ୍ଚର୍ୟ୍ଯ ହେବେ ।


ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଥିବା ନିଜ ପ୍ରେମିକକୁ ଛାଡ଼ିଲା ନାହିଁ ପ୍ରେମିକା । ସାତ ବର୍ଷର ପ୍ରେମ ସମ୍ପର୍କ ପରେ ଧରିଲା ପ୍ରେମିକର ହାତ । ତେବେ ଦୀର୍ଘ ସାତ ବର୍ଷ ପୂର୍ବେ ଜଗତସିଂପୁର ର ଏକ ସେଲୁନ ରେ ରହି କାର୍ଯ୍ୟ କରୁଥିଲେ ତାଳଚେର ବଜ୍ରକୋଟ ଗ୍ରାମର ଜିତେନ୍ଦ୍ର ବାରିକ । ସେହିଠାରେ ଥିବାବେଳେ ତାଙ୍କର ଦେଖା ହୋଇଥିଲା ଜଗତସିଂହପୁର ର ସ୍ୱପ୍ନାରାଣି ଙ୍କ ସହ । ଧୀରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ । ସେଠାରେ କିଛି ବର୍ଷ କାମ କରିବା ପରେ ଜିତେନ୍ଦ୍ର ସେ ଜାଗା ଛାଡି ନିଜ ଗାଆଁ ବଜ୍ରକୋଟକୁ ଚାଲି ଆସିଥିଲେ । ଆଉ ଘର ଠାରୁ କିଛି ଦୂର ଦେରିଙ୍ଗ ଜିନ୍ଦଲ ରେ ଶ୍ରମିକ ଭାବରେ କାର୍ଯ୍ୟ କରିଥିଲେ । ତେବେ ହେଲେ ଦିନେ ହଠାତ୍ କାମ ସାରି ଘରକୁ ଫେରିବା ବାଟରେ ଜିତେନ୍ଦ୍ର ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ ଟ୍ରକ୍ ତଳେ ପଡ଼ିଯାଇଥିଲେ ଜିତେନ୍ଦ୍ର ।

ଆଉ ଟ୍ରକ୍ ଟି ତାଙ୍କର ଦୁଇ ଗୋଡ଼ ଉପରେ ଚଢ଼ି ଯାଇଥିଲା । ଭାଗ୍ୟ କୁ ଜିତେନ୍ଦ୍ର ତ ବଂଚିଗଲେ ହେଲେ ସବୁଦିନ ପାଇଁ ସେ ନିଜର ଦୁଇ ଗୋଡ଼ ହରାଇଦେଲେ । କଥାଟା ଶୁଣିବା ମାତ୍ରେ ସିଧା ହସ୍ପିଟାଲ୍ କୁ ଧାଇଁଥିଲେ ପ୍ରେମିକା । ଦେଖିଲେ ସେ ଯାହାକୁ ଭଲ ପାଉଛି ସେ ବଞ୍ଚିଛି । ଆଉ ତା ଠାରୁ ଅଧିକ କିଛି ବି ଯେମିତି ଆବଶ୍ୟକ ନଥିଲା ତାଙ୍କ ପାଇଁ । ଗୋଡ଼ ଦୁଇ ନାହିଁ ଜାଣି ବି ସେ କିଛି ଚିନ୍ତା କରିନଥିଲେ ବରଂ ତାଙ୍କର ଭଲ ପାଇବା ଆହୁରି ବଢିଥିଲା ।

ଏପଟେ ଜିତେନ୍ଦ୍ର ଙ୍କ ଘରେ ଥିଲେ କେବଳ ତାଙ୍କର ବୃଦ୍ଧା ମା । ପୁରା ଏଭଳି ଅବସ୍ଥା ଦେଖି ମନରେ ମନରେ କଣ ଭାବି ସେ ବି ଆରପାରିକୁ ଚାଲିଗଲେ । ଏବେ ଜିତେନ୍ଦ୍ର ଙ୍କ ଦେଖାଶୁଣା କରିବାକୁ ଆଉ କେହି ବି ନଥିଲେ । ମା ଙ୍କ କଥା ଜାଣିବା ପରେ ପ୍ରେମିକା ଜଣକ ଆଉ ନିଜକୁ ସମ୍ଭାଳି ପାରି ନଥିଲେ । ଜିତେନ୍ଦ୍ର ଙ୍କ ଦେଖାଶୁଣା କରିବା ପାଇଁ ସ୍ଵପ୍ନାରାଣି ନିଜ ଘରେ ନିଜ ପ୍ରେମ କଥା କହିଥିଲେ ।


କିନ୍ତୁ ଜିତେନ୍ଦ୍ର ଜଣେ ଦିବ୍ୟାଙ୍ଗ ଜାଣିବା ପରେ ସ୍ଵପ୍ନାରାଣିଙ୍କ ପରିବାର ବାହାଘର ପାଇଁ ମନା କରି ଦେଇଥିଲେ । ହେଲେ ସ୍ଵପ୍ନା ସମସ୍ତଙ୍କ ବିରୁଦ୍ଧରେ ଯାଇ ଜିତେନ୍ଦ୍ର ଙ୍କୁ ବିବାହ କରିଥିଲେ । ଏବେ ସ୍ଵପ୍ନା ନିଜ ସ୍ବାମୀ ଜିତେନ୍ଦ୍ର ଙ୍କୁ ପିଠି ରେ ବୋହି କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ । ଆଉ ଜିତେନ୍ଦ୍ର ନିଜର ନିଃଶ୍ୱାସ ଚାଲିବା ଯାଏଁ ସ୍ତ୍ରୀ ଙ୍କୁ ଖୁସି ଦେବାକୁ ପ୍ରତିଶ୍ରୁତି ବଦ୍ଧ ।

ତେବେ ଏହି କାହାଣୀ ଦେଖିଲେ ବିଶ୍ୱାସ ଆସେ କି ଆଜି ବି ସତ ପ୍ରେମ ଅଛି ଏ ଦୁନିଆରେ । ସତ ରେ ଲୋକମାନେ ନିଜ ଜୀଵନ ସାଥୀ ପାଇଁ ଏତେ ସବୁ କରି ପାରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *