ଆସନ୍ତା କାଲି ବିବାହ ବନ୍ଧନରେ ବାନ୍ଧି ହେବେ Ollywood ର ଫେମସ ଆକ୍ଟର Sabyasachi Mishra ଓ ଆକ୍ଟ୍ରେସ Archita Sahu

ଅସାନ୍ତା କାଲି ବିବାହ କରିବେ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏ ନେଇ ନିଜେ ସୂଚନା ଦେଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ଅଭିନେତା ସବ୍ୟସାଚୀ ନିଜ ଟ୍ବିଟର ହ୍ୟାଣ୍ଡଲ ରେ ଏହି ସୂଚନା ଦେଇଛନ୍ତି । ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବିଷୟରେ ଅନେକ ଚର୍ଚ୍ଚା ଲାଗି ରହିଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଆସନ୍ତା କାଲି ବିବାହ କରିବାକୁ ଯାଉଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ ।

ଆସନ୍ତା କାଲି ରାଜସ୍ଥାନ ର ଦିଲ୍ଲୀ-ଜୟପୁର ରୋଡ ରେ ସ୍ଥିତ Neemrana Fort Palace ରେ ଏହି ବିବାହ ଅନୁଷ୍ଠିତ ହେବ । ସବ୍ୟସାଚୀ ଏଥିପାଇଁ ସମସ୍ତ ଓଡିଶା ବାସୀଙ୍କ ଆଶୀର୍ବାଦ ଓ ଶୁଭକାମନା ମଧ୍ୟ ଆଶା କରିଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ସରିଛି । କିନ୍ତୁ ଏହାର ସୁଚାନା କାହା ପାଖରେ ନଥିଲା । ଏହାକୁ ଗୁପ୍ତ ରଖା ଯାଇଥିଲା ।

ଖବର ଅନୁସାରେ 50-70 ଜଣ ପରିବାର ସଦସ୍ୟ ଓ ସମ୍ପର୍କୀୟ ଙ୍କ ଉପସ୍ଥିତିରେ ଏହି ରିଙ୍ଗ ସେରିମନି ଅନୁଷ୍ଠିତ ହୋଇଥିଲା । ବହୁତ ଦିନ ହେବ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଥିଲା । ତେବେ ଏବେ ସବୁ ଚର୍ଚ୍ଚା ର ଅନ୍ତ ଘଟିଛି ଓ ଆସନ୍ତା କାଲି ରିଅଲ ଲାଇଫ ରେ ଏହି ଦୁଇ କଳାକାର ସତକୁ ସତ ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି ।

ତେବେ ଓଲିଉଡ ର ଆଗ ଧାଡିର ଏହି ଅଭିନେତା ଓ ଅଭିନେତ୍ରୀ ନିଜ ଅଭିନୟ ଜାଦୁରେ ଓଡିଶା ବାସୀଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଉଭୟ ଅନେକ ଫିଲ୍ମ ରେ ଏକାଠି କାମ ମଧ୍ୟ କରିଛନ୍ତି ଓ ରିଲ ଲାଇଫ ରେ ଏହି ଯୋଡି ଙ୍କୁ ସମସ୍ତ ଓଡିଶା ବାସୀ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ବହୁତ ଥର ସାମାଜିକ ସେବା କାର୍ଯ୍ୟରେ ମଧ୍ୟ ଦୁହିଙ୍କୁ ଏକାଠି ଦେଖା ଯାଇଛି ।

ଏମିତି କି ଅନେକ ଫ୍ୟାନ୍ସ ଅଛନ୍ତି ଯେଉଁ ମାନଙ୍କର ପ୍ରଥମ ପସନ୍ଦ ଏହି ଯୋଡି ଅଟନ୍ତି । ଦୁହିଁଙ୍କ ଅଭିନୀତ ଅନେକ ଫିଲ୍ମ ଖୁବ ସଫଳତା ପାଇଛି । ଆସନ୍ତା କାଲି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।

ଏହା ଅବସରରେ ଆମ ୱେବ ପୋର୍ଟାଲ ତରଫରୁ ମଧ୍ୟ ଦୁଇ ଜଣଙ୍କୁ ଢେର ସାରା ଶୁଭେଶ୍ଚା ଓ ଶୁଭ କାମନା । ତେବେ ଆପଣ ମାନଙ୍କୁ ଏହି ଯୋଡି କିପରି ଲାଗନ୍ତି ଆମକୁ କମେନ୍ଟ କରି ଜଣାନ୍ତୁ ଓ ଓଲିଉଡ ର ସମସ୍ତ ଟିକିନିକି ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *