ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ Shraddha Arya, କାହାକୁ କଲେ ସେ ବିବାହ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ଶ୍ରଦ୍ଧା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ରାହୁଲଙ୍କର ଫିଲ୍ମ ସହ କୌଣସି ସମ୍ପର୍କ ନାହିଁ ।   ସେ ଜଣେ ନାଭି ଅଫିସର ବୋଲି ଜଣାପଡ଼ିଛି । ଉଭୟଙ୍କର ଆରେଞ୍ଜ କମ୍‌ ଲଭ୍‌ ମ୍ୟାରେଜ ହୋଇଥିବା ବେଳେ ଫ୍ୟାମିଲି ଜରିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଥିଲା ଓ ଲାଇଫ୍‌ ପାର୍ଟନର ହେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ ।

ରାହୁଲ ସବୁବେଳେ ମିଡିଆଠୁ ଦୂରରେ ରହିବାକୁ ଭଲ ପାଆନ୍ତି । ହେଲେ ଏବେ ପରେ ଉଭୟଙ୍କ ବିବାହ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି । କେଉଁଠି ଶ୍ରଦ୍ଧା ରାହୁଲ ଙ୍କୁ ଦେଖି ରହି ଯାଉଛନ୍ତି ତ କେଉଁଠି ତାଙ୍କ ଗାଲ କୁ ଟାଣୁଛନ୍ତି ତେବେ କେଉଁଠି ଲାଜ କରୁଥିବାର ନଜର ଆସିଲେ ତ କେଉଁଠି ରାହୁଲ ଙ୍କ ହାତକୁ ଧରି ରହିଥିବାର । ପ୍ରଥମେ ଶ୍ରଦ୍ଧାଙ୍କର ମେହେନ୍ଦି ଫଟୋ ଭାଇରାଲ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।

ବିବାହରେ ଶ୍ରଦ୍ଧା ଗୋଲଡେନ-ମେରୁନ କଲରର ଲେହେଙ୍ଗା ପିନ୍ଧିଥିବା ବେଳେ ରାହୁଲ ବି ହ୍ୱାଇଟ୍‌ କଲର ଶେରୱାନୀରେ କୌଣସି ରାଜକୁମାର ଠାରୁ କମ୍‌ ଲାଗୁ ନ ଥିଲେ । ରାହୁଲଙ୍କୁ ବରଣ ମାଳା ପିନ୍ଧାଇବାକୁ ଯାଉଥିବା ବେଳେ ଶ୍ରଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରଦ୍ଧା ରାହୁଲଙ୍କୁ ‘ଆଓ ମୁଝେ ଉଠାଓ’ ବୋଲି ଖୁଲମଖୁଲା କହୁଥିବା ଶୁଣିବାକୁ ମିଳୁଛି ।

ଏହା ଖୁବ୍‌ ଭାଇରାଲ ହେଉଥିବା ବେଳେ ଏହା ପରେ ଶ୍ରଦ୍ଧାଙ୍କୁ ନେବାକୁ ରାହୁଲ ପହଞ୍ଚୁଥିବା ଦେଖିବାକୁ ମିଳୁଛି ଏବଂ ରାହୁଲ ଶ୍ରଦ୍ଧା ଙ୍କୁ ନିଜ ହାତରେ ଉଠେଇ ଫେରା ପାଇଁ ଷ୍ଟେଜ କୁ ନେଇଛନ୍ତି ଏକଦମ ସିନେମା ଷ୍ଟାଇଲ ରେ ତେବେ ଏହା ଦେଖି ସମସ୍ତେ ଖୁସି ମଧ୍ୟ ହୋଇ ଯାଇଥିଲେ । ତେବେ ଶ୍ରଦ୍ଧା ମଧ୍ୟ ଲାଜ ମୁହଁରେ ଆଖି କୁ ତଳକୁ କରି ରାହୁଲ ଙ୍କ ପଛ ରେ ଫେରା ନେଉଛନ୍ତି । ତେବେ ଦୁହେଁ ଖୁବ ଖୁସି ମଧ୍ୟ ନଜର ଆସୁଛନ୍ତି । ତେବେ ଶ୍ରଦ୍ଧା ଙ୍କ ସାଙ୍ଗ ପରିବାର ମଧ୍ୟ ବହୁତ ଖୁସି ଦେଖା ଯାଉଛନ୍ତି ।


ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ଶ୍ରଦ୍ଧା ନିଜ ରିଲେସନ୍‌କୁ ନେଇ ମୁହଁ ଖୋଲୁ ନ ଥିବା ବେଳେ କିଛି ଦିନ ପୂର୍ବେ ସେ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ଲାଗୁଥିଲା କି ଶ୍ରଦ୍ଧା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଉଭୟଙ୍କ ବିବାହର ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ଆସିବା ପରେ ସବୁ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।


ତେବେ ଶ୍ରଦ୍ଧା ନିଜ ବିଦାୟୀ ରେ ମଧ୍ୟ ନିଜ ସାଙ୍ଗ ମାନଙ୍କୁ ମଜାକ ରେ କାନ୍ଦି କାନ୍ଦି ଅଲବିଦା ମୋତେ ମନେ ପକାଉଥିବ ଏବଂ ମୁଁ ଜଲ୍ଦି ଦେଖା ହେବି ଭଳି କଥା କହି ମିଛରେ କାନ୍ଦୁଥିଲେ ।
ତେବେ ଏହି ଖବର ଟି ଆପଣ ଙ୍କୁ କିପରି ଲାଗିଲା ନିଶ୍ଚିତ ନିଜର ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *