ହାରିଲା ଦୁନିଆ ଜିତିଲା ପ୍ରେମ ! ବିବାହ କଲେ ଦୁଇ ଯୁବତୀ, ଝିଅ ଦେଲା ଝିଅ ମଥାରେ ସିନ୍ଦୂର ! ଶୁଣନ୍ତୁ କହୁଛି ଏହି ଝିଅଟି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝିଅ ବାହା ହେଲା ଝିଅକୁ ! ପ୍ରଥମେ ଉଭୟ ଝିଅ ସାଜିଲେ ପ୍ରେମୀ ଯୁଗଳ ଓ ତାପରେ ବନିଗଲେ ସ୍ଵାମୀ ଓ ସ୍ତ୍ରୀ ! ତେବେ ସୂଚନା ମୁତାବିକ ସମଲିଙ୍ଗି ୨ ଯୁବତୀକୁ ମିଳିଲା ପ୍ରେମ ବାହାଘରର ଶୀକୃତି । ମାଲକାନଗିରି ଜିଲ୍ଲାର କୌଶଲ୍ୟା ନାମକ ଏକ ଯୁବତୀ ତେଲେଙ୍ଗାନା ଚିଙ୍ଗୁଡି ଫାକଟ୍ରିକୁ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ ତାଙ୍କର ଦ୍ରୁପଦୀ ଭୂମିୟା ନାମକ ଏକ ଯୁବତୀ ସହ ସାକ୍ଷାତ ହୋଇଥିଲା ।

ତେବେ ଉଭୟ ଗୋଟିଏ କମ୍ପାନୀରେ ମିଶି କାମ କରୁଥିଲେ । ପ୍ରଥମେ ପ୍ରଥମେ ଉଭୟ ଦ୍ରୁପଦୀ ଓ କୌଶଲ୍ୟା ଉଭୟ ଉଭୟଙ୍କର ଭଲ ସାଙ୍ଗ ଥିଲେ । ତାପରେ ଏହି ବନ୍ଧୁତାର ସମ୍ପର୍କ କେତେ ଯେ ପ୍ରେମ ସମ୍ପର୍କରେ ପରିଣତ ହୋଇଗଲା ଉଭୟ ଯୁବତୀ ଜାଣି ମଧ୍ୟ ପାରିନଥିଲେ । ଦ୍ରୁପଦୀଙ୍କୁ କୌଶଲ୍ୟା ସହ ଦେଖି ଘର ପରିବାର ଲୋକେ ପୁଅ ସହିତ ମିଳାମିଶା କରୁଛି ବୋଲି ଭାବିଥିଲେ । ତାପରେ ଜାଣିବାକୁ ପାଇଥିଲେ ଯେ କୌଶଲ୍ୟା ଜଣେ ପୁଅ ନୁହେଁ ବଂର ଗୋଟିଏ ଝିଅ ।

ତାପରେ ଦ୍ରୁପଦୀଙ୍କ ଘର ଲୋକେ ସମଲିଙ୍ଗୀ ଅର୍ଥାତ ଝିଅ ସହ ଝିଅର ବାହାଘରକୁ ସୀକୃତି ଦେଇନଥିଲେ । ହେଲେ ପ୍ରେମର ଶକ୍ତି ଆଗରେ ସବୁ କିଛି ଦରକାର ପଡିଲେ ଫିକା ପଡିଯାଇଥାଏ । ତାପରେ କୌଶଲ୍ୟା ଦ୍ରୁପଦୀଙ୍କୁ ଆଣି ନିଜ ଘରେ ରଖିଲେ । କୌଶଲ୍ୟାଙ୍କ ଘରେ ମଧ୍ୟ ପ୍ରଥମେ ଏହି ସମ୍ପର୍କକୁ ପସନ୍ଦ କରୁଣାଥିଲେ । ହେଲେ ଉଭୟଙ୍କ ଭଲ ପାଇବା ଦେଖି କୌଶଲ୍ୟାଙ୍କ ଘର ପରିବାରର ମଧ୍ୟ ମନ ପରିବର୍ତ୍ତନ ହୋଇଥିଲା ।

ତେବେ କୌଶଲ୍ୟାଙ୍କ ବାପାଙ୍କ କହିବା ଅନୁଯାଇ ମୁଁ ମୋର ଝିଅ ସହ ଆଉ ଗୋଟିଏ ଝିଅକୁ ମଧ୍ୟ ନିଜ ଘରେ ରଖିବୀ । ତାପରେ କୌଶଲ୍ୟା ଦ୍ରୁପଦୀଙ୍କୁ ବାହା ହୋଇ ତାଙ୍କ ଘରେ ଆଣି ରଖିଛନ୍ତି । ଉଭୟଙ୍କ ଦାଂପତ୍ଯ ଜୀବନ ମଧ୍ୟ ବହୁତ ଭଲରେ ବିତୁଛି । ତେବେ ପ୍ରେମ ସତ୍ୟ, ଶାଶ୍ଵତ ଓ ଚିରନ୍ତନ ।

ପ୍ରେମ କେଉଁ ବର୍ଗର ତଥା କାହାକୁ ମଧ୍ୟ କେତେ ବି ହୋଇଯାଇପାରେ । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ଦ୍ରୁପଦୀଙ୍କ ଘର ଲୋକେ ଦ୍ରୁପଦୀ ଓ କୌଶଲ୍ୟାଙ୍କ ସମ୍ପର୍କକୁ ପସନ୍ଦ କରୁ ନାହାନ୍ତି କି ଏହାକୁ ସୀକୃତି ମଧ୍ୟ ଦେଉ ନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *