ଅନ୍ଧାର ରାତିରେ ଭୂତ ମାରୁଛି ଟ୍ୟୁୱେଲ, ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଶୁନଶାନ ଅନ୍ଧାର ରାତି । ଗଛ ପତ୍ର ସବୁ କିଛି ଶାନ୍ତ । ଗଛପତ୍ର ଗହଳି ଭିତରେ ପଛକୁ ପଛ ମାଡ଼ି ଯାଇଚି କିଟିକିଟି ଅନ୍ଧାର । ଏକ ଭୌତିକ ପରିବେଶକୁ ଅଧିକ ଭୟଙ୍କର କରିଦେଉଛି, ଟିଉବୱେଲ୍ ମରା ଯିବାର ଶବ୍ଦ । ନଡ଼ିଆ ଗଛ ମୂଳରେ ଅଛି ଏକ ଟ୍ୟୁବ୍‌ୱେଲ୍‌ । ଖୁବ୍ ପୁରୁଣା ପରି ଲାଗୁଛି ଟ୍ୟୁବ୍‌ୱେଲ୍‌ଟି । କାରଣ ଏହା ବିକଟାଳ ଶବ୍ଦ କରୁଛି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହାର ହ୍ୟାଣ୍ଡଲଟି ଆପେ ଆପରେ ହାବିସ୍ ହେଉଛି ।

ତେବେ ଏହି ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ସତରେ ଭୟ ଲାଗିବ । ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭୁତ ଭିଡିଓ କହି ଅନେକ ଲୋକ ଏହାକୁ ସେୟାର କରିଛନ୍ତି । ଯଦିଓ ଆମେ ସମସ୍ତେ ଜାଣୁ, ଭୁତ ପ୍ରେତ ଲୋକଙ୍କ ବିଶ୍ୱାସରେ ଅଛି ସିନା, ଏହାକୁ କିନ୍ତୁ ବିଜ୍ଞାନ ସ୍ୱୀକାର କରିନାହିଁ । ସେଥିପାଇଁ ଅନେକ ଲୋକ ଏହି ଭିଡିଓଟିକୁ ଫେକ୍ ବୋଲି କମେଣ୍ଟ ଦେଇଛନ୍ତି । ଦର୍ଶକବନ୍ଧୁ ଭୂତପ୍ରେତ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ପଶିଯାଏ ।

ଭୟ ଆସିବା ମଧ୍ୟ ସ୍ୱାଭାବିକ ମଧ୍ୟ । ଏମିତି ଦୃଶ୍ୟ ଦେଖିଲେ କିଏ ବା ନ ଡରିବ । ତେବେ ଆଜିର ସମୟରେ ଏ ଭୂତ ପ୍ରେତକୁ ଅନ୍ଧବିଶ୍ୱାସ ଭାବେ ଅଭିହିତ କରନ୍ତି ହେତୁବାଦୀ । ବାସ୍ତବରେ ଭୁତପ୍ରେତ ହେଉଛି ମନର ଏକ ଭ୍ରମ । ଏଭଳି ଭିଡିଓ ଆମକୁ ମନ ଭିତରୁ ଦୁର୍ବଳ ଓ ଭୟାଳୁ କରି ଦେଇଥାଏ । ଭିଡିଓରେ ଟିୟୁବୱେଲଟି ଆପେ ଆପେ ହାବିସ୍‌ ହେଉଛି । କିନ୍ତୁ ପାଣି ବାହାରୁନି ।

ପାଣି ବାହାରିବା ଜାଗାରେ ଗୋଟେ ଛୋଟ ବଲ୍ ଜଳୁଛି । ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ତଳେ କିଛି ଲୋକ ଏ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । କେହି କେହି କହିଛନ୍ତି ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଏପରି ଭିଡିଓକୁ ଇଫେକ୍ଟ ଦେଇ ସୃଷ୍ଟି କରାଯାଉଛି । ପୁଣି କିଏ ଲେଖିଛନ୍ତି, ଲୁହାକୁ ଭୂତପ୍ରେତ ଡରନ୍ତି, ଏହାକୁ ସ୍ପର୍ଶ କରନ୍ତି ନାହିଁ । ତେଣୁ ଏଠି ଭୁତଟି ଅଦୃଶ୍ୟ ହୋଇ ହ୍ୟାଣ୍ଡଲ ହାବିସ୍ କରୁଛି କେମିତି ।

ତେବେ ବର୍ତ୍ତମାନ ସମୟରେ ଯେଉଁଠି ପୁରୁଣା ବିଶ୍ୱାସ ଓ ବିାଜ୍ଞାନ, ଏକସଙ୍ଗେ ଅବସ୍ଥାନ କରୁଛନ୍ତି । ଆମ ଭିତରୁ ଅଧା ଲୋକ ଭୁତପ୍ରେତକୁ ସତ ବୋଲି କହୁଥିବା ବେଳେ, ଆଉ କିଏ ଏହାକୁ ଅନ୍ଧବିଶ୍ୱାସ କହି ସଂପୂର୍ଣ୍ଣ ଟାଳି ଦେଉଛନ୍ତି । ତେବେ ବିଶ୍ୱାସ କରିବାରେ ସମସ୍ୟା ନାହିଁ କିନ୍ତୁ ଏହି ବିଶ୍ୱାସ ଟିକକ ଅନ୍ଧବିଶ୍ୱାସ ନହେଉ । ତେବେ  ଭୁତପ୍ରେତରେ ସମସ୍ତେ ବିଶ୍ୱାସ କରନ୍ତି ନା ନାହିଁ? ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *