ନିଜ ଲେକ୍ଚରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ Biju Patnaik କଲେଜ ର ଜଣେ ଛାତ୍ରୀ, ସେ ଯାହା ସବୁ କହିଲେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ଭୁବନେଶ୍ଵର ବିଜୁ ପଟ୍ଟନାୟକ କଲେଜ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜୀରେ ଆଜି ଛାତ୍ର ଛାତ୍ରୀମାନଙ୍କର ହଙ୍ଗାମା ଦେଖିବାକୁ ମିଳିଛି । ଗଣମାଧ୍ୟମ ଯେତେବେଳେ ଏହାର କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରିଲେ ତେବେ ଜଣେ ଛାତ୍ରୀ କହିଲେ କି ଆମ କଲେଜରେ କୌଣସି ବି ପ୍ରକାରର ବ୍ୟବସ୍ଥା କିମ୍ବା ସୁବିଧା ନାହିଁ । ଆମେ ସମସ୍ତେ ଟଙ୍କା ଦେଉଛୁ କିନ୍ତୁ ସେହି ଟଙ୍କାର କାମ ଦେଖିବାକୁ ମିଳୁ ନାହିଁ । ଆମେ ଡିସେମ୍ବର ମାସରେ ଅଭିଯୋଗ ବି କରିଥିଲୁ ଓ ପ୍ରିନ୍ସପାଲ ଆମକୁ କହିଲେ କି ଆମେ ଜାନୁଆରୀ ମାସରେ ବୁଝିବୁ ।

ସେହି ସମୟ ପର୍ଯ୍ୟନ୍ତ ଆମେ ଚୁପ ରହିଲୁ । ଆମେ ସେମାନଙ୍କ କଥା ଶୁଣି ଚୁପ ରହିଲୁ । କିନ୍ତୁ ଏହା ମଧ୍ୟରେ ଆମକୁ ଯେଉଁ ପିଲାମାନେ ସପୋର୍ଟ କରି ଯାଇ ଥିଲେ ସେମାନଙ୍କୁ କ୍ଳାସରେ ଛିଡା କରି ତାଙ୍କୁ ପଚାରୁଛନ୍ତି କି ତମେ କାଉନ୍ସିଲିଙ୍ଗ ଛୁଆ, ତୁମର ଓକାତ ଅଛି ଏହି କଲେଜରେ ପାଠ ପଢିବା ପାଇଁ । ପାଠ ଶାଠ ର ନାଁ ଗନ୍ଧ ନାହିଁ । ଆମେ ତମ ପାଇଁ ଷ୍ଟାଡିୟମ କରିଦବୁ ତମେ ସେଠି ଫୁଟବଲ ଖେଳିବ । ଛାତ୍ରୀ ଜଣକ କହିଲେ କି କଲେଜରେ ସ୍ପୋର୍ଟ୍ସ ନାହିଁ ଓ ଆଉ ତମେ ଓକାତ କଥା କହୁଛୁ ।

ଛାତ୍ରୀ ଜଣକ ଆଗକୁ କହିଲେ କି economics ର ଶୁଭେନ୍ଦୁ ସାର ଆଇଡେଣ୍ଟି କାର୍ଡର ଡିପାର୍ଟମେଣ୍ଟରେ ନାହାନ୍ତି ତଥାପି ଗୋଟିଏ ଝିଅର ଆଇଡେଣ୍ଟି କାର୍ଡରେ ଫୋନ ନମ୍ବର ଭୁଲ ଥିଲା, ସେ ତାର ଆଇଡେଣ୍ଟି କାର୍ଡକୁ ଧରି କହୁଛନ୍ତି କି ତୁ ଆଗରୁ କେତେ ଭଲ ଦେଖା ଯାଉ ଥିଲୁ । ଏବେ ଝଡି ଗଲୁଣି । ଅଣ୍ଡା କଦଳୀ ଖାଉନୁ । ପ୍ରୋଟିନ ପିଉନୁ ।

ଛାତ୍ରୀ ଜଣକ ଆଗକୁ କହିଲେ କି କଲେଜର ନବୀନ ସାର ଯିଏକି ସାଇନ୍ସ ପଢାନ୍ତି ସେ ପିଲାମାନଙ୍କୁ କ୍ଳାସରେ ଛିଡା କରି କହୁଛନ୍ତି କି ତମେ କାଉନ୍ସିଲିଙ୍ଗ ଛୁଆ ତମେମାନେ କାହିଁକି ଏହି ସବୁରେ ମୁଣ୍ଡ ଖେଳୁଛ । ନବୀନ ସାର କ୍ଳାସରେ ଝିଅମାନଙ୍କୁ ଛିଡା କରି ଖରାପ ବ୍ୟବହାର କରୁଛନ୍ତି । ଛାତ୍ରୀ ଜଣକ କହିଲେ କି ଦିନେ ମୁଁ ଏନସିସି ପାଇଁ ଏପ୍ଲାଇ କରିବାକୁ ଯାଇ ଥିଲି । ସେମାନେ ମୋତେ ପଚାରିଲେ କି ତୁମେ କଉ କଲେଜର । ମୁଁ କହିଲି ମୁଁ ବିଜୁ ପଟ୍ଟନାୟକ କଲେଜର ।

ତା ପରେ ମୁଁ ପଚାରିଲି କି ଆମ କଲେଜର କଣ ଏହି ସବୁ ସୁବିଧା ନାହିଁ । ସେମାନେ କହିଲେ କି ତମେ କଲେଜରେ ଏହି ସବୁ ସୁବିଧା ଅଛି । ତମ କଲେଜର GST ବି ଯାଉଛି । କିନ୍ତୁ କଲେଜ ଆମକୁ ଗୋଟିଏ କାଗଜରେ ଏକ୍ସଟ୍ରା ଫୀ ଲେଖି ଦେଇ ଦେଉଛନ୍ତି ଓ କହୁଛନ୍ତି କି ଟଙ୍କା ଭରି ଦିଏ । ଆମର ଜାଣିବାର ହକ ଅଛି କି ଆମର ଟଙ୍କା କେଉଁ ସବୁ କାମରେ ଲାଗୁଛି ।

Leave a Reply

Your email address will not be published. Required fields are marked *