‘କାଚ୍ଚା ବାଦାମ’ ଫେମ Bhuban Badyakar ଙ୍କ ଲାଇଫ ଷ୍ଟାଇଲ, ପରିବାର ଓ ଘର, ଦେଖନ୍ତୁ ମାସକୁ କେତେ କରନ୍ତି ସେ ରୋଜଗାର ! ଆଗରୁ କେବେ ବି ଦେଖି ନଥିବେ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ କାଚା ବାଦମ ଗୀତଟି ସୋସିଆଲ ମିଡ଼ିଆ ସେନ୍ସେସନ୍ ପାଲଟି ଯାଇଛି ଏମିତିକି କାଚା ବାଦମ୍ ଗୀତାର ରିଲ୍ ସର୍ଟସ ଭାଇରାଲ୍ ହେବାରେ ଲାଗିଛି ୟୁଟ୍ୟୁବରେ ଏହି ଗୀତକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖୁଛନ୍ତି ଦର୍ଶକ କେବଳ ଆମ ଦେଶରେ ନୁହଁନ୍ତି ବିଦେଶରେ ମଧ୍ୟ କାଚା ବାଦମ୍ ଗୀତରେ ରିଲ୍ ବନାଉଛନ୍ତି ତେବେ ଏହି ଗୀତ ପଛର କାହାଣୀ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଆଜି ଆମେ ତାଙ୍କ ପରିବାର ଘର ଆଦି ବିଷୟରେ ଆଲୋଚନା କରି ନେବା ।

ତେବେ କାଚା ବାଦମ୍ ଅର୍ଥ କଞ୍ଚା ବାଦାମ ପଶ୍ଚିମବଙ୍ଗର ବାଦାମ ବିକାଳୀ ଭୁବନ ବାଦ୍ୟକର ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ଗାଁ ଗାଁ ବୁଲି କାଚା ବାଦମ୍ ଗୀତ ଗାଇଥାନ୍ତି । ବିରଭୂମୀ ଜିଲ୍ଲା ଦୁବରାଜ ପୁର ଅଞ୍ଚଳର ଭୁବନ ନିଜ ପରିବାରର ସ୍ତ୍ରୀ ଦୁଇ ପୁଅ ଓ ଜଣେ ଝିଅ ସହ କୁରାଲଜୁରି ଗାଁରେ ରହୁଛନ୍ତି ସକାଳ ହେଲେ ପରିବାର ଚଳାଇବା ପାଇଁ ସାଇକେଲରେ ବାଦାମ ବିକିବାକୁ ଦୂର ଗାଁକୁ ଯାଇଥାନ୍ତି ଭୁବନ ଦିନକୁ ୩-୪ କିଲୋ ବାଦାମ ବିକ୍ରି କରି ସେ ୨୦୦ ରୁ ୨୫୦ ଟଙ୍କା ଆୟ କରନ୍ତି ।

ତେବେ ଗ୍ରାହକଙ୍କୁ କାଚା ବାଦମ୍ ପ୍ରତି ଆକର୍ଷିତ କରିବା ପାଇଁ ଭୁବନ ଏହି ଗୀତ ନିତି ଗାଇଥାନ୍ତି ହେଲେ ଦିନେ ଭୁବନ ଏହି ଗୀତ ଗାଇ ବାଦାମ ବିକ୍ରି କରୁଥିବା ସମୟରେ ଜଣେ ଯୁବକ ଆସି ତାଙ୍କର ଭିଡିଓ କରିଦେଲେ ଏହାର କିଛି ଘଣ୍ଟା ମଧ୍ୟରେ ଭିଡିଓଟି ଭାଇରାଲ୍ ହେବାରେ ଲାଗିଲା ଆଉ ସେହି ଗୀତଟି ଆଜି ଦେଶ ବିଦେଶରେ ବେଶ୍ ଲୋକପ୍ରିୟ ହୋଇ ପାରିଛି ଏମିତି କି ଭୁବନଙ୍କ କାଚା ବାଦମ୍ ଗୀତକୁ ନେଇ ରିମିକ୍ସ ଗୀତ ମଧ୍ୟ ତିଆରି ହୋଇଛି ଯେଉଁଥିରେ ଭୁବନଙ୍କୁ ଗାଇବା ସହ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳିଛି ।

ତେବେ ଏହାକୁ ଗୋଧୂଳି ବେଲେ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଡିସେମ୍ବର ୨୬ ତାରିଖରେ ଅପ୍ଲୋଡ୍ କରାଯାଇଛି ଯାହାକୁ ଆଜି ପର୍ଯ୍ୟନ୍ତ ୪ କୋଟି ୩୦ ଲକ୍ଷରୁ ଅଧିକ ଦେଖି ସାରିଲେଣି ଏହା ବ୍ୟତୀତ ଭୁବନଙ୍କ ଗୀତର ରିଲ୍ ଗୁଡ଼ିକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି । କାଚା ବାଦମ୍ ନୃତ୍ୟ ଚ୍ୟାଲେଞ୍ଜ ମଧ୍ୟ ଆରମ୍ଭ ହୋଇ ଯାଇଛି ଲୋକମାନେ ଏହି ଗୀତରେ ବିଭିନ୍ନ ପ୍ରକାର ଡାନ୍ସ ଷ୍ଟେପ୍ କରୁଛନ୍ତି କିଛି ଲୋକ ଭୁବନଙ୍କ ପାଖକୁ ଯାଇ ମଧ୍ୟ ଭିଡିଓ ବନାଉଛନ୍ତି ।

ତେବେ କିନ୍ତୁ ଭୁବନଙ୍କ ସ୍ୱର ସାରା ଦୁନିଆରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଆର୍ଥିକ ସ୍ଥିତି କିଛିବି ସୁଧୁରି ନାହିଁ ସେ ଚାହୁଁଛନ୍ତି ତାଙ୍କ ଗୀତ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚୁ ଏବେ ସରକାର ମୋ ପରିବାର ପାଇଁ କିଛି କରନ୍ତୁ ବୋଲି କହିଛନ୍ତି ଭୁବନ, ସ୍ତ୍ରୀ ଓ ପିଲାମାନଙ୍କୁ ଭଲ ଖାଇବା ଓ ଭଲ ପୋଷାକ ଦେବାକୁ ସେ ଚାହାଁନ୍ତି ବୋଲି ଭୁବନ କୁହନ୍ତି ଗାଉଁଲି ବାଦାମ ବିକାଳୀ ଭୁବନ ଆଜିବି ଗାଁ ଗାଁ ବୁଲି ସେମିତି ଗୀତ ଗାଇବା ସହ ବାଦାମ ବିକ୍ରି କରୁଛନ୍ତି ।


ତେବେ ତାଙ୍କ ର ଘର ମାଟିରେ ତିଆରି ହୋଇଛି ଯାହା କୁ ସେମାନେ ପ୍ରତିବର୍ଷ ନିଜ ହାତରେ ହିଁ ତିଆରି କରିଥାନ୍ତି । ତେବେ ଭୁବନ ଙ୍କ ପାଖରେ ଗୋଟିଏ ବାଇ ସାଇକେଲ ଅଛି ଯାହାକୁ ସେ ଧରି ଗାଁ ଗାଁ ବୁଲି ବାଦାମ ବିକନ୍ତି ଯାହାର ଦାମ ୫୦୦୦ ଟଙ୍କା ତେବେ ସେ ଏହାକୁ ବହୁତ କଷ୍ଟ ରେ କିଣିଥିଲେ । ତେବେ ଭୁବନ ଙ୍କ ନେଟୱାର୍ଥ ବିଷୟରେ କହିଲେ ସେ ବର୍ଷ କୁ ୫୦ ରୁ ୬୦ ହଜାର କମେଇ ଦେଇଥାନ୍ତି ।


ଖାଲି ଭୁବନ ନୁହଁନ୍ତି ସୋସିଆଲ ମିଡ଼ିଆ ଏମିତି ଅନେକଙ୍କ ଜୀବନ ପରିବର୍ତ୍ତନ କରି ଦେଇଛି ଗୀତ ଗାଇ ରାତାରାତି ଷ୍ଟାର ହୋଇଯାଇଛନ୍ତି ଅନେକ ବିଗତ ଦିନରେ ରାନୁ ମଣ୍ଡଳ ଏକ ପ୍ୟାରକା ନଗମା ହେ ଗୀତ ଗାଇ ଫେମସ୍ ହୋଇ ଯାଇଛନ୍ତି ଏବଂ ଆଜି ଭୁବନ ବ ବାଦ୍ୟକରଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଆଜିକାଲି ସୋସିଆଲ ମିଡ଼ିଆରେ କେବଳ ତାଙ୍କରି ଗୀତ ବାଜୁଛି ସେ ଜଣେ ଗୀତ ପ୍ରିୟ ମଣିଷ ଯେଉଁ ଗୀତ ଏବେ ସୋସିଆଲ ମିଡିଆରେ ବାଜୁଛି । ତେବେ ଆପଣ ଙ୍କୁ ଭୁବନ ଙ୍କ ବିଷୟରେ ଆଲୋଚନା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *