ବାହାଘର ହେଲା କାଳ ! ଭୋଜି ଖାଇ ଘରକୁ ଫେରୁଥିଲେ, କୂଅରେ ପଡି ଚାଲିଗଲା 4 ଜୀବନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାହାଘର ଭୋଜି ହେଲା କାଳ କୂଅରେ ପଡିଛନ୍ତି ସ୍ଵାମୀ ସ୍ତ୍ରୀ ଏବଂ ଶଳା । ସଂପୂର୍ଣ୍ଣ ଭାବରେ ସଜବାଜ ହୋଇ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ଯେତେବେଳେ ଘରକୁ ଫେରୁଥିଲେ ସେତେବେଳେ ବାଟରେ ଜଗି ବସିଥିଲା ମୃ-ତ୍ୟୁ । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ପରିତକ୍ତ୍ୟ କୂପରେ ଗଳି ପଡିଥିଲା କାର । ଯେଉଁଥିରେ ସଂପୂର୍ଣ୍ଣ ପରିବାରର ମୃ-ତ୍ୟୁ ହୋଇ ଯାଇଛି ।

ମୃତକ ହେଉଛନ୍ତି ନବରଂଗପୁର ରାଇଘରର ସପନ ସରକାର, ପତ୍ନୀ ଇତିଶ୍ରୀ ସରକାର, ଶଳା ବିଶ୍ଵଜିତ ଏବଂ ପଡୋଶୀ ଯାହାରୀ ଢାଲି । ଖବର ଅନୁଯାୟୀ ଗତ ଶନିବାର ଦିନ ଛତିଶଗଡ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡା ଗ୍ରାମ କୁ ଫେରୁଥିଲେ । ବିଶ୍ଵଜିତ ଙ୍କ ଘର କୋଣ୍ଡା ଗ୍ରାମରେ ହୋଇଥିବାରୁ ରାତିରେ ସେଠାରେ ରହିବେ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ ।

ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କର ଫୋନ ଆଉ ଲାଗି ନଥିଲା । ଏହାପରେ ଅପହରଣ ସନ୍ଦେହ କରି ପରିବାର ପକ୍ଷରୁ କାଙ୍କେର କାଟୁଆଲି ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ ପରେ ଜଣା ପଡିଥିଲା କି ଏହା ଅପହରଣ ନୁହେଁ ଏହା ହେଉଛି ଏକ ଭୟଙ୍କର ଦୁର୍ଘଟଣା । ଶିତୁଆ ରାତିରେ ଯେତେବେଳେ କୋଣ୍ଡା ଗ୍ରାମ କୁ ଫେରୁଥିଲେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ହୋଇଥାଇପାରେ ।

ଆଖି ଲାଗିଯାଇ ଥାଇପାରେ କି ଅନ୍ୟ କିଛି ହୋଇପାରେ । ଯାହା ଫଳରେ କାରଟି ସିଧା ଆସି ରାସ୍ତା କଡରେ ଥିବା ପରିତକ୍ତ୍ୟ କୂଅରେ ଗଳି ପଡିଥିବ । ଯେଉଁଥିରୁ ମୁକୁଳି ନପାରି ସମସ୍ତଙ୍କର ଶ୍ଵାସ ରୁଦ୍ଧ ହୋଇ ମୃ-ତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିତକ୍ତ୍ୟ କୂଅ ଭିତରୁ କାର କୁ ବାହାର କରିବା ପାଇଁ ଉଦ୍ୟମ ଚଳାଇ ଥିଲେ । ଅଗ୍ନିସମବାହିନୀ ଘଟଣା ସ୍ଥଳରେ ଉପସ୍ଥିତ ରହି ପୋଲିସ କୁ ସହଯୋଗ କରୁଛି ।

ଏହି ଦୁର୍ଘଟଣାରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସେମାନଙ୍କ ଘରେ ଶୋକର ଛାୟା ଖେଳିଯାଇଥିବାର ପରିଲକ୍ଷିତ ହୋଇଛି । ଦଇବ ଦୁର୍ଘଟଣା ଯେ କେତେ ମାତ୍ରାରେ ଭୟଙ୍କର ତାହା ସମସ୍ତଙ୍କୁ ମର୍ମାହତ କରିଦେଇଛି । ଗ୍ରାମବାସୀ ମଧ୍ୟ ଏହି ଦୁର୍ଘଟଣା କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । କାରଣ ଆକାରଣରେ ଅନେକ ଜୀବନ ଚାଲିଗଲା । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *