ଭୋ-ଭୋ ହୋଇ କାନ୍ଦି ପକେଇଲେ ନନ୍ଦିନୀ, ନିଜ ସ୍ବାମୀଙ୍କ ବିଷୟରେ ଯାହା ସବୁ କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଶୁଣନ୍ତୁ ଏହି ଅଡିଓ

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱର ଭରତପୁରରେ ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣାରେ ନୂଆ ଟ୍ଵିଷ୍ଟ । ଭୋ ଭୋ ହୋଇ କାନ୍ଦି ପକାଇଲେ ନବବଧୂ । ପୁଅ ଘର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ନବବଧୂ । ଯାହା ଅଭିଯୋଗ ଆଣୁଛନ୍ତି ତାର ପ୍ରମାଣ ଦିଅନ୍ତୁ ବୋଲି ନବବଧୂ କହିଛନ୍ତି । ଯୌତୁକ ଆଣିବାକୁ ବାରମ୍ବାର କହୁଥିବା ବେଳେ, ମୋତେ ମାରିଦେବେ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ନବବଧୂ ।

କୌଣସି ସୁନା ଗହଣା ଓ ଟଙ୍କା ସେ ନେଇ ନଥିବା କହିଛନ୍ତି । ତେବେ ଯଦି ଆଣିଛି ତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି । ମୋତେ ସମାଜରେ ବଦ୍‌ନାମ କରାଯାଉଛି । ଆଇନ୍‌ର ଆଶ୍ରୟ ନେବି । ମୋତେ ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତି । ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଭିଡିଓ କଲ୍‌ କରିନି ବୋଲି ନବବଧୂ କହିଛନ୍ତି । ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି ।

ତେବେ ସୂଚନାଯୋଗ୍ୟ ଯେ ସ୍ୱାମୀ ବଳରାମ ସାହୁ କହିଥିଲେ, “ବିବାହ ପରେ ରାତିରେ ମୋ ସ୍ତ୍ରୀ ନ୍ୟୁଉଡ଼ କଲରେ ବ୍ୟସ୍ତ ଥିଲେ । ନିଜ ଭିଣୋଇ ସହ ସେ ଉଲ-ଗଗ୍ନ ହୋଇ ଭିଡ଼ିଓ କଲରେ କଥା ହେଉଥିଲେ । ମୁଁ ପଚାରିବାରୁ ସେ ଏପରି ଭୁଲ ଆଉ ନକରିବାକୁ କହିଥିଲେ ।   ତା ପରଦିନ ମନ୍ଦିର ଯିବା ବାହାନାରେ ଘରୁ ସୁନା ମୁଦି, ଚେନ ଓ ପ୍ରାୟ ଦେଢ଼ଲକ୍ଷ ଟଙ୍କା ନେଇ ଛୁ ମାରିଥିଲେ । ଗଲା ବେଳେ କିଛି ଲୋକ ମୋତେ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ।

ତେବେ ଭରତପୁର ପ୍ଲଟ ନମ୍ବର ୧୧୨୩ରେ ରହୁଥିବା ପଦ୍ମ ଚରଣ ସାହୁ, ଗତ ୧୫ତାରିଖରେ ନବ ବିବାହିତା ବହୁ ଫେରାର ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ମନ୍ଦିର ଯିବା ବାହାନାରେ ପୁଅ ସହ ବାହାରକୁ ଯିବାପରେ ପରିବାର ଲୋକଙ୍କ ଜରିଆରେ ପୁଅକୁ ମାଡ଼ ମାରି ଘରୁ ସୁନା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଥିବା ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି “ଏ ସଂକ୍ରାନ୍ତୀୟ ଏକ ମାମଲା ଭରତପୁର ଥାନାରେ ରୁଜୁ ହୋଇଛି । ଉଭୟ ପକ୍ଷ ଲୋକଙ୍କୁ ପଚରାଉଚରା କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସି ପାରିବ” । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *