ଭାଙ୍ଗିଦେଲେ ଶ୍ରୀ ମନ୍ଦିରର 40 ରୁ ଅଧିକ ରୋଷେଇ ଚୁଲା, ଦେଖନ୍ତୁ କିଏ ଓ କାହିଁକି ଭାଙ୍ଗିଲେ ଚୁଲା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଶ୍ରୀ ମନ୍ଦିରର ରୋଷଘରେ ଭଙ୍ଗାରୁଜା ହୋଇଅଛି । ଶ୍ରୀ ମନ୍ଦିରର ରୋଷ ଘରେ ୪୦ ରୁ ଉର୍ଦ୍ଧ ଚୂଲା ଭଙ୍ଗା ହୋଇଥିବାର ଖବର ଆସିଛି । ମାତ୍ର କିଏ ଏବଂ କାହିଁକି ଏପରି କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହା ନିଶ୍ଚିତ ଏକ ବଡ ଦୁଃଖଦପୂର୍ଣ୍ଣ ଘଟଣା ଅଟେ ଯେ ଯେଉଁ ରୋଷଘରେ ମହାପ୍ରଭୁ ଙ୍କ ନିମନ୍ତେ ମହାପ୍ରସାଦ ରନ୍ଧନ କରାଯାଇଥାଏ, ଅଭଡା ରନ୍ଧନ କରାଯାଇଥାଏ, ଅର୍ଣ୍ଣ, ଡାଲମା, ଡାଲି, ବିଭିନ୍ନ ପ୍ରକାରର ବେସର, ମହୁର ଏହିସବୁ ଗୁଡିକ ରନ୍ଧନ କରାଯାଇଥାଏ ।

ସେହି ରୋଷଘର ର ଚୂଲା କୁ ଭାଙ୍ଗି ଦିଆଯାଇଅଛି । ତାହା ବିଳମ୍ବିତ ରାତ୍ରି ରେ ଭାଙ୍ଗି ଦିଆଯାଇଅଛି । କାରଣ ବଡଶିଂଗାର ବେସ ବଡଶିଂଗାର ଭୋଗ ପରେ ହିଁ ଏହାପରେ ସମସ୍ତଙ୍କୁ ବାହାର କରିଦିଆଯାଇଥାଏ । ତେଣୁ ଏହା କିଭଳି ଭାବରେ ଭାଙ୍ଗିଦିଆଯାଇଅଛି ବୋଲି ଅଭିଯୋଗ ଆସିଅଛି । ମାତ୍ର ଏହି ସବୁ ଘଟଣା କୁ ନଜରରେ ରଖି ଆମ୍ଭେ ନିଶ୍ଚିତ ଭାବରେ କହି ପାରିବା ଯେ ସୁରକ୍ଷା ଉପରେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରୋଷଘର ଚୂଲା କୁ ଭାଙ୍ଗିଦିଆଯିବା ଏହା ଅତ୍ୟନ୍ତ ଦୁଖଃଦ ପୂର୍ଣ୍ଣ ଘଟଣା ଅଟେ । ମନ୍ଦିରର ସେବାୟତ ଏହି ବାବଦରେ କହିଛନ୍ତି ଯେ ମୁଁ ଏହି ବିଷୟରେ କିଛି ଜାଣି ନାହିଁ । ମୁଁ ଦେଖିନାହିଁ କି ଜାଣିନାହିଁ, ଚୂଲା କୁ ନୂତନ ନିର୍ମାଣ କରିବା ନିମନ୍ତେ ଭାଙ୍ଗି ଦିଆଯାଇଥିବ କି କ’ଣ ହୋଇଥିବ ଏହା ସମ୍ବନ୍ଧରେ ମୁଁ ଆଦୌ କିଛି କହିପାରିବି ନାହିଁ କାରଣ ମୁଁ କିଛି ଜାଣି ନାହିଁ ।

ଅଭିଯୋଗ କ୍ରମେ ଏହି ବାବଦରେ ଏକ ତଦନ୍ତ ହେବା ନିହାତି ଆବଶ୍ୟକ । ଜଗତର ନାଥ ଜଗନ୍ନାଥ ତଥା ତିନି ଠାକୁର ଙ୍କ ଦର୍ଶନ କରିବା ନିମନ୍ତେ ଅନେକ ଦୂର ଦୁରାନ୍ତରରୁ ଭକ୍ତ ମାନେ ଆସିଥାନ୍ତି । ୪ ଧାମ ମଧ୍ୟରୁ ଓଡ଼ିଶା ରେ ଉପସ୍ଥିତ ଥିବା ପୁରୀ ଗୋଟିଏ ଧାମ ଅଟେ । ମନର ଠାକୁର ଚକାଆଖି ଙ୍କ ପାଖକୁ ଆସି ନିଜ ମନ କଥା କହି ଭକ୍ତ ମାନେ ନାନା ପ୍ରକାରର ମନବାଞ୍ଛା ରଖିଥାନ୍ତି ।

ମହାପ୍ରଭୁ ଙ୍କ ଦର୍ଶନ ସାରି ପବିତ୍ର ଅଭଡା ଅର୍ଣ୍ଣ ସେବନ କରି ମହୋଦଧି ର ଦର୍ଶନ କରି ସେଠାରୁ ଯାଇଥାନ୍ତି । କିନ୍ତୁ ବର୍ତ୍ତମାନ ଏହିଭଳି ଅଘଟଣ ଘଟିବା ଭକ୍ତ ମାନଙ୍କ ମନକୁ ମଧ୍ୟ ଆଘାତ ପହଁଞ୍ଚାଇଛି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *