‘ଭିତିରି କଥା ନଜାଣି, ଆପଣ ମାନେ ଏମିତି…’ Anubhav ଓ Varsha ଙ୍କ ବିବାଦରେ ଦେଖନ୍ତୁ କଣ କହିଲେ ଏହି Ollywood Actress, ଦେଖନ୍ତୁ Video

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନେକ ଦିନ ଧରି ଅନୁଭବ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ତେବେ ଗତ କାଲି ଅନୁଭବ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି ।

ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି । ତେବେ ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଜଣେ ଅଭିନେତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଏହି ଅଭିନେତ୍ରୀ ଜଣକ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ଅଭିନେତ୍ରୀ ଜଣକ କହିଛନ୍ତି-‘ପ୍ରଥମ ତ କହିବି ମୁଁ ବର୍ଷା ଦିଦି ଆଉ ଅନୁଭବ ଭାଇଙ୍କ ପର୍ଶନାଲ ଲାଇଫ ବିଷୟରେ ବେସୀ କିଛି ଜାଣି ନାହିଁ । ଆଉ ଆପଣ ଯେଉଁ ଭିଡିଓ ବିଷୟରେ କହୁଛନ୍ତି ମୁଁ ଏ ପର୍ଯ୍ୟନ୍ତ ଭିଡିଓ ଦେଖିନି । ମୁଁ ଭାବୁଛି ତାଙ୍କ ପର୍ଶନାଲ ଲାଇଫ ବିଷୟରେ କିଛି କମେଣ୍ଟ କରିବା ଟା ଠିକ ହେବନି ବୋଲି ।

ତାଙ୍କର ଇସୁ ତେଣୁ ସେ ମିଶିକି ସମାଧାନ କରିଦେବେ । ଅନୁଭବ ଭାଇ ହେଉଛନ୍ତି ଆମ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ବର୍ଷା ଦିଦି ହେଉଛନ୍ତି ଇଣ୍ଡଷ୍ଟ୍ରିର କ୍ଵିନ । ତାଙ୍କ ଜୀବନରେ ଯାହା ବି ହେବ ଲୋକ ଲୋଚନକୁ ନିଶ୍ଚୟ ଆସିବ । ହେଲେ ମୁଁ ଭାବୁଛି ସେମାନଙ୍କୁ ପର୍ଶନାଲ ସ୍ପେସ ଦେବା ଦରକାର ଆମେ କିଛି ନ ଜାଣି ଭିତିରି କଥା ନ ଜାଣି ଦୁଇପଟରୁ ସବୁ ନ ଜାଣି ଆମେ କିଛି କମେଣ୍ଟ କରିବାଟା କେବେ ବି ଠିକ ହେବ ନାହିଁ’ ।

ତେବେ ବନ୍ଧୁଗଣ ଅନୁଭବ ଏବେ ନିଜ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି ଆଉ ଅନେକ ଲୋକ ତାଙ୍କ ଭିଡିଓ ଦେଖି କମେଣ୍ଟ କରିଛନ୍ତି । ଆଉ ଏବେ ଏହି ଅଭିନେତ୍ରୀ ଜଣକ ଏଭଳି ଭାବରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *